୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଁ ଏବେ ସେ ଅନ୍ୟତ୍ର ବିବାହ କରୁଥିବା ଖବର ପାଇବା ପରେ ଶୁକ୍ରବାର ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରାଣୀ ତାଙ୍କର ପ୍ରେମିକଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମହିଳା ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ କରିବା ପରେ ରାଣୀ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ପାଖାପାଖି ୮ ବର୍ଷ ଧରି ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ, ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅଙ୍କ ଭୁଲ କି ମୋର ଭୁଲ ସେମାନେ ହିସାବ କରିବେ। ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ପ୍ରେମିକଜଣଙ୍କ ମୋତେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଇ ଶେଷ ମୁହୂର୍ତ୍ତରେ ମୋତେ ବରବାଦ କରିଛନ୍ତି । ମୁଁ ଏହି କଥା ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ସେ ମୋତେ ନାନା ଧମକ ଚମକ ଦେବା ଆରମ୍ଭ କରିଥିଲେ । ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ରାଣୀ ପଣ୍ଡା ମିଛ କହିବାକୁ ପସନ୍ଦ କରେନି । ମୁଁ ତାଙ୍କୁ କେତେ ଟଙ୍କା ସାହାଯ୍ୟ, ସହଯୋଗ କରିଥିଲି ସେକଥା କହିବାକୁ ଚାହୁଁନି। ତେଣୁ ଗଣମାଧ୍ୟମ ଏବଂ ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ। ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri