ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁନର୍ଗଠନ କରାଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନୂତନ ସାଧାରଣ ପରିଷଦ କାର୍ଯ୍ୟକାରୀ ହେବ। ପୂର୍ବଭଳି ସଭାପତି, ଉପସଭାପତି, ଅର୍ଥ ପରାମର୍ଶଦାତା, ସମ୍ପାଦକଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସରକାରୀ ସଦସ୍ୟଭାବେ ପରିଷଦରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଢେଙ୍କାନାଳ ବାହାଦୁର ପାଟ୍ଟସାହାଣୀ, ବାଲେଶ୍ୱରର ଶୁଭଶ୍ରୀ ଲେଙ୍କା ଓ କାଳୀପଦ ପଣ୍ଡା ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏଥିରେ ଥିବା ବେସରକାରୀ ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ବର୍ଷ ଅର୍ଥାତ୍ ୨୦୨୦ ଜୁଲାଇ ୨୪ରୁ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏକାଡେମୀ ପକ୍ଷରୁ ଜିଲାଓ୍ବାରୀ ନୂତନ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳର ସଂଗ୍ରାମ କେଶରୀ ପୃଷ୍ଟି, ବଲାଙ୍ଗୀର ଜ୍ୟୋତିର୍ମୟୀ ସାହୁ, ବରଗଡ଼ ବାମପଦ ତ୍ରିପାଠୀ, ବାଲେଶ୍ୱର ଭରତଚନ୍ଦ୍ର ଦାଶ, ବୌଦ୍ଧ ସଞ୍ଜୟ କୁମାର ପଣ୍ଡା, ଭଦ୍ରକ ପବିତ୍ର ପାଣିଗ୍ରାହୀ, କଟକ ମନୋଜ ପଟ୍ଟନାୟକ, ଦେବଗଡ଼ ଭାରତ ଭୂଷଣ ନନ୍ଦ, ଢେଙ୍କାନାଳ ପୁଷ୍ପଲତା ରଥ, ଗଜପତିର ମୀନାକ୍ଷୀ ସାହୁ, ଗଞ୍ଜାମ ସିଦ୍ଧାର୍ଥ ଶଙ୍କର ପାଢୀ, ଜଗତସିଂହପୁର ଅଭୟ ବାରିକ, ଯାଜପୁର ରୀତାରାଣୀ ନାୟକ, ଝାରସୁଗୁଡ଼ା ଶିବପ୍ରିୟା ମିଶ୍ର ଏବଂ କଳାହାଣ୍ଡି ପାଇଁ ସତ୍ୟ ନାରାୟଣ ମହାପାତ୍ର ପରିଷଦ ସଦସ୍ୟ ହୋଇଛନ୍ତି। ସେହିଭଳି କନ୍ଧମାଳର ଗିରିଜା ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ସରୋଜ କୁମାର ମହାନ୍ତି, କେନ୍ଦୁଝର ପିନାକୀ ମିଶ୍ର, କୋରାପୁଟ ଲକ୍ଷ୍ମୀକାନ୍ତ ପାଢୀ, ଖୋର୍ଦ୍ଧାର ବିବେକାନନ୍ଦ ପାଣିଗ୍ରାହୀ, ମାଲାକାନଗିରିର କିଶୋର ଚନ୍ଦ୍ର ପ୍ରଧାନ, ମୟୂରଭଞ୍ଜର ଅଜିତ ପାତ୍ର, ନବରଙ୍ଗପୁରର ବଲ୍ଲଭ କୁମାର ରାଉତ, ନୟାଗଡ଼ର ଅଶୋକ କୁମାର ନାୟକ, ନୂଆପଡ଼ାର ସୁରେଶ୍ୱରୀ ବାଘ, ପୁରୀର ପ୍ରତିଭା ମହାରଥୀ, ରାୟଗଡ଼ାର ଡମ୍ବରୁଧର ପଟ୍ଟନାୟକ, ସମ୍ବଲପୁରର ରଘୁନାଥ ମେହେର, ସୁବର୍ଣ୍ଣପୁରର ଦେବାଶିଷ ପାଣ୍ଡିଆ ଏବଂ ସୁନ୍ଦରଗଡ଼ର ସୁପ୍ରିୟା ପାଲ ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାଧାରଣ ପରିଷଦରେ ରାଜ୍ୟର ୮ ବିଶ୍ୱବିଦ୍ୟାଳୟର ପ୍ରତିନିଧି ରହିଛନ୍ତି। ସେମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କିମ୍ବା ତାଙ୍କ ପ୍ରତିନିଧି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ମହାପାତ୍ର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଦ୍ମନାଭ ସାହୁ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ଉର୍ମିଶ୍ରୀ ବେଦମାତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଡ. ନିରଞ୍ଜନ କର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଶିବ ପ୍ରସାଦ ତ୍ରିପାଠୀ। ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ନିଯୁକ୍ତ ହେବେ। ରାଜ୍ୟ ପ୍ରତ୍ନତତ୍ତ୍ୱର ଅଧୀକ୍ଷକ ମଧ୍ୟ ଏହି ପରିଷଦରେ ସଦସ୍ୟ ରହିବେ।
ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍ ରିଜୁଭେନେଶନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…
୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଭିତରେ ଥିଲେ ଡ୍ରାଇଭର
ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…
ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….
ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
Archives

