୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଁ ଏବେ ସେ ଅନ୍ୟତ୍ର ବିବାହ କରୁଥିବା ଖବର ପାଇବା ପରେ ଶୁକ୍ରବାର ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରାଣୀ ତାଙ୍କର ପ୍ରେମିକଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମହିଳା ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ କରିବା ପରେ ରାଣୀ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ପାଖାପାଖି ୮ ବର୍ଷ ଧରି ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ, ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅଙ୍କ ଭୁଲ କି ମୋର ଭୁଲ ସେମାନେ ହିସାବ କରିବେ। ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ପ୍ରେମିକଜଣଙ୍କ ମୋତେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଇ ଶେଷ ମୁହୂର୍ତ୍ତରେ ମୋତେ ବରବାଦ କରିଛନ୍ତି । ମୁଁ ଏହି କଥା ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ସେ ମୋତେ ନାନା ଧମକ ଚମକ ଦେବା ଆରମ୍ଭ କରିଥିଲେ । ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ରାଣୀ ପଣ୍ଡା ମିଛ କହିବାକୁ ପସନ୍ଦ କରେନି । ମୁଁ ତାଙ୍କୁ କେତେ ଟଙ୍କା ସାହାଯ୍ୟ, ସହଯୋଗ କରିଥିଲି ସେକଥା କହିବାକୁ ଚାହୁଁନି। ତେଣୁ ଗଣମାଧ୍ୟମ ଏବଂ ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ। ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri