ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର ଛତ୍ରିୟା

ଭୁବନେଶ୍ୱର,୧୨ା୪(ଅନିଲ ଦାସ)-ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ
ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ  ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି।  କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ଦେବାଶିଷ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ସେ କହିଛନ୍ତି।  ରାଜେନ୍ଦ୍ରଙ୍କ ସହିତ  କୁଚିଣ୍ଡା ବସ୍‌ ୟୁନିୟନର ସଭାପତି ଧିରେନ୍ଦ୍ରକୁମାର ନାଏକ, ଉଦୟ ପ୍ରତାପ ସିଂହ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କୁମାର ସାହୁ, ସ୍ବରାଜ କୁମାର ନାୟକ, ହିଂମାଶୁ ପଟେଲ, ଅୟୋଧ୍ୟା ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି।