ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ୧୦ ରାଜ୍ୟରେ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲ ରୂପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ, ଶିକ୍ଷକ ନିୟୋଜନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୩-୨୪ରେ ୧୦୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରାଯାଇ ୫୧,୫୩୫ ପଦବୀ ପୂରଣ ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୨୪୫, ମାଧ୍ୟମିକ ସ୍କୁଲରେ ୧୭,୪୨୮, ପ୍ରାଥମିକ ସ୍କୁଲ ସ୍ତରରେ ୨୦,୦୦୦, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୭୦ ପଦବୀ ଏବଂ ଅନ୍ୟାନ୍ୟ ୧୦,୭୯୨ ପଦବୀ ପୂରଣ କରିବା ପାଇଁ ପ୍ରସ୍ତାବ ରହିଛି। ଶୁକ୍ରବାର ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଜବାବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୨୧ରୁ ୫-ଟି କାର୍ଯ୍ୟକ୍ରମ ଜରିଆରେ ପରିବର୍ତ୍ତିତ ପରିଦୃଶ୍ୟ ପାଇଁ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ତର ପ୍ରଦେଶରେ ଚଳିତବର୍ଷ ବୋର୍ଡ ପରୀକ୍ଷାରେ ୭.୮ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନ ଥିବା ବେଳେ ଆସାମରେ ଦଶମ ଶ୍ରେଣୀର ପ୍ରାୟ ୧୪,୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି। ମାଧ୍ୟମିକ ସ୍ତରରେ ଗୁଜରାଟର ଡ୍ରପଆଉଟ୍‌ ହାର ୨୩.୩ ପ୍ରତିଶତ, ମଧ୍ୟପ୍ରଦେଶ ୨୩.୮ ପ୍ରତିଶତ, ତ୍ରିପୁରା ୨୬ ପ୍ରତିଶତ, ବିହାର ୨୧.୪ ପ୍ରତିଶତ, ଝାଡ଼ଖଣ୍ଡ ୧୬.୬ ପ୍ରତିଶତ ଏବଂ କର୍ନାଟକର ଡ୍ରପଆଉଟ୍‌ ହାର ୧୬.୬ ପ୍ରତିଶତ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ, ଗୁଜରାଟ, ବିହାର ଏବଂ ତ୍ରିପୁରାରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍‌ ହାର ଜାତୀୟ ହାରଠାରୁ ଅଧିକ। ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷରେ ଓଡ଼ିଶା ଲେଭଲ୍‌-୬ରେ ଏବଂ ୨୦୧୯-୨୦ରେ ଲେଭଲ୍‌-୪ରେ ଥିବାବେଳେ ୨୦୨୦-୨୧ରେ ଦିଲ୍ଲୀ, କର୍ନାଟକ, ହିମାଚଳପ୍ରଦେଶ, ହରିୟାଣା, ପୁଡୁଚେରି, ଲାକ୍ଷାଦ୍ୱୀପ ଲେଭଲ୍‌-୩ରେ ରହିଛି। ଏଜୁକେଶନ ଓ୍ବାର୍ଲଡ ପକ୍ଷରୁ ଏକ ଶୈକ୍ଷିକ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଛାତ୍ର ଅନୁପାତ, ଆନୁଷଙ୍ଗିକ ଭିତ୍ତିଭୂମି ଆଦିକୁ ବର୍ଗୀକରଣ କରାଯାଇ ହୋଇଥିବା ସର୍ଭେ ଅନୁସାରେ ଗଞ୍ଜାମର ଓଏଭି, ହାତିଓଟା ସରକାରୀ ସ୍କୁଲ ବର୍ଗରେ ପଞ୍ଚମ ସ୍ଥାନ ହାସଲ କରିପାରିଥିବା ବେଳେ ଆବାସିକ ସରକାରୀ ସ୍କୁଲ ବର୍ଗରେ ମୟୂରଭଞ୍ଜ ଜିଲାର ବାରିପଦା ଆଦର୍ଶ ବିଦ୍ୟାଳୟ ଦଶମ ସ୍ଥାନରେ ସ୍ଥାନିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର ସର୍ବଭାରତୀୟସ୍ତରୀୟ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ ନିଜର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସିବିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୭୧ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୫୨ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ୫-ଟି ହାଇସ୍କୁଲ ରୂପାନ୍ତରଣ ଅଧୀନରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ପର୍ଯ୍ୟାୟରେ ୬୮୭୨ ହାଇସ୍କୁଲ ରୂପାନ୍ତରଣ କରାଯାଇଥିବା ବେଳେ ଏଥିପାଇଁ ୩୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪ର୍ଥ ପର୍ଯ୍ୟାୟ ପାଇଁ ମୋଟ ୧,୦୦୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଦ୍ୟାଳୟ ରୂପାନ୍ତରଣ ଯୋଗୁ ବେସରକାରୀ ସ୍କୁଲରେ ୨୦୧୯-୨୦ରେ ଥିବା ବିଦ୍ୟାର୍ଥୀ ସଂଖ୍ୟା ୧୬ ଲକ୍ଷ ୫ ହଜାରରୁ ପ୍ରାୟ ଦେଢ ଲକ୍ଷ ହ୍ରାସ ପାଇ ୨୦୨୧-୨୨ରେ ୧୪ ଲକ୍ଷ ୬୨ ହଜାରରେ ପହଞ୍ଚିଛି। ଅର୍ଥାତ ସରକାରୀ ସ୍କୁଲରେ ୮୧ ପ୍ରତିଶତ ପିଲା ବର୍ତ୍ତମାନ ଅଧ୍ୟୟନରତ ଅଛନ୍ତି। ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୧୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫୩,୬୧୮ ଛାତ୍ରୀଛାତ୍ର, ୧୮୫୯ ଶିକ୍ଷୟିତ୍ରୀଶିକ୍ଷକ, ୨୩୬୪ ବିଦ୍ୟାଳୟ, ୩ ଜିଲା, ୧୦ ବ୍ଲକ୍‌, ୪୧୪ ଗ୍ରାମପଞ୍ଚାୟତ, ୪୧୯ ଏସ୍‌ଏମ୍‌ସି ଏବଂ ୪୧୯ଟି ଶ୍ରେଷ୍ଠ ଆଲୁମ୍‌ନିକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବା ବ୍ୟବସ୍ଥା ହୋଇଛି। ବିରୋଧୀ ଆଣିଥିବା ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଭାଜପା ଓ କଂଗ୍ରେସ ସଭ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri