କୋଭିଡ୍‌ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭.୫% ନିମ୍ନରେ ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ଋଣାତ୍ମକ ରହିବା ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ଏଭଳି ସ୍ଥିତିରେ କୋଭିଡ୍‌ ପ୍ରଭାବିତ ବଜାରକୁ ପୁଣି ଥରେ ଅଭିବୃଦ୍ଧି ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଚଳିତ ବର୍ଷ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଦେଶର ବିତ୍ତୀୟ ନିଅଣ୍ଟ ବଢିଛି। ଏଭଳି ସ୍ଥିତିରେ ମଧ୍ୟ ସରକାର ତାଙ୍କ ଖର୍ଚ୍ଚ କମାଇବେ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ବ୍ଲୁମବର୍ଗକୁ କହିଛନ୍ତି।
ଅର୍ଥ ଗଚ୍ଛିତ କରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟକୁ କହିଥିଲା। ଚଳିତ ବର୍ଷର ବଜେଟ ୩୦ ଲକ୍ଷ କୋଟି ଟଙ୍କାରୁ ଟପିବା ନେଇ ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି। ଫେବୃୟାରୀ ପହିଲାରେ ସରକାରଙ୍କ ବଜେଟ ଆସିବ। ଏଥିରେ ବିସ୍ତୃତ ଖର୍ଚ୍ଚ ସମ୍ପର୍କରେ ଜଣାପଡିବ। ସୂଚନା ଏବେ ଯାଏ ସାର୍ବଜନୀନ ହୋଇ ନ ଥିବାରୁ ଅଧିକାରୀ ଜଣକ ନାମ ଗୋପନ ରଖି ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ରାଜକୋଷ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି। ହେଲେ ବଜାର ପ୍ରଭାବିତ ହୋଇ ରହିଥିବାରୁ ଏହାକୁ ସୁଧାରିବା ଲାଗି ଆବଶ୍ୟକ ପୁଞ୍ଜି ବିନିଯୋଗର ମଧ୍ୟ ଗୁରୁତ୍ୱକୁ ଦେଖିବାକୁ ହେବ। ଏଭଳି ବିଭିନ୍ନ ଦିଗକୁ ବିଚାରକରି କେନ୍ଦ୍ର ସରକାର ଖର୍ଚ୍ଚ ଉପରେ ଫୋକସ କରିବେ ବୋଲି ଅଧିକାରୀ ମତ ରଖିଛନ୍ତି।
ଭାରତ ବଜାର ବର୍ତ୍ତମାନ ଟେକ୍ନିକାଲ ରିସେଶନ ଦେଇ ଗତି କରୁଛି। ଲକ୍‌ଡାଉନ ଯୋଗୁ ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି। ବଜେଟ ଖର୍ଚ୍ଚ ବାଦ୍‌ ସରକାର ଜିଡିପିର ପ୍ରାୟ ୧୫% ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ପାଇଁ ସରକାର ପଛଘୁଞ୍ଚା ଦେବେ ନାହିଁ ବୋଲି କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଘରୋଇ ବଜାର ଲାଗି ଅର୍ଥ ଖର୍ଚ୍ଚର ଆବଶ୍ୟକତା ରହିଥିବା ସେ ସ୍ପଷ୍ଟ କରିଥିଲେ। ହେଲେ ବଜେଟର ଆକାର କିଭଳି ରହିବ ସେ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବଜେଟ ଆସିଲେ ସରକାର ଘରୋଇ ବଜାରରେ ସୁଧାର ଆଣିବା ଲାଗି କିଭଳି ଯୋଜନା ରଖିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଉପରେ ନଜର, ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍ 

ମୁମ୍ବାଇ,୨୧ ।୧୧: ବଢିବ ନୌସେନାର ଶକ୍ତି । ରବିବାର ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍ । ଏହି ଯୁଦ୍ଧପୋତର ଲମ୍ବ ୧୩୬ ମିଟର, ଚଉଡା...

ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍‌ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି।...

ସିଏଏ-ଏନ୍‌ଆର୍‌ସି ଦେଲାନି କାମ: ହେମନ୍ତ ସୋରେନ୍‌

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌।...

ହୋମୱାର୍କ ପାଇଁ ହାତଗୋଡ଼ ବାନ୍ଧି ଟାଙ୍ଗି ଦେଲେ

କୋଟା,୨୫।୧୧: ହୋମୱାର୍କ ନ କରିବାରୁ ୮ ବର୍ଷୀୟ ପୁଅର ହାତଗୋଡ଼ ବାନ୍ଧି ଫ୍ୟାନରେ ଓଲଟା ଟାଙ୍ଗି ଦେଇଥିଲେ ବାପା। ଏତିକିରେ ଶାନ୍ତ ହୋଇ ନ ଥିଲା...

କାଉଡି ଯାତ୍ରା ସମୟରେ ହେଲିକପ୍ଟରରୁ ଫୁଲ ପକାଇବାର ବ୍ୟବସ୍ଥା କଲେ ଯୋଗୀ ସରକାର

ଲକ୍ଷ୍ନୌ,୪।୭: ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। ଏହି ସମୟରେ କାଉଡି ଯାତ୍ରାରେ ଯାଉଥିବା...

ମୋଦିଙ୍କ ମୁହଁ ଦେଖିବାକୁ ଚାହୁଁନାହିଁ: ମମତା ବାନାର୍ଜୀ

କୋଲକାତା,୧୯।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାାୟ ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍‌ବିତଣ୍ଡା ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି ପ୍ରଧାନମନ୍ତ୍ରୀ...

୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ…

ହାଇଦ୍ରାବାଦ୍‌, ୫।୨ : ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ...

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁର ଜିଲାରେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମଧ୍ୟାହ୍ନ ୧୨ଟା ୨୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନରେ ଚିଫ୍‌ ଅଫ୍‌ ଡିଫେନ୍ସ...

Advertisement
Archives

Model This Week