Categories: ଖେଳ

ଜାତୀୟ ହ୍ବିଲ୍‌ଚେୟାର ରଗ୍‌ବୀରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଶନିବାରଠାରୁ ୫ମ ଜାତୀୟ ହ୍ବିଲ୍‌ଚେୟାର ରଗ୍‌ବୀ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା ଦଳରେ ସାମିଲଥିବା ଖେଳାଳିମାନେ ହେଲେ ଗୌତମ ସିଂ, ରୁଦ୍ରନାରାୟଣ ବେହେରା, ସୁଜିତ କୁମାର ନନ୍ଦ, ପ୍ରଶାନ୍ତ ନାୟକ, ବାପୁନା ନାହାକ, ଓମ୍‌ ପ୍ରକାଶ ବେହେରା, ଆକାଶ ବନ୍‌ଛୋର, ଉଦୟ କୁମାର ରାଉତ ଓ ଗୁମ୍‌ଦା ବାର୍ଲା। କୋଚ୍‌ ବିଶ୍ୱଜିତ ଶତପଥୀ ଓ ମ୍ୟାନେଜର କମଳାକାନ୍ତ ନାୟକ ଦଳ ସହ ପୁଣେ ଯାତ୍ରା କରିଛନ୍ତି। ଓଡ଼ିଶା ଦଳ ପୁଣେ ଯାତ୍ରା କରିବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ଓଏସ୍‌ଡି ବିଜୟ କୁମାର ରାଉତ, ପାରା ସ୍ପୋଟର୍‌ସ ଓଡ଼ିଶାର ସଭାପତି କମଳାକାନ୍ତ ରଥ ଓ ଉପ-ସଭାପତି ଚିତ୍ତରଞ୍ଜନ ବରିସାଲ ପ୍ରମୁଖ ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ।

Share