ମଣିଷ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୭ା୧୨(ଅସମାପିକା ସାହୁ): ରାଜ୍ୟରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଏହାକୁ ରୋକିବାରେ ବନ ବିଭାଗ ଫେଲ୍‌ ମାରିଛି। ଏହି ପ୍ରସଙ୍ଗ ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ହାତୀଙ୍କ ଦ୍ୱାରା ମଣିଷ ଜୀବନ ହାନିରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି। ଗତ ୩ବର୍ଷ ହେଲା ସାରା ଦେଶରେ ହାତୀଙ୍କ ଦ୍ୱାରା ମଣିଷ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଏହି ସଂଖ୍ୟା ଅଧିକ ରହୁଛି। ଏହାକୁ ଦେଖିଲେ ରାଜ୍ୟ ସରକାର ହାତୀ ସୁରକ୍ଷା ପାଇଁ ଯେତିକି ଚିନ୍ତା କରୁଛନ୍ତି, ମନୁଷ୍ୟ ମୃତ୍ୟୁକୁ ସେତିକି ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ହାତୀ ଆକ୍ରମଣରେ ୨୦୨୦-୨୧ରେ ଦେଶରେ ୪୬୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧-୨୨ରେ ୫୩୫ ଏବଂ ୨୦୨୨-୨୩ରେ ୬୦୫ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍‌ବେଗଜନକ କଥା ହେଉଛି ଓଡ଼ିଶା ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିବାର ଦୁର୍ନାମ ମୁଣ୍ଡେଇଛି। ପ୍ରତିବର୍ଷ ଦେଶରେ ହାତୀ ଦ୍ୱାରା ମରିଥିବା ଲୋକଙ୍କ ସଂଖ୍ୟାର ୨୦ପ୍ରତିଶତରୁ ଊର୍ଦ୍ଧ୍ୱ କେବଳ ଓଡ଼ିଶାର ରହୁଛି। ଗତବର୍ଷ ଏହି ହାର ପାଖାପାଖି ୨୫ପ୍ରତିଶତ ରହିଥିଲା।
ସୂଚନାନୁସାରେ, ୨୦୨୦-୨୧ରେ ଓଡ଼ିଶାରେ ହାତୀ ଦ୍ୱାରା ୯୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ନମ୍ବର ସ୍ଥାନରେ ରହିଥିଲା। ସେହିଭଳି ୨୦୨୧-୨୨ରେ ଏହି ସଂଖ୍ୟା ୧୧୨କୁ ବୃଦ୍ଧି ପାଇଥିଲା। ତେବେ ସେହିବର୍ଷ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଓଡ଼ିଶା। ୧୩୩ ସହ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିଲା। ୨୦୨୨-୨୩ରେ ପୁଣି ଦେଶ ସହିତ ଓଡ଼ିଶାରେ ବି ଏହି ସଂଖ୍ୟା ବଢ଼ିଛି। ଓଡ଼ିଶା ୧୪୮ ଜଣଙ୍କ ମୃତ୍ୟୁ ସହିତ ଏକ ନମ୍ବର ସ୍ଥାନରେ ଅଛି। ବିଶେଷ କରି ୨୦୨୩ ଏପ୍ରିଲ ଓ ଜୁନ୍‌ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୫୭ଜଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ ବି. କେ ପଟ୍ଟନାୟକ କହିଛନ୍ତି, ହାତୀ-ମଣିଷ ମୁହାଁମୁହିଁରେ ଉଭୟ ହାତୀ ଓ ମଣିଷର କ୍ଷତି ହୋଇଥାଏ। ଗତ କିଛିବର୍ଷ ହେବ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ସାଧାରଣ ଲୋକ। ଜଙ୍ଗଲରେ ହାତୀଙ୍କ ବାସସ୍ଥଳୀ ଅଭାବରୁ ହାତୀମାନେ ବାହାରକୁ ଆସୁଛନ୍ତି। ତାକୁ ଘଉଡ଼ାଇଲା ବେଳେ ଜନସାଧାରଣଙ୍କ ଗହଳି ହେଉଛି। ଯାହାଫଳରେ ହାତୀ ଉଗ୍ରରୂପ ନେଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ତେଣୁ ଏହି ଘଟଣାରେ ଉଭୟ ବନ ବିଭାଗ ଓ ଜନସାଧାରଣ ସଚେତନ ହେବା ଜରୁରୀ। ଆବଶ୍ୟକ ହାତୀ ଚଲାପଥ ଏବଂ ଉପଯୁକ୍ତ ଖାଦ୍ୟ ମିଳିଲେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ନ ଯାଇ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯାଆନ୍ତେ ବୋଲି ପଟ୍ଟନାୟକ କହିଛନ୍ତି। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମଣିଷ ଯେପର୍ଯ୍ୟନ୍ତ ନିଜର ଫସଲକୁ ହାତୀ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବ, ସେପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା କମିବା କଷ୍ଟକର। ଫସଲ ପାଇଁ ଦିଆଯାଉଥିବା କ୍ଷତିପୂରଣ ଅର୍ଥ ରାଶିକୁ ଠିକ୍‌ ଭାବରେ ବଢ଼େଇବା ଦରକାର। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri