୩ ବର୍ଷ ପରେ ଗଡ଼ିବ ଓଡ଼ିଶାର ଟାବ୍‌ଲୋ

ଭୁବନେଶ୍ୱର, ୫ା୧(ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍‌ଲୋ) ଗଡ଼ିବାକୁ ଯାଉଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ କରିଦେଉଥିଲା। ହେଲେ ଆସନ୍ତା ଜାନୁଆରୀ ୨୬ ପାଇଁ ଏଥର ଓଡ଼ିଶା ଯେଉଁ ମେଢ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରିବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ମନୋନୀତ କରିଛି। ଗତମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ ମନୋନୀତ ହୋଇଥିବା କୁହାଯାଇଥିଲା। ପ୍ରାୟ ସବୁ ଗଣମାଧ୍ୟମ ଏନେଇ ଖବର ମଧ୍ୟ ପ୍ରକାଶ କରିଥିଲେ। ହେଲେ ଏନେଇ ସରକାରୀ ଭାବେ ବିଧିବଦ୍ଧ କେନ୍ଦ୍ର ସରକାରଙ୍କ ତରଫରୁ କିଛି ଚୂଡ଼ାନ୍ତ ଖବର ଦିଆଯାଇ ନ ଥିଲା। ଯେଉଁ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଚିଠି ଆସିବ ବୋଲି କୁହାଯାଇଥିଲା ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଥିଲେ। ଏନେଇ ଧରିତ୍ରୀ ବୁଧବାର ସଂସ୍କରଣରେ ‘ପ୍ରଜ୍ଞାପନ ମେଢ଼: ଚିଠି ଆସିଲାନି’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଥିବା ସମ୍ପର୍କରେ ଚିଠି ଆସି ପହଞ୍ଚିଛି। ଏହାପରେ ରାଜ୍ୟ ସରକାର ବେଶ୍‌ ଉତ୍ସାହିତ ଅଛନ୍ତି।

ଏଥର ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି। ସେଥିରେ ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖିବେ। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି। ଦେଶରୁ ମୋଟ୍‌ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ପ୍ରଥମେ ଦେଶକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଥିଲା। ଯେଉଁ ଜୋନ୍‌ ଭିତରେ ୮ ରାଜ୍ୟ ଆସୁଛି ସେଥିରୁ ୪ଟି, ଯେଉଁ ଜୋନ୍‌ରେ ୬ଟି ରାଜ୍ୟ ଅଛି ସେଥିରୁ ୩ଟି ଏବଂ ଯେଉଁ ଜୋନ୍‌ରେ ୪ଟି ରାଜ୍ୟ ଥିଲା ସେଥିରୁ ୨୩ଟି ରାଜ୍ୟର ପ୍ରଜ୍ଞାପନ ମେଢ ମନୋନୀତ କରାଯିବାର ଥିଲା। ସେହି କ୍ରମରେ ପୂର୍ବ ଜୋନ୍‌ରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ରହିଥିଲେ। ଏହି ଜୋନ୍‌ରୁ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଛି। ଏହାବାଦ୍‌ ପ୍ରଜ୍ଞାପନ ମଡେଲ ମନୋନୀତ ଏ ସମ୍ପର୍କିତ ଗାଇଡଲାଇନ ସମ୍ପର୍କିତ ଚିଠି ମଧ୍ୟ ଜାରି କରାଯାଇଛି। ଆସନ୍ତା ୭ ତାରିଖରେ ଓଡ଼ିଶା ଟିମ୍‌ ଦିଲ୍ଲୀ ଯାଇ ପ୍ରଜ୍ଞାପନ ମେଢ ପ୍ରସ୍ତୁତ ଲାଗି ମନ୍ତ୍ରଣାଳୟଠାରୁ ଟ୍ରଲି ଏବଂ ଟ୍ରେଲର ଗ୍ରହଣ କରିବେ। ଆସନ୍ତା ୧୪ରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ଆରମ୍ଭ ହେବ। ଭୁବନେଶ୍ୱରର ଇମାଜେରିକୁ ପ୍ରଜ୍ଞାପନ ମେଢ ପ୍ରସ୍ତୁତ ଲାଗି କାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri