Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଟାଇଗର୍ସର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଟାଇଗର୍ସ ୨୮ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଟାଇଗର୍ସ ୧୨୮ ରନ କରିଥିବାବେଳେ ଜାଗୁଆର୍ସ ଇନିଂସ ୧୦୦/୯ରେ ସୀମିତ ରହି ଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାଜକିଶନ ପଟେଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଚିତାସ୍‌ଠାରୁ ହାରି ଯାଇଥିବା ଟାଇଗର୍ସ ଏହାର ଦ୍ୱିତୀୟ ମ୍ୟାଚରେ ଲାୟନ୍ସକୁ ପରାସ୍ତ କରିଥିଲା। ଫଳରେ ୩ ମ୍ୟାଚରୁ ଦଳ ୨ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଜାଗୁଆର୍ସ ୩ଟି ଯାକ ମ୍ୟାଚ ହାରିସାରିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ।
ଟସ୍‌ଜିତି ଓଡ଼ିଶା ଜାଗୁଆର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଟାଇଗର୍ସ ୩୬ରନରେ ୪ ଉଇକେଟ ହରାଇ ବିପଦରେ ପଡ଼ିଥିଲେ ହେଁ ଅଧିନାୟକ ଦେବାଶିଷ ସାମନ୍ତରାୟଙ୍କ ୩୦ (୨୮ ବଲ, ୨ ଚୌକା) ଏବଂ ୭ ନମ୍ବର ବ୍ୟାଟ୍ସମ୍ୟାନ ରାଜକିଶନଙ୍କ ଅପରାଜିତ ଦ୍ରୁତ ୪୪(୩୪ ବଲ, ୪ ଚୌକା) ରନ ବଳରେ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଥିଲା। ତେବେ ଶେଷଭାଗ ବ୍ୟାଟିଂ ବିଫଳତା ଯୋଗୁ ଦଳ ୧୯.୪ ଓଭରରେ ୧୨୮ ରନକରି ଅଲଆଉଟ ହୋଇଯାଇଥିଲା। ବିପକ୍ଷ ଦଳର ରାହୁଲ ଚୌଧାରୀ ସର୍ବାଧିକ ୩ଟି, ମନୋଜ କାଶ୍ୟପ, ରଶ୍ମିରଞ୍ଜନ ସାହୁ ଓ ଲଗ୍ନଜିତ ସାମଲ ୨ଟି ଲେଖାଏ ଏବଂ ନିର୍ବିଶଙ୍କର ବାରିକ ଗୋଟିଏ ଉଇକେଟ ନେଇଥିଲେ। ୧୨୯ ରନ ବଡ଼ ଲକ୍ଷ୍ୟ ନ ଥିଲେ ହେଁ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଯୋଗୁ ଦଳ ଦିଗଭ୍ରଷ୍ଟ ହୋଇଥିଲା। ଦଳ ପୂରା ୨୦ ଓଭର ଖେଳିଥିଲେ ହେଁ କ୍ରମାଗତ ବ୍ୟବଧାନରେ ଉଇକେଟ ପତନଜନିତ ଧିମା ବ୍ୟାଟିଂ ଯୋଗୁ ୯ ଉଇକେଟ ହରାଇ୧୦୦ ରନ କରିପାରିଥିଲା। ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରିପାରି ନ ଥିଲାବେଳେ କ୍ଷମାସାଗର ବଳ ସର୍ବାଧିକ ୩୦(୧୮ ବଲ, ୨ ଚୌକା, ୨ ଛକା) ଓ ଗିରିଜା ରାଉତ ୨୬(୪୧ ବଲ, ୧ ଚୌକା) ରନ କରିବାକୁ ସକ୍ଷମ ହୋଇଥିଲେ। ବିଜୟୀ ଦଳର ରାଜକିଶନ ସର୍ବାଧିକ ୩ଟି, ବି. ଶିବା ଓ ସଞ୍ଜୟ ଦାସ ୨ଟି ଲେଖାଏ ଏବଂ ଶେଖର ମାଝି ଓ ହର୍ଷିତ ରାଠୋଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଲାୟନ୍ସ ୧୦ ଉଇକେଟରେ ବିଜୟୀ
ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଲାୟନ୍ସ ୧୦ ଉଇକେଟରେ ପୁମାସକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୁମାସ ୨୦ ଓଭରରେ ୮ ଉଇକେଟ ହରାଇ ୧୦୧ ରନ କରିଥିଲା। ଦଳ ପକ୍ଷରୁ ପ୍ରତୀକ ଅନୁରାଗ ଦାସ ସର୍ବାଧିକ ୩୦ ଓ ସୌଭାଗ୍ୟ ମହାନ୍ତି ୨୫ ରନ କରିଥିଲେ। ପ୍ରତିପକ୍ଷ ଦଳର ଅଭିଷେକ ଗିରି ୩ଟି, ଦୀପକ ବେହେରା ୨ଟି ଏବଂ ରାକେଶ ପଟ୍ଟନାୟକ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଲାୟନ୍ସ କୌଣସି ଉଇକେଟ ନ ହରାଇ ୧୪.୫ ଓଭରରେ ୧୦୩ ରନ ସଂଗ୍ରହ କରି ନେଇଥିଲା। ଦୁଇ ଓପନର ସ୍ବସ୍ତିକ ସାମଲ ୪୫ ବଲ୍‌ରୁ ୫୬(୭ ଚୌକା, ୧ ଛକା) ଓ ଶୁଭ୍ରଜ୍ୟୋତି ମିଶ୍ର ୪୪ ବଲ୍‌ରୁ ୪୩(୭ ଚୌକା) ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ସ୍ବସ୍ତିକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଲାୟନ୍ସ ୩ ମ୍ୟାଚରୁ ପ୍ରଥମ ବିଜୟ ହାସଲ କରି ୪ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପୁମାସ ୩ ମ୍ୟାଚରୁ ୨ୟ ପରାଜୟ ସହ ୪ ପଏଣ୍ଟରେ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri