ମଣିଷ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୭ା୧୨(ଅସମାପିକା ସାହୁ): ରାଜ୍ୟରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଏହାକୁ ରୋକିବାରେ ବନ ବିଭାଗ ଫେଲ୍‌ ମାରିଛି। ଏହି ପ୍ରସଙ୍ଗ ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ହାତୀଙ୍କ ଦ୍ୱାରା ମଣିଷ ଜୀବନ ହାନିରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି। ଗତ ୩ବର୍ଷ ହେଲା ସାରା ଦେଶରେ ହାତୀଙ୍କ ଦ୍ୱାରା ମଣିଷ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଏହି ସଂଖ୍ୟା ଅଧିକ ରହୁଛି। ଏହାକୁ ଦେଖିଲେ ରାଜ୍ୟ ସରକାର ହାତୀ ସୁରକ୍ଷା ପାଇଁ ଯେତିକି ଚିନ୍ତା କରୁଛନ୍ତି, ମନୁଷ୍ୟ ମୃତ୍ୟୁକୁ ସେତିକି ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ହାତୀ ଆକ୍ରମଣରେ ୨୦୨୦-୨୧ରେ ଦେଶରେ ୪୬୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧-୨୨ରେ ୫୩୫ ଏବଂ ୨୦୨୨-୨୩ରେ ୬୦୫ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍‌ବେଗଜନକ କଥା ହେଉଛି ଓଡ଼ିଶା ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିବାର ଦୁର୍ନାମ ମୁଣ୍ଡେଇଛି। ପ୍ରତିବର୍ଷ ଦେଶରେ ହାତୀ ଦ୍ୱାରା ମରିଥିବା ଲୋକଙ୍କ ସଂଖ୍ୟାର ୨୦ପ୍ରତିଶତରୁ ଊର୍ଦ୍ଧ୍ୱ କେବଳ ଓଡ଼ିଶାର ରହୁଛି। ଗତବର୍ଷ ଏହି ହାର ପାଖାପାଖି ୨୫ପ୍ରତିଶତ ରହିଥିଲା।
ସୂଚନାନୁସାରେ, ୨୦୨୦-୨୧ରେ ଓଡ଼ିଶାରେ ହାତୀ ଦ୍ୱାରା ୯୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ନମ୍ବର ସ୍ଥାନରେ ରହିଥିଲା। ସେହିଭଳି ୨୦୨୧-୨୨ରେ ଏହି ସଂଖ୍ୟା ୧୧୨କୁ ବୃଦ୍ଧି ପାଇଥିଲା। ତେବେ ସେହିବର୍ଷ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଓଡ଼ିଶା। ୧୩୩ ସହ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିଲା। ୨୦୨୨-୨୩ରେ ପୁଣି ଦେଶ ସହିତ ଓଡ଼ିଶାରେ ବି ଏହି ସଂଖ୍ୟା ବଢ଼ିଛି। ଓଡ଼ିଶା ୧୪୮ ଜଣଙ୍କ ମୃତ୍ୟୁ ସହିତ ଏକ ନମ୍ବର ସ୍ଥାନରେ ଅଛି। ବିଶେଷ କରି ୨୦୨୩ ଏପ୍ରିଲ ଓ ଜୁନ୍‌ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୫୭ଜଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ ବି. କେ ପଟ୍ଟନାୟକ କହିଛନ୍ତି, ହାତୀ-ମଣିଷ ମୁହାଁମୁହିଁରେ ଉଭୟ ହାତୀ ଓ ମଣିଷର କ୍ଷତି ହୋଇଥାଏ। ଗତ କିଛିବର୍ଷ ହେବ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ସାଧାରଣ ଲୋକ। ଜଙ୍ଗଲରେ ହାତୀଙ୍କ ବାସସ୍ଥଳୀ ଅଭାବରୁ ହାତୀମାନେ ବାହାରକୁ ଆସୁଛନ୍ତି। ତାକୁ ଘଉଡ଼ାଇଲା ବେଳେ ଜନସାଧାରଣଙ୍କ ଗହଳି ହେଉଛି। ଯାହାଫଳରେ ହାତୀ ଉଗ୍ରରୂପ ନେଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ତେଣୁ ଏହି ଘଟଣାରେ ଉଭୟ ବନ ବିଭାଗ ଓ ଜନସାଧାରଣ ସଚେତନ ହେବା ଜରୁରୀ। ଆବଶ୍ୟକ ହାତୀ ଚଲାପଥ ଏବଂ ଉପଯୁକ୍ତ ଖାଦ୍ୟ ମିଳିଲେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ନ ଯାଇ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯାଆନ୍ତେ ବୋଲି ପଟ୍ଟନାୟକ କହିଛନ୍ତି। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମଣିଷ ଯେପର୍ଯ୍ୟନ୍ତ ନିଜର ଫସଲକୁ ହାତୀ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବ, ସେପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା କମିବା କଷ୍ଟକର। ଫସଲ ପାଇଁ ଦିଆଯାଉଥିବା କ୍ଷତିପୂରଣ ଅର୍ଥ ରାଶିକୁ ଠିକ୍‌ ଭାବରେ ବଢ଼େଇବା ଦରକାର। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri