ଓଡିଶାରେ ଫାର୍ମା, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୩୪୯ କୋଟି ଟଙ୍କା ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୨୯।୧: ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ଦେଶର ୯ ଟି ଅଗ୍ରଣୀ କମ୍ପାନୀ ଓଡିଶାରେ ପ୍ରାୟ ୪୩୪୯ କୋଟି ଟଙ୍କା ନିବେଶ କରିବା ପାଇଁ ମନ ବଳେଇଛନ୍ତି। ଏହା ଓଡ଼ିଶାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ଫାର୍ମାସ୍ୟୁଟିକାଲ୍ ଏବଂ ବାୟୋଟେକ୍ନୋଲୋଜି ମାନୁଫାକ୍ଚୁରିଂ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ସହିତ ବିକଶିତ ଓଡିଶା ୨୦୩୬ ର ଲକ୍ଷ୍ୟ ହାସଲ ପାଇଁ ସହାୟକ ହେବ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଇଣ୍ଡୋ ୟୁରୋପୀୟ ହାର୍ଟ ହସ୍ପିଟାଲ୍ସ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ପ୍ରାୟ ୧୨୦୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଏବଂ ଏସୟୁଏମ୍ ଓଡ଼ିଶା ୧୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରୁଛି।

ସେହିପରି, ଇଣ୍ଡୋ ୟୁରୋପୀୟ ରିସର୍ଚ୍ଚ ଆଣ୍ଡ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ ୬୦୦ କୋଟି ଟଙ୍କା ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛି ଏବଂ ବିକାଶ ରେସିଡେନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାରେ ୫୪୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ଅଛି।

ଜେ-ଭିପିଡି ଡାଇଗ୍ନୋଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ୫୦୦ କୋଟି ଟଙ୍କା ନିବେଶ କରିବାକୁ ଏକ ପ୍ରସ୍ତାବ ଦାଖଲ କରିଛି। ଏହି ନିବେଶ ବିକାଶହିତ ଓଡ଼ିଶା-୨୦୩୬ ର ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇ ଆଧୁନିକ ସ୍ୱାସ୍ଥ୍ୟସେବା, ଫାର୍ମା ଏବଂ ବାୟୋଟେକ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବ।

ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ‘ଓଡିଶାରେ ୟୁନିଭର୍ସାଲ୍ ହେଲ୍ଥ ଆଣ୍ଡ୍ ୱେଲ୍ନେସ୍’ ବିଷୟବସ୍ତୁ ସହିତ ସ୍ୱାସ୍ଥ୍ୟସେବା, ଫାର୍ମା ଏବଂ ବାୟୋଟେକ୍ନୋଲୋଜି ଉପରେ ଏକ ଉଚ୍ଚସ୍ତରୀୟ କ୍ଷେତ୍ରୀୟ ଅଧିବେଶନ ଆୟୋଜନ କରିଥିଲେ।

ଏଥିରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ “ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି, ଯାହାଦ୍ୱାରା ଓଡିଶାର ଆର୍ଥିକ-ସାମାଜିକ ସ୍ଥିତିରେ ଆଶାତୀତ ଉନ୍ନତି ଆସିବ ।

ଶିଳ୍ପ, ଏକାଡେମୀ ଏବଂ ସମାଜ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରି ଉଭୟ ମୌଳିକ ଏବଂ ପ୍ରୟୋଗିକ ଗବେଷଣା ତଥା ବୈଷୟିକ ଜ୍ଞାନକୌଶଳ ଉପରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସରକାର ଓଡିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪ ପ୍ରଣୟନ କରିଛନ୍ତି । ଯାହା ନିବେଶକ ମାନଙ୍କୁ ଆକୃଷ୍ଟ କରୁଛି ।
ରାଜ୍ୟର ଅସୀମ ସୁଯୋଗ ଏବଂ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଉତ୍କର୍ଷ ଓଡ଼ିଶା ହେଉଛି ଏକ ଉପଯୁକ୍ତ ପ୍ଲାଟଫର୍ମ । ଆଜି ଓଡିଶା ନବସୃଜନ ଏବଂ ପୁଞ୍ଜି ବିନିଯୋଗର ଏକ ହବ୍ ଭାବରେ ଉଭା ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଓଡିଶା ସରକାରଙ୍କ ବିକଶିତ ଓଡ଼ିଶା- ୨୦୩୬ର ସ୍ବପ୍ନକୁ ସାକାର କରିବାକୁ ହେଲେ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସରକାରଙ୍କ ସହ ହାତ ମେଳାଇବା ଦରକାର । ସରକାରଙ୍କ ପ୍ରକୃତ ଲକ୍ଷ୍ୟ ହେଉଛି ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।

ସୁପର ସ୍ପେସିଆଲିଟି ହସ୍ପିଟାଲ, ବହୁ-ସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ସୁଲଭ ଓ ଗୁଣାତ୍ମକ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣର ସ୍ୱଦେଶୀ ଉତ୍ପାଦନ ଉପରେ ଓଡିଶା ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ ବୋଲି ସେ କହିଛନ୍ତି ।
ଏହି ପରିପ୍ରେକ୍ଷିରେ “SKILLING IN HEALTH SECTOR FOR UTKARSH ODISHA -2036” ବିଷୟରେ ଏକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ ଡା. ମାନସ ରଞ୍ଜନ ସାହୁ , କୁଳପତି , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପ୍ରଫେସର ସରୋଜ କାନ୍ତ ମିଶ୍ର , ଡା. ଅମୂଲ୍ୟ ପଣ୍ଡା, ପ୍ରଫେସର ଅରୁଣ କୁମାର ଦାସ ବକ୍ତା ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡିଶାକୁ ଏକ ଉତ୍କର୍ଷ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।

ଓଡିଶାରେ ସମ୍ପ୍ରତି ୧୨ ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୨ ଟି ମେଡିକାଲ କଲେଜ ରହିଛି, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡିଶା ଦ୍ରୁତଗତିରେ ଅଗ୍ରଗତି କରୁଛି । ଏଥିସହ ୮ ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୭ ଟି ନର୍ସିଂ କଲେଜ ରହିଛି ।

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଏବଂ ଜନବହୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ଡାଏଲିସିସ୍ ସେବା ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ସରକାର ୫ ,୦୦୦ ଡାକ୍ତର ଏବଂ ୧,୨୦୦ ନର୍ସ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହି ଅଧିବେଶନରେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁଗମ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ. ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri