Posted inଖେଳ

ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ମନ୍ନତା ମିଶ୍ର, ପ୍ରତ୍ୟାଶା ରାୟ, ସୋନିଆ ପଟେଲ ଓ ଅଭିନବ ସିଂ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି।

ଓଡ଼ିଶାରେ ଏବେ ବିଭିନ୍ନ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଏହାର ଫଳ ସ୍ବରୂପ ଏଠାରେ କ୍ରମାଗତଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ମାନ ଆୟୋଜନ ହେଉଛି। କେବଳ ସେତିକି ନୁହେଁ ଏହି ଅତ୍ୟାଧୁନିକ ଭିତ୍ତିଭୂମିରେ ଅଭ୍ୟାସ କରିବାଦ୍ୱାରା ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ନିକଟରେ ଅନୁଷ୍ଠିତ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ରୁ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ, ଓଡ଼ିଶା ରାଜ୍ୟ ସୁଇମିଂ ଆସୋସିଏଶନ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ୨ୟ ସଂସ୍କରଣ ୩ ଦିନଧରି ଜୁନ୍‌ ୧୦ରୁ ୧୨ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ଅନେକ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ବାହାର ରାଜ୍ୟର ସନ୍ତରଣକାରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏଥିରୁ କେତେକରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଥିଲେ ଓଡ଼ିଶା କ୍ରୀଡ଼ାବିତ୍‌। ପ୍ରତିଯୋଗିତାରେ ଓଡ଼ିଶା ସନ୍ତରଣ ପ୍ରତିଭାଙ୍କୁ ମୋଟ ୧୭ଟି ପଦକ ମିଳିଥିଲା। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସାମିଲ। କେବଳ ମହିଳା ସୁଇମରମାନେ ୧୫ଟି ପଦକ ଜିତି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ। ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରୁ ଅଭିନବ ସିଂଙ୍କୁ ୨ଟି ବ୍ରୋଞ୍ଜ ପଦକ ମିଳିଥିଲା।
ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରୁ ସ୍ବର୍ଣ୍ଣ ପଦକ ଦୃଷ୍ଟିରୁ ଅଧିକ ସଫଳ ରହିଥିଲେ ସୃଷ୍ଟି ଉପାଧ୍ୟାୟ। ସେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ମାତ୍ର ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ସବୁଠାରୁ ଅଧିକ ପଦକ ହାସଲ କରିଥିଲେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ସେ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ଏହିପରି ମୋଟ ୫ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣିମ ସଫଳତାକୁ ବିଚାରକୁ ନେଲେ ମନ୍ନତା ମିଶ୍ର ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ଅଭିଜ୍ଞତାସମ୍ପନ୍ନ ପ୍ରତ୍ୟାଶା ରାୟ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ସୋନିଆ ପଟେଲ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।
ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବଟରଫ୍ଲାଏରେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୫୦ ମିଟର ବାଳିକା ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ରୌପ୍ୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ପାଇଥିଲେ। ଦ୍ୱିତୀୟ ଦିବସରେ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ, ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ଦିବ୍ୟଙ୍କା ପ୍ରଧାନ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ରୌପ୍ୟ ଓ ୧୦୦ ମିଟର ବଟରଫ୍ଲାଏରେ ବ୍ରୋଞ୍ଜ, ୧୦୦ ମିଟର ଫ୍ରିଷ୍ଟାଇଲରେ ସୋନିଆ ପଟେଲ ଓ ୧୫୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ତୃତୀୟ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୫୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରାୟ ରୌପ୍ୟ ଓ ୪୦୦ ମିଟର ଫ୍ରିଷ୍ଟାଇଲରେ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ।

-ପ୍ରସ୍ତୁତି: ତପନ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri