ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି

ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍‌ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି ସମୟରେ ଓଡ଼ିଶା ସରକାର ରାଜ୍ୟରେ ଆଣିଥିଲେ ଓଡ଼ିଶା ଲୋକସେବା ଅଧିକାର ଆଇନ ୨୦୧୨। ୨୦୧୨ ସେପ୍ଟେମ୍ବର ୮ରେ ସରକାର ବିଭିନ୍ନ ଗଣମାଧ୍ୟମରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଆଇନ୍‌ ଏବେ ମଧ୍ୟ ବଳବତ୍ତର ଥିବା ଜଣାଯାଏ। ଏହି ଆଇନର ଉପାଦେୟତା ହେଲା ଜଣେ ସାଧାରଣ ନାଗରିକ ପ୍ରତ୍ୟେକ ସରକାରୀ ଦପ୍ତରରେ କେତେଦିନ ମଧ୍ୟରେ ସୁବିଧା ସୁଯୋଗ ପାଇପାରିବେ। ଉଦାହରଣସ୍ବରୂପ, ଜଣଙ୍କର ସନ୍ତାନ ଜନ୍ମ ନେବାର ୨୧ ଦିନ ମଧ୍ୟରେ ତାଙ୍କୁ ଜନ୍ମ ପ୍ରମାଣପତ୍ର ମିଳିବା କଥା। ଏଥିରେ ଯଦି ଖିଲାପ ହୁଏ ସମ୍ପୃକ୍ତ ବ୍ୟକ୍ତି ସେହି ଦପ୍ତରର ଉପରିସ୍ଥ ଅଧିକାରୀଙ୍କୁ ଏହି ଆଇନ ବଳରେ ଅଭିଯୋଗ କରି ପାରିବେ। ସେତେବେଳେ ସମ୍ପୃକ୍ତ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଅଧିକାରୀଙ୍କୁ ଉପସ୍ଥିତ ଅଧିକାରୀ ଦଣ୍ଡିତ କରିବାର କ୍ଷମତା ରହିଛି। ଏମିତି ପ୍ରତ୍ୟେକ ବିଭାଗର ଲୋକଙ୍କ ସେବାପାଇଁ ନିୟମ ଓ ସମୟ ସାରଣୀ ରହିଛି। ପରିତାପର ବିଷୟ ହେଲା ଏବେ ସୁଦ୍ଧା ଏହି ଆଇନ୍‌ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକ ଅବଗତ ନାହାନ୍ତି ବୋଲି ଆଇନଜୀବୀ ଗତିକୃଷ୍ଣ ଶତପଥୀ କହିଛନ୍ତି। ଏପରି କି ଏହି ଆଇନ୍‌ ଜରିଆରେ କୌଣସି ସରକାରୀ କର୍ମଚାରୀ ଦଣ୍ଡିତ ହେଲାଭଳି ଦୃଷ୍ଟାନ୍ତ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କୁହନ୍ତି, ଏହି ଆଇନ୍‌ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ବାଚସ୍ପତିଙ୍କୁ ନୋଟିସ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri