Categories: ଖେଳ

କ୍ୱାର୍ଟରରେ ଓଡ଼ିଶା ମହିଳା ଦଳ

ପୁରୀ ଅଫିସ, ୭ା୨: ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ସୋମବାର ଓଡ଼ିଶା ମହିଳା ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ମହିଳା ବିଭାଗ ପ୍ରି କ୍ୱାର୍ଟର ମ୍ୟାଚରେ ହିମାଚଳ ପ୍ରଦେଶ ଦଳକୁ ୯-୦୦ ସ୍କୋର ବ୍ୟବଧାନରେ ପରାସ୍ତ କରି ଓଡ଼ିିଶା ମହିଳା ଦଳ ବିଜୟ ଅଭିଯାନ ଜାରି ରଖିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସେହିପରି ମହିଳା ବିଭାଗରେ ଅନୁଷ୍ଠିତ ଅନ୍ୟ ପ୍ରି କ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୦୧ରେ ହରିୟାଣା, ଛତିଶଗଡ଼ ୧୦-୦୦ରେ ପଣ୍ଡିଚେରୀ ଏବଂ ଦିଲ୍ଲୀ ୧୫-୦୦ ସ୍କୋର ବ୍ୟବଧାନରେ ଇଣ୍ଡିଆନ ଅଏଲକୁ ହରାଇଛି।
ଏହା ପୂର୍ବରୁ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ଗୁଡ଼ିିକରେ କେରଳ ୧୫-୦୦ରେ ମଣିପୁର, ମହାରାଷ୍ଟ୍ର୧୦-୦୦ରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ୧୧-୦୧ରେ ଚଣ୍ଡୀଗଡ଼, ପଞ୍ଜାବ ୧୦-୦୦ରେ ତାମିଲନାଡୁ, ତେଲଙ୍ଗାନା ୧୨-୦୦ରେ ଉତ୍ତରପ୍ରଦେଶ, କର୍ନାଟକ ୧୩-୦୩ରେ ତାମିଲନାଡୁ ଏବଂ ରାଜସ୍ଥାନ୧୦-୦୦ରେ ପଶ୍ଚିମବଙ୍ଗକୁ ହରାଇଛି। ସେହିପରି ପୁରୁଷ ବିଭାଗରେ ଅନୁଷ୍ଠିତ ଲିଗ ମ୍ୟାଚଗୁଡ଼ିିକରେ ଦିଲ୍ଲୀ ୮-୦୦ରେ ବିହାର, ପଣ୍ଡିଚେରୀ ୧୨-୦୨ରେ ମେଘାଳୟ, ଚଣ୍ଡୀଗଡ଼ ୮-୦୦ରେ ଇଣ୍ଡିଆନ ଅଏଲ, ମହାରାଷ୍ଟ୍ର ୦୯-୦୦ରେ ଜମ୍ମୁ କଶ୍ମୀର, ଜମ୍ମୁ କଶ୍ମୀର ୯-୦୦ରେ ଉତ୍ତର ପ୍ରଦେଶ, ଗୁଜରାଟ ୧-୦୦ରେ କର୍ନାଟକ, ଛତିଶଗଡ଼ ୧୧-୦୦ରେ ମଣିପୁର, ଆନ୍ଧ୍ରପ୍ରଦେଶ ୧୦-୦୦ରେ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ ୧୪-୦୩ରେ ତାମିଲନାଡୁ, ଦିଲ୍ଲୀ ୭-୦୨ରେ ମେଘାଳୟ, ଛତିଶଗଡ଼ ୭-୦୦ରେ ହିମାଚଳ ପ୍ରଦେଶ, ପଣ୍ଡିଚେରୀ ୭-୦୬ରେ ବିହାର, କେରଳ ୧୧-୦୦ରେ ମଣିପୁର, ଇଣ୍ଡିଆନ ଅଏଲ ୧୧-୦୦ରେ ତାମିଲନାଡୁ ଏବଂ ତେଲଙ୍ଗାନା ୧୨-୦୦ରେ ପଶ୍ଚିମବଙ୍ଗକୁ ହରାଇଛି। ମଙ୍ଗଳବାର ଉଭୟ ବିଭାଗର ପ୍ରି କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲ ମ୍ୟାଚ ସମେତ ସୁପରଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ। ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ୧୦୦ରୁ ଅଧିକ ବୈଷୟିକ ଅଧିକାରୀ ଏହି ଚାମ୍ପିୟନଶିପ୍‌କୁ ପରିଚାଳନା କରୁଛନ୍ତି। ଦ୍ୱିତୀୟ ଦିବସରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଅତିଥିଭାବେ ଯୋଗଦେଇଥିଲେ।

Share