ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି, ଲକ୍ଷେ ଯାଏଁ ରହିଛି ଦରମା…

ଭୁବନେଶ୍ୱର,୧୯।୯: ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅକ୍ଟୋବର ୧୦ ଅର୍ଥାତ୍‌ ମାସେ ଯାଏଁ ଜାରି ରହିବ। ଏହି ନୋଟିଫିକେଶନରେ ନିଯୁକ୍ତିର ଏଲିଜିବିଲିଟି କ୍ରାଏଟେରିଆ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ଦିଆଯାଇଛି। ପରିକ୍ଷାର୍ଥୀମାନେ ପିଇଟି, ଟିଜିଟି ଇନ୍‌ ଆର୍ଟସ, ଟ୍ରାଇବାଲ ଲାଙ୍ଗୁଏଜ ଟିଚର୍‌, ଜୀବ ବିଜ୍ଞାନରେ ଟିଜିଟି ବିଜ୍ଞାନ ଓ ହିନ୍ଦୀ, ସଂସ୍କୃତ, ତେଲଗୁ ଶିକ୍ଷକ ଇତ୍ୟାଦି ପାଇଁ ମଧ୍ୟ ନିଯୁକ୍ତି ଅବସର ରହିଛି।

ଏହି ଚାକିରି ପାଇଁ ଆପଣଙ୍କ ବୟସ ୨୧-୩୮ ହୋଇଥିବା ଆବଶ୍ୟକ। କହିରଖୁଛୁ କି, ଏସଇବିସି ପରିକ୍ଷାର୍ଥୀଙ୍କୁ ୫ବର୍ଷ ପାଇଁ ଛାଡ କରାଯାଇଛି। ସେହିପରି ଏସସି-ଏସଟି ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ୫ବର୍ଷ ପାଇଁ ମଧ୍ୟ ଛାଡ କରାଯିବ। ମହିଳାଙ୍କୁ ୫ବର୍ଷ ଓ ପିଡବ୍ଲୁଡି ପରିକ୍ଷାର୍ଥୀଙ୍କୁ ୧୦ବର୍ଷ ଯାଏଁ ଛାଡ ମିଳିବ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ତୀମାନେ ବିଇଡିରେ ସ୍ନାତକ କରିଥିବା ଜରୁରୀ। ପରୀକ୍ଷାରେ ଅତି କମ୍‌ରେ ୫୦ ଶତକଡା ମାର୍କ ରହିଥିବା ଦରକାର। ସେହିପରି ଏସସି-ଏସଟି ଓ ଏସଇବିସି ପରୀକ୍ଷାର୍ଥୀମାନେ ୪୫ଶତକଡା ମାର୍କ ରହିବା ନିହାତି ଆବଶ୍ୟକ।

ଆବେଦନ କରିବା ପାଇଁ ପ୍ରଥମେ ଏହାର ଅଫିସିଆଲ ଲିଙ୍କ୍‌ https://www.osssc.gov.in/Public/OSSSC/Default.aspx. ରେ ଲଗ୍‌ ଇନ୍‌ କରନ୍ତୁ। ଏହାପରେ Osssc teacher recruitment 2024 କୁ କ୍ଲିକ୍‌ କରନ୍ତୁ। ଏହାପରେ ଗୋଟିଏ ଫର୍ମ ଖୋଲିବ। ଏହି ଫର୍ମକୁ ପୂରଣ କରନ୍ତୁ। ନିଜ ଡକୋମେଣ୍ଟ ପୂରଣ କରିବା ସହ ଫି ଦାଖଲ କରନ୍ତୁ। ଏହାପରେ ଫର୍ମକୁ ସବମିଯ୍‌ କରିବା ସହ ଏହାର ପ୍ରିଣ୍ଟ ବାହାର କରନ୍ତୁ।

ତେବେ TGT Arts, TGT Science (PCM) & TGT Science (CBZ) ପାଇଁ ଦରମା ୩୫ ହଜାରରୁ ୧,୧୨,୪୦୦ଯାଏଁ ରହିଥିବାବେଳେ Hindi, Telugu, Urdu & Sanskrit Teacher ପାଇଁ ୨୩ ହଜାରରୁ ୭୪ହଜାର ୮୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?