ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୧୧ ଆଇଟିଆଇ: ପ୍ରତିଷ୍ଠା ହେବ ଉନ୍ନତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ଜିଲାରେ ଉତ୍କୃଷ୍ଟ ବୈଷୟିକ କୌଶଳ ତାଲିମ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସଲେନ୍‌ସ୍‌) ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ଓଏମ୍‌ବିଏଡିସି ଅଞ୍ଚଳରେ ଏହି ତାଲିମ କେନ୍ଦ୍ର ବିକଶିତ କରିବାର ଆବଶ୍ୟକତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଓଏମ୍‌ବିଏଡିସି ଅଞ୍ଚଳର ଯୁବତୀଯୁବକଙ୍କୁ ଅତ୍ୟାଧୁନିକ ସେକ୍ଟରଗୁଡିକରେ ନିଯୁକ୍ତି ପାଇଁ ଦକ୍ଷ କରାଇବାକୁ ତାଲିମ କାର୍ଯ୍ୟ ଆରମ୍ଭ କରାଯିବ। ଡ୍ରୋନ୍‌ ପାଇଲଟିଂ, ସୌର ଶକ୍ତି ବୈଷୟିକ କୌଶଳ, ସ୍ମାର୍ଟ କୃଷି, ସ୍ମାର୍ଟ ଉଦ୍ୟାନ ଚାଷ, ରୋବୋଟିକ୍ସ, ମେକାଟ୍ରୋନିକ୍ସ, ଥ୍ରୀ-ଡି କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନର ସମନ୍ବୟରେ ଆବଶ୍ୟକତାକୁ ଦେଖି ମାନବ ସମ୍ବଳ ଅନୁଯାୟୀ ତାଲିମ ପାଠ୍ୟକ୍ରମ ସ୍ଥିର କରାଯିବ। ବୈଷୟିକ ଶିକ୍ଷାନୁଷ୍ଠାନ, କୌଶଳ ବିକାଶ ତାଲିମ କେନ୍ଦ୍ରଗୁଡ଼ିକର ଓ୍ବାର୍କଶପ୍‌ ଏବଂ ଆଧୁନିକ ପରୀକ୍ଷାଗାରରେ ଉପତ୍ାଦନ ମାଧ୍ୟମରେ ନିଜସ୍ବ ରୋଜଗାର ବଢ଼ାଇବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ସଞ୍ଜୟ ସିଂ କହିଛନ୍ତି, ଶିଳ୍ପାନୁଷ୍ଠାନ ସହଯୋଗରେ କଟକ, ପଟ୍ଟାମୁଣ୍ଡାଇ, ବାଲେଶ୍ୱର ଆଇଟିଆଇରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ କାର୍ଯ୍ୟ କରୁଛି। ଏହିସବୁ ଅନୁଷ୍ଠାନରେ ମାରୁତି ସୁଜୁକି, ଆଇପିଏସ୍‌ସି, ଏଚ୍‌ଏସ୍‌ଆଇଏଲ୍‌ ଆଦି ଶିଳ୍ପସଂସ୍ଥା ସହିତ ସହଭାଗିତା କରାଯାଇଛି। ଯାଜପୁର ଆଇଟିଆଇ, ଯାଜପୁର ପଲିଟେକନିକ୍‌, ବାରିପଦା ଆଇଟିଆଇ, ତକତପୁର ଆଇଟିଆଇ ଆଦିରେ ଆଡ୍‌ଭାନ୍‌ସ୍‌ଡ୍‌ ଓ୍ବେଲ୍‌ଡିଂ, ଥର୍ମାଲ କଟିଂ, ମିନି ଟୁଲ୍‌ ରୁମ୍‌ ଆଦି ବିଷୟରେ‘ସେଣ୍ଟର ଅଫ୍‌ ଏକ୍ସଲେନ୍ସ’ ବିକଶିତ କରିବାକୁ ସ୍ଥିର କରାଯାଇଛି। କରଞ୍ଜିଆ, ଉଦଳା, କପ୍ତପିଦା, ଆନନ୍ଦପୁର, କେନ୍ଦୁଝର, ରାଉରକେଲା, ବଡ଼ବିଲ, ବାରକୋଟ ଆଇଟିଆଇ, ମୟୂରଭଞ୍ଜ ପଲିଟେକ୍‌ନିକ୍‌, ଦେବଗଡ଼ ପଲିଟେକ୍‌ନିକ୍‌ ଏବଂ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ଅନୁଷ୍ଠାନରେ ଅତ୍ୟାଧୁନିକ ଟ୍ରେଡ୍‌ରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ବିକଶିତ କରିବା ଲାଗି ବୈଠକରେ ଅନୁମୋଦନ ମିଳିଛି।

ବର୍ତ୍ତମାନ କଟକ, ବ୍ରହ୍ମପୁର ଏବଂ ହୀରାକୁଦ ଆଇଟିଆଇରେ ୩ଟି ମିନି ଟୁଲ୍‌ ରୁମ୍‌ ଭୁବନେଶ୍ୱରର ସିଟିଟିସି ସହଭାଗିତାରେ କାର୍ଯ୍ୟ କରୁଛି। କଟକ ଟୁଲ୍‌ ରୁମ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ କେତେକ ଯନ୍ତ୍ରପାତି ଉପତ୍ାଦନ କରାଯାଉଛି। ଓଡ଼ିଶାର ୧୧ ଆଇଟିଆଇ ଜାତୀୟସ୍ତରରେ ଶ୍ରେଷ୍ଠ ୧୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ସେଥିରୁ ୭ ସରକାରୀ ଏବଂ ୪ ବେସରକାରୀ ଅନୁଷ୍ଠାନ। ୭ ସରକାରୀ ଅନୁଷ୍ଠାନ ମଧ୍ୟରେ ବ୍ରହ୍ମପୁର, ହିଞ୍ଜିଳିକାଟୁ, ଯାଜପୁର, ଝାରସୁଗୁଡା, ପୁରୀ, ତକତପୁର ଏବଂ ଭୁବନେଶ୍ୱର ଆଇଟିଆଇ ରହିଛି। ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri