ମାଛଚାଷରେ ଓଡ଼ିଶାର ସ୍ଥାନ ଚତୁର୍ଥ

ମାଲକାନଗିରି,୨୨ା୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦର ମହକୁମା ମୁଣ୍ଡାଗୁଡାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁ୍‌ଷ୍ଠିତ ହୋଇଯାଇଛି। ଏଥିରେ ଲିଡ ବ୍ୟାଙ୍କ ଜିଲା ପରିଚାଳକ ନରସିଂହ ପାଢୀ, ନାବାର୍ଡ ଜିଲା ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ବେଉରିଆ, କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନିଗମାନନ୍ଦ ବେହେରା, ବୈଜ୍ଞାନିକ ଆଶିଷ ମହାପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ୟୁ.ଏସ୍‌.ପି. ଶତପଥୀ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ ଗୌଡ, ପରିବେଶବିତ୍‌ ଦୁର୍ଯ୍ୟୋଧନ ପାତ୍ରଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଉପସ୍ଥିତ ଥିଲେ। ଆଜିର ଦିବସ ମତ୍ସ୍ୟ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଆମ ରାଜ୍ୟରେ ମାଛର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ପୃଥିବୀରେ ଚୀନ୍‌ ମାଛ ଚାଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମ ଦେଶ କଥା ଆକଳନ କଲେ ଆନ୍ଧ୍ରପ୍ରଦେଶ ମାଛ ଚାଷରେ ପ୍ରଥମ ହୋଇଥିବା ବେଳେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି। ଆନ୍ଧ୍ର ଆମ ରାଜ୍ୟର ପ୍ରତି ଜିଲାକୁ ପ୍ରତେହ ମାଛ ରପ୍ତାନି କରି ଆମ ଚାହିଦା ପୂରଣ କରୁଛି ବୋଲି ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍‌ କହିଥିଲେ।
ମାଛ ଚାଷର ଉନ୍ନତି ପାଇଁ ଓଡିଶାରେ ୨୦୧୮ରେ ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯାଇ ପଞ୍ଚାୟତ ପୋଖରୀଗୁଡିକୁ ମାଛ ଚାଷ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ବର୍ଷ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଉଛି। ମତ୍ସ୍ୟ ଚାଷୀଙ୍କୁ ଆବଶ୍ୟକ ଯନ୍ତ୍ରପାତି, ଅନ୍ୟ ସରଞ୍ଜାମର ବହୁଳ ବ୍ୟବହାର ଲାଗି ସ୍ବତନ୍ତ୍ର ପ୍ରୋତ୍ସାହନ, ନୂତନ ପଦ୍ଧତିରେ ମାଛ ଚାଷ କରି ଦ୍ୱିଗୁଣିତ ଲାଭବାନ, ମତ୍ସ୍ୟ ଜାଆଁଳ ଉତ୍ପାଦନ, ମାଛ ଚାଷ ପାଇଁ ନୂତନ ପୋଖରୀ ଖନନ ପାଇଁ ସରକାର ଆଥିକ ସହ ଯୋଗ, ବ୍ୟାଙ୍କ ଋଣ, ବୈଷୟିକ ଜ୍ଞାନ କୌଶଳ, ମତ୍ସ୍ୟ ବୃଦ୍ଧି ପାଇଁ ଖାଦ୍ୟ, ରୋଗମୁକ୍ତ ପାଇଁ ଔଷଧ ଆଦି ଯୋଗାଇ ସରକାର ଦେଇ ଆସୁଛନ୍ତି। ଏହା ସତ୍ୱେ ମତ୍ସ୍ୟ ଚାଷୀମାନେ ଅଧିକ ଉତ୍ପାଦନକ୍ଷମ ହୋଇ ନ ଥିବାରୁ ଆନ୍ଧ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆମ ରାଜ୍ୟକୁ ମାଛ ଯୋଗାଉଛି। ମାଲକାନଗିରି ଜିଲାର ମହିଳା ଏବଂ ପୁରୁଷ ମତ୍ସ୍ୟ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ କିପରି ଉନ୍ନତମାନର ମାଛ ଚାଷ କରି ନିଜେ ଲାଭବାନ ହେବା ସହ ଜିଲାରେ ମାଛ ଉତ୍ପାଦନ ବୃଦ୍ଧି କରି ଆନ୍ଧ୍ରରୁ ଆସୁଥିବା ମାଛକୁ ରୋକି ପାରିବେ ସେଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ମାଛ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସହକାରୀ ଜିଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri