ଧର୍ମଶାଳା,୨୬।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର ମିଲତନଗରରୁ ଗତ ୧୫/୧୨/୨୩ ତାରିଖ ରେ ଗିରଫ ହୋଇଥିବା କାଶ୍ମୀର ଯୁବକ ସୟଦ ଅହେସାନ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୁଚନା ମୁତାବକ କାଶ୍ମୀର ଯୁବକ ବୁଖାରି ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତରର ପରିଚୟ ଦେଇ ନେଉଳପୁର ଗ୍ରାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ବିବାହ କରି ମିଲତନଗରରେ ଏକ ଭଡା ଘରେ ପତ୍ନୀ ଓ ଛୋଟ ଝିଅ ସହିତ ରହୁଥିଲା ବୁଖାରି ଅଧିକାଂଶ ସମୟ କାଶ୍ମୀରରେ ରହୁଥିବା ବେଳେ ମଝିରେ ମାସ ଦୁଇ ମାସ ପାଇଁ ମିଲତ ନଗରରେ ଭଡା ଘରେ ରହୁଥିବା ତାଙ୍କର ପତ୍ନୀ ନିକଟକୁ ଆସି ରହୁଥିଲେ। ତେବେ ବୁଖାରିଙ୍କର ପାକିସ୍ତାନ ଲିଙ୍କ ଥିବା ନେଇ ଏସଟିଏଫ ଟିମ ତାହାର ଘରେ ଚଡାଉ କରି ଗିରଫ କରିଥିଲା।
ତେବେ ପୋଲିସ ତଦନ୍ତରେ ସେ ଜଣେ ବାଦ ଠକ ବୋଲି ଜଣାପଡିଥିଲା। ଏନେଇ ପୋଲିସ ଠକେଇ ମାମଲାରେ ତାକୁ ଗିରଫ କରିଥିଲା ସେବେଠାରୁ ସେ ବିଚାର ବିଭାଗୀୟ ଜେଲରେ ରହୁଥିବା ବେଳେ ଚଣ୍ଡିଖୋଲ କୋର୍ଟରେ ତାର ବିଚାର ଚାଲିଥିଲା। ଆଜି ଏହାର ରାୟ ପ୍ରକାଶ ପାଇଥିବା ବେଳେ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ କୋର୍ଟ ଆଜି ତାକୁ ଦଣ୍ଡ ବିଧାନ କରିଛନ୍ତି।


