କୋଭିଡ୍‌ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭.୫% ନିମ୍ନରେ ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ଋଣାତ୍ମକ ରହିବା ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ଏଭଳି ସ୍ଥିତିରେ କୋଭିଡ୍‌ ପ୍ରଭାବିତ ବଜାରକୁ ପୁଣି ଥରେ ଅଭିବୃଦ୍ଧି ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଚଳିତ ବର୍ଷ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଦେଶର ବିତ୍ତୀୟ ନିଅଣ୍ଟ ବଢିଛି। ଏଭଳି ସ୍ଥିତିରେ ମଧ୍ୟ ସରକାର ତାଙ୍କ ଖର୍ଚ୍ଚ କମାଇବେ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ବ୍ଲୁମବର୍ଗକୁ କହିଛନ୍ତି।
ଅର୍ଥ ଗଚ୍ଛିତ କରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟକୁ କହିଥିଲା। ଚଳିତ ବର୍ଷର ବଜେଟ ୩୦ ଲକ୍ଷ କୋଟି ଟଙ୍କାରୁ ଟପିବା ନେଇ ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି। ଫେବୃୟାରୀ ପହିଲାରେ ସରକାରଙ୍କ ବଜେଟ ଆସିବ। ଏଥିରେ ବିସ୍ତୃତ ଖର୍ଚ୍ଚ ସମ୍ପର୍କରେ ଜଣାପଡିବ। ସୂଚନା ଏବେ ଯାଏ ସାର୍ବଜନୀନ ହୋଇ ନ ଥିବାରୁ ଅଧିକାରୀ ଜଣକ ନାମ ଗୋପନ ରଖି ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ରାଜକୋଷ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି। ହେଲେ ବଜାର ପ୍ରଭାବିତ ହୋଇ ରହିଥିବାରୁ ଏହାକୁ ସୁଧାରିବା ଲାଗି ଆବଶ୍ୟକ ପୁଞ୍ଜି ବିନିଯୋଗର ମଧ୍ୟ ଗୁରୁତ୍ୱକୁ ଦେଖିବାକୁ ହେବ। ଏଭଳି ବିଭିନ୍ନ ଦିଗକୁ ବିଚାରକରି କେନ୍ଦ୍ର ସରକାର ଖର୍ଚ୍ଚ ଉପରେ ଫୋକସ କରିବେ ବୋଲି ଅଧିକାରୀ ମତ ରଖିଛନ୍ତି।
ଭାରତ ବଜାର ବର୍ତ୍ତମାନ ଟେକ୍ନିକାଲ ରିସେଶନ ଦେଇ ଗତି କରୁଛି। ଲକ୍‌ଡାଉନ ଯୋଗୁ ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି। ବଜେଟ ଖର୍ଚ୍ଚ ବାଦ୍‌ ସରକାର ଜିଡିପିର ପ୍ରାୟ ୧୫% ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ପାଇଁ ସରକାର ପଛଘୁଞ୍ଚା ଦେବେ ନାହିଁ ବୋଲି କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଘରୋଇ ବଜାର ଲାଗି ଅର୍ଥ ଖର୍ଚ୍ଚର ଆବଶ୍ୟକତା ରହିଥିବା ସେ ସ୍ପଷ୍ଟ କରିଥିଲେ। ହେଲେ ବଜେଟର ଆକାର କିଭଳି ରହିବ ସେ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବଜେଟ ଆସିଲେ ସରକାର ଘରୋଇ ବଜାରରେ ସୁଧାର ଆଣିବା ଲାଗି କିଭଳି ଯୋଜନା ରଖିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri