ଓଡିଶାରେ ଫାର୍ମା, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୩୪୯ କୋଟି ଟଙ୍କା ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୨୯।୧: ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ଦେଶର ୯ ଟି ଅଗ୍ରଣୀ କମ୍ପାନୀ ଓଡିଶାରେ ପ୍ରାୟ ୪୩୪୯ କୋଟି ଟଙ୍କା ନିବେଶ କରିବା ପାଇଁ ମନ ବଳେଇଛନ୍ତି। ଏହା ଓଡ଼ିଶାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ଫାର୍ମାସ୍ୟୁଟିକାଲ୍ ଏବଂ ବାୟୋଟେକ୍ନୋଲୋଜି ମାନୁଫାକ୍ଚୁରିଂ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ସହିତ ବିକଶିତ ଓଡିଶା ୨୦୩୬ ର ଲକ୍ଷ୍ୟ ହାସଲ ପାଇଁ ସହାୟକ ହେବ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଇଣ୍ଡୋ ୟୁରୋପୀୟ ହାର୍ଟ ହସ୍ପିଟାଲ୍ସ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ପ୍ରାୟ ୧୨୦୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଏବଂ ଏସୟୁଏମ୍ ଓଡ଼ିଶା ୧୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରୁଛି।

ସେହିପରି, ଇଣ୍ଡୋ ୟୁରୋପୀୟ ରିସର୍ଚ୍ଚ ଆଣ୍ଡ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ ୬୦୦ କୋଟି ଟଙ୍କା ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛି ଏବଂ ବିକାଶ ରେସିଡେନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାରେ ୫୪୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ଅଛି।

ଜେ-ଭିପିଡି ଡାଇଗ୍ନୋଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ୫୦୦ କୋଟି ଟଙ୍କା ନିବେଶ କରିବାକୁ ଏକ ପ୍ରସ୍ତାବ ଦାଖଲ କରିଛି। ଏହି ନିବେଶ ବିକାଶହିତ ଓଡ଼ିଶା-୨୦୩୬ ର ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇ ଆଧୁନିକ ସ୍ୱାସ୍ଥ୍ୟସେବା, ଫାର୍ମା ଏବଂ ବାୟୋଟେକ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବ।

ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ‘ଓଡିଶାରେ ୟୁନିଭର୍ସାଲ୍ ହେଲ୍ଥ ଆଣ୍ଡ୍ ୱେଲ୍ନେସ୍’ ବିଷୟବସ୍ତୁ ସହିତ ସ୍ୱାସ୍ଥ୍ୟସେବା, ଫାର୍ମା ଏବଂ ବାୟୋଟେକ୍ନୋଲୋଜି ଉପରେ ଏକ ଉଚ୍ଚସ୍ତରୀୟ କ୍ଷେତ୍ରୀୟ ଅଧିବେଶନ ଆୟୋଜନ କରିଥିଲେ।

ଏଥିରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ “ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି, ଯାହାଦ୍ୱାରା ଓଡିଶାର ଆର୍ଥିକ-ସାମାଜିକ ସ୍ଥିତିରେ ଆଶାତୀତ ଉନ୍ନତି ଆସିବ ।

ଶିଳ୍ପ, ଏକାଡେମୀ ଏବଂ ସମାଜ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରି ଉଭୟ ମୌଳିକ ଏବଂ ପ୍ରୟୋଗିକ ଗବେଷଣା ତଥା ବୈଷୟିକ ଜ୍ଞାନକୌଶଳ ଉପରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସରକାର ଓଡିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪ ପ୍ରଣୟନ କରିଛନ୍ତି । ଯାହା ନିବେଶକ ମାନଙ୍କୁ ଆକୃଷ୍ଟ କରୁଛି ।
ରାଜ୍ୟର ଅସୀମ ସୁଯୋଗ ଏବଂ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଉତ୍କର୍ଷ ଓଡ଼ିଶା ହେଉଛି ଏକ ଉପଯୁକ୍ତ ପ୍ଲାଟଫର୍ମ । ଆଜି ଓଡିଶା ନବସୃଜନ ଏବଂ ପୁଞ୍ଜି ବିନିଯୋଗର ଏକ ହବ୍ ଭାବରେ ଉଭା ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଓଡିଶା ସରକାରଙ୍କ ବିକଶିତ ଓଡ଼ିଶା- ୨୦୩୬ର ସ୍ବପ୍ନକୁ ସାକାର କରିବାକୁ ହେଲେ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସରକାରଙ୍କ ସହ ହାତ ମେଳାଇବା ଦରକାର । ସରକାରଙ୍କ ପ୍ରକୃତ ଲକ୍ଷ୍ୟ ହେଉଛି ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।

ସୁପର ସ୍ପେସିଆଲିଟି ହସ୍ପିଟାଲ, ବହୁ-ସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ସୁଲଭ ଓ ଗୁଣାତ୍ମକ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣର ସ୍ୱଦେଶୀ ଉତ୍ପାଦନ ଉପରେ ଓଡିଶା ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ ବୋଲି ସେ କହିଛନ୍ତି ।
ଏହି ପରିପ୍ରେକ୍ଷିରେ “SKILLING IN HEALTH SECTOR FOR UTKARSH ODISHA -2036” ବିଷୟରେ ଏକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ ଡା. ମାନସ ରଞ୍ଜନ ସାହୁ , କୁଳପତି , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପ୍ରଫେସର ସରୋଜ କାନ୍ତ ମିଶ୍ର , ଡା. ଅମୂଲ୍ୟ ପଣ୍ଡା, ପ୍ରଫେସର ଅରୁଣ କୁମାର ଦାସ ବକ୍ତା ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡିଶାକୁ ଏକ ଉତ୍କର୍ଷ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।

ଓଡିଶାରେ ସମ୍ପ୍ରତି ୧୨ ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୨ ଟି ମେଡିକାଲ କଲେଜ ରହିଛି, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡିଶା ଦ୍ରୁତଗତିରେ ଅଗ୍ରଗତି କରୁଛି । ଏଥିସହ ୮ ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ପାଇପଲାଇନରେ ଆଉ ୭ ଟି ନର୍ସିଂ କଲେଜ ରହିଛି ।

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଏବଂ ଜନବହୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ଡାଏଲିସିସ୍ ସେବା ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ସରକାର ୫ ,୦୦୦ ଡାକ୍ତର ଏବଂ ୧,୨୦୦ ନର୍ସ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହି ଅଧିବେଶନରେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁଗମ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ. ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?