ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି

ନୂଆଦିଲ୍ଲୀ,୬।୯:  ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୪ ମାସରେ ଟିକସ ଆଦାୟରେ ଏଭଳି ବୃଦ୍ଧି ଘଟିଥିବା ଜଣାପଡିଛି। ଚଳିତ ବର୍ଷ ଅଏଲ ବଣ୍ଡ୍‌ ବାବଦ ସରକାର ଯେଉଁ ଅର୍ଥ ପଇଠ କରିବାକୁ ରହିଛି ଟିକସ ଆଦାୟ ସେହି ଅର୍ଥ ତୁଳନାରେ ପ୍ରାୟ ୩ ଗୁଣ ଅଧିକ ରହିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ମତ ପ୍ରକାଶ କରିଛନ୍ତି।
କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ ଡାଟା ମୁତାବକ, ଏହି ୪ ମାସରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପେଟ୍ରୋଲିୟମ ସାମଗ୍ରୀ ଟିକସରୁ ୧ ଲକ୍ଷ କୋଟି ଟଙ୍କା ଆଦାୟ କରିଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟ ଅବଧିରେ ଏହା ୬୭,୮୯୫ ହଜାର କୋଟି ଟଙ୍କା ରହିଥିଲା। ଗତ ଆର୍ଥତ୍କ ବର୍ଷ ସମାନ ଅବଧି ତୁଳନାରେ ସରକାର ଅଧିକ ୩୨,୪୯୨ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି। ପୂର୍ବର କଂଗ୍ରେସ ସରକାରଙ୍କ ଅମଳରେ ହୋଇଥିବା ଅଏଲ ବଣ୍ଡ ଦେୟ ବାବଦ ଚଳିତ ଆର୍ଥତ୍କ ବର୍ଷ ୧୦ ହଜାର କୋଟି ଟଙ୍କା ସରକାର ପଇଠ କରିବେ। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଖୋଲୁଥିବାରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବଢିଛି। ଉତ୍ପାଦ ଟିକସର ଅଧିକାଂଶ ଭାଗ ପେଟ୍ରୋଲ ଡିଜେଲରୁ ଆସୁଥିବା ଜଣାପଡିଛି।
ଲୋକଙ୍କୁ ବର୍ଦ୍ଧିତ ତେଲ ଦରରୁ ଆଶ୍ୱସ୍ତି ଦେବା ଲାଗି ପୂର୍ବର କଂଗ୍ରେସ ସରକାର ୧.୩୪ ଲକ୍ଷ କୋଟି ଟଙ୍କାର ଏକ ଅଏଲ ବଣ୍ଡ ଜାରି କରିଥିଲେ। ଲୋକଙ୍କୁ ସବ୍‌ସିଡି ଦରରେ ପେଟ୍ରୋଲ, ଡିଜେଲ,ଏଲ୍‌ପିଜି ଏବଂ କିରୋସିନ ଯୋଗାଣ ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ତେଲ ଦର ଉଚ୍ଚରେ ରହିଥିବାରୁ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂ ପୁରୀ ଅଏଲ ବଣ୍ଡକୁ ଦାୟୀ କରିଥିଲେ। ତେଲ ବଣ୍ଡ ଅର୍ଥ ପ୍ରଦାନ କରିବାକୁ ଥିବାରୁ ସରକାର ଉତ୍ପାଦ ଟିକସ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେଇ ପାରିବେ ନାହିଁ ବୋଲି ସୀତାରାମନ ସ୍ପଷ୍ଟ ଭାବେ କହିଦେଇଛନ୍ତି। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରିଥିବା ଜଣାପଡିଛି। ଗତ ୭ ବର୍ଷରେ ସରକାର ତେଲ ଟିକସରୁ ୩୨ ଲକ୍ଷ କୋଟି ଆଦାୟ କରିଛନ୍ତି ଯାହା ଲୁଟ ବୋଲି ରାହୁଲ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?