Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କର୍ମକର୍ତ୍ତାମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିଯୁକ୍ତ ସିନିୟର ଚୟନ କମିଟି ସଦସ୍ୟ ଦେବାଶିଷ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦେବାଶିଷ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଏ. କେ. ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି, ଅବକାଶ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସୁଶାନ୍ତ ଚନ୍ଦ୍ର ମହାନ୍ତି ଏବଂ ଅନ୍ୟ ଓସିଏ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ପାନ୍ଥର୍ସ ଜିତିଲା ପ୍ରଥମ ମ୍ୟାଚ
ଉଦ୍‌ଘାଟନୀ ମ୍ୟାଚ ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପୁମାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାନ୍ଥର୍ସ ୯ ଉଇକେଟରେ ପୁମାସକୁ ପରାସ୍ତ କରିଥିଲା। ପୁମାସ ପକ୍ଷରୁ ଧାର୍ଯ୍ୟ ୧୪୨ ରନର ବିଜୟ ଲକ୍ଷ୍ୟକୁ ପାନ୍ଥର୍ସ ୧୫.୩ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ପ୍ରୟାସ ସିଂ ୪୦ ବଲ୍‌ରୁ ସର୍ବାଧିକ ୭୪(୩ ଚୌକା, ୭ ଛକା) ଏବଂ ସନ୍ଦୀପ ପଟ୍ଟନାୟକ ୪୫ ବଲ୍‌ରୁ ୪୧(୩ ଚୌକା) ରନ କରିଥିଲେ। ୬ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଦଳ ୨୫ ରନରେ ୫ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବାବେଳେ ସନ୍ଦିପ ଓ ପ୍ରୟାସଙ୍କ ପାଇଁ ସମ୍ମାନଜନକ ସ୍କୋର ସମ୍ଭବ ହୋଇଥିଲା। ପ୍ରତିପକ୍ଷ ଦଳର ପ୍ରଦୀପ ପ୍ରଧାନ ସର୍ବାଧିକ ୪ଟି, ଆଲୋକ ସାହୁ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ଉଇକେଟ ନେଇଥିଲେ। ପାନ୍ଥର୍ସ ଓପନିଂ ଯୋଡ଼ିରେ ୪୮ ରନ ଯୋଗକରି ବିଜୟ ପାଇଁ ପଥ ପରିଷ୍କାର କରିଥିଲା। ଆଲୋକ ସାହୁ ୧୧ ବଲ୍‌ରୁ ୨୩(୪ ଚୌକା) ରନ କରି ଆଉଟ ହୋଇଥିବାବେଳେ ଅଙ୍କିତ ସିଂ ୪୩(୪୫ ବଲ, ୬ ଚୌକା) ଓ ସିଦ୍ଧାନ୍ତ ଜେନା ୬୩(୩୯ ବଲ, ୫ ଚୌକା, ୫ ଛକା) ରନରେ ଅପରାଜିତ ରହି ଦଳକୁ ସହଜରେ ବିଜୟୀ କରାଇଥିଲେ। ପରାଜିତ ଦଳର ବାଦଲ ନିଶାଦ ଗୋଟିଏ ଉଇକେଟ ନେଇଥିଲେ। ୨୦ ରନ ବିନିମୟରେ ୪ ଉଇକେଟ ହାସଲ କରିଥିବା ବିଜୟୀ ଦଳର ପ୍ରଦୀପ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶା ଚିତାସ ଓ ଟାଇଗର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଟାଇଗର୍ସକୁ ହରାଇଲା ଚିତାସ୍‌
ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଚିତାସ୍‌ ୭ ରନରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚିତାସ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୪୫ ବଲ୍‌ରୁ ୬୫(୭ ଚୌକା, ୨ ଛକା), ସୌରଭ ଗୌଡ଼ ୩୧ ବଲ୍‌ରୁ ୩୯( ୪ ଚୌsକା, ୧ ଛକା) ଓ ଅନୁରାଗ ଷଡ଼ଙ୍ଗୀ ୧୭ ବଲ୍‌ରୁ ୨୨(୪ ଚୌକା) ରନ କରିଥିଲେ। ପ୍ରତିପକ୍ଷ ବୋଲରଙ୍କ ମଧ୍ୟରେ ଶେଖର ମାଝି ଓ ସଞ୍ଜୟ ଦାସ ୩ଟି ଲେଖାଏ ଏବଂ ବି. ଶିବା ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଓଡ଼ିଶା ଟାଇଗର୍ସ ଓପନିଂ ଯୋଡ଼ିରେ ୧୫.୩ ଓଭରରୁ ୧୧୮ ରନ ଯୋଗ କରିଥିଲେ ହେଁ ପରବର୍ତ୍ତୀ ୨୪ ରନ ମଧ୍ୟରେ ୭ ଉଇକେଟ ହରାଇ ପରାଜୟ ବରଣ କରିଥିଲା। ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଦୁଇ ଓପନର ଆୟୂଷ ନାୟକ ୫୨(୫୩ ବଲ, ୫ ଚୌକା) ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୬୫(୪୫ ବଲ, ୭ ଚୌକା, ୨ ଛକା) ରନ ସ୍କୋର କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କରେ ପହଞ୍ଚତ୍ପାରି ନ ଥିଲେ। ବିଜୟୀ ଦଳର ମୃଣ୍ମୟ ତ୍ରିପାଠୀ ଓ ରାମଚନ୍ଦ୍ର ବେହେରା ୩ଟି ଲେଖାଏ ଏବଂ ଅଭିଷେକ ରାଉତ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri