ମନ୍ମଥଙ୍କୁ ନେଇ ଅଙ୍କ ଗଡ଼ବଡ଼

ଖୋର୍ଦ୍ଧା,୩୧।୩(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶା ରାଜନୀତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣି ଥରେ ଏହି ଆସନରୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ମନ୍ମଥ ଓ ଅପରାଜିତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି ।
୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩ହଜାର ୮୩୯ ଭୋଟ ବ୍ୟବଧାନରେ ହରାଇ ଅପରାଜିତା ବିଜୟୀ ହୋଇଥିଲେ। ଜୟଦେବକୁ ବାଦ୍‌ ଦେଲେ ଅନ୍ୟ ୬ଟି ନିର୍ବାଚନମଣ୍ଡଳୀରେ ଭାଜପାକୁ ଅଧିକ ଭୋଟ ମିଳିଥିଲା। କଂଗ୍ରେସ ଭୋଟରେ ଅପରାଜିତା ବିଜୟ ଲାଭ କରିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ମନ୍ମଥଙ୍କୁ ଟିକେଟ ଦେଇ କଂଗ୍ରେସ ଭୋଟ ହାତେଇବା ପାଇଁ ମାଷ୍ଟରଷ୍ଟ୍ରୋକ ମାରିଛି। ଜଟଣୀ ସମେତ ଭୁବନେଶ୍ୱର ୩ ନିର୍ବାଚନମଣ୍ଡଳୀରେ ସୁରଙ୍କ ଲୋକପ୍ରିୟତା ରହିଛି। ତେଣୁ ବିଜେଡି ସୁରଙ୍କ ପୁଅ ମନ୍ମଥଙ୍କୁ ଟିକଟ ଦେଇ ଅପରାଜିତାଙ୍କୁ ଚେକ୍‌ ଦେବା ପାଇଁ ମାଷ୍ଟରପ୍ଲାନ କରିଛି। ଯଦି ବି ୨୦୨୪ରେ କଂଗ୍ରେସ ଏଠାରୁ ଲୋକ ସଭା ପ୍ରାର୍ଥୀ ଦିଏ, ତେବେ କଂଗ୍ରେସ ଭୋଟ ଭାଜପାକୁ ଯିବା ସମ୍ଭବ ନୁହଁ। ୨୦୧୯ ଭୁଲ୍‌କୁ ସୁଧାରି ଅପରାଜିତାଙ୍କୁ ଏଥର ବ୍ରେକ ଦେବା ଲାଗି ବିଜେଡି ବ୍ଲ୍ୟୁପ୍ରିଣ୍ଟ କରିଥିବା ଆଲୋଚନା ହେଉଛ। ମନ୍ମଥଙ୍କୁ ଦଳରେ ମିଶିବାର କେଇଘଣ୍ଟାରେ ପ୍ରାର୍ଥୀ ଘୋଷଣା କରିବା ବିଜେଡି ପାଇଁ କଣ୍ଟା ହେବାକୁ ବସିଛି ବୋଲି ମଧ୍ୟ କୁହାଗଲାଣି। ଶ୍ରୀମୟୀଙ୍କୁ ନେଇ ୬ମାସ ପୂର୍ବରୁ ଦଳୀୟ ନେତା, ବିଧାୟକ ଓ କେତେ ଜଣ ମନ୍ତ୍ରୀ ସମସ୍ତ ନିର୍ବାଚନମଣ୍ଡଳୀ ବୁଲି ପ୍ରଚାର କରିବା ପରେ ମନ୍ମଥଙ୍କୁ ନେଇ କିପରି ଦଳ ପ୍ରଚାର ମଇଦାନକୁ ଓହ୍ଲାଇବ ତାହାକୁ ନେଇ ହରଡ଼ଘଣାରେ ପଡିଛି।  ବିଜେଡି ମନ୍ମଥ କଣ୍ଟାକୁ ଏବେ ଢୋକିପାରୁନି କି ଓକାଳି ପାରୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ମନ୍ମଥଙ୍କୁ ଟିକେଟ ଦେଇ ବିଜେଡି ଯେଉଁ ମାଷ୍ଟରଷ୍ଟ୍ରୋକ ମାରିବ ବୋଲି ଆଶା ରଖିଥିଲା, ତାହା ଦଳକୁ ବୁମେରାଂ ହୋଇପାରେ। ମନ୍ମଥଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ବିଜେଡି ସୁନିଶ୍ଚିତ ବିଜୟ ଆଶା ବାନ୍ଧିଥିବା ବେଳେ ସୁରଙ୍କ ବଡ଼ପୁଅ  ସିଦ୍ଧାର୍ଥ ଜଟଣୀ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ତେଣୁ ଏହା ବିଜେଡିର ସବୁ ଅଙ୍କ ଗୋଳମାଳ କରିଦେଇଛି। ଏପରିକି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ମଧ୍ୟ ଚିନ୍ତାରେ।
ସିଦ୍ଧାର୍ଥ  ନିମାପଡା ନୁହଁ, ବରଂ ସେ ଜଟଣୀରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ କଂଗ୍ରେସରୁ ନିମାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବେଶ୍‌ ଚର୍ଚ୍ଚା ହେଉଥିଲା। ସେ କହିଛନ୍ତି, କଂଗ୍ରେସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଆଗ ଅପେକ୍ଷା କଂଗ୍ରେସ ଏବେ ଆହୁରି ଶକ୍ତ ହୋଇଛି। ତେବେ ସେ କଂଗ୍ରେସ ଟିକେଟରୁ ଲଢ଼ିଲେ, ଲୋକଙ୍କ ପାଖକୁ ଭିନ୍ନ ବାର୍ତ୍ତା ଯିବ, ତେଣୁ ସେ ସ୍ବାଧୀନ ଭାବେ  ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଜଟଣୀ ହେଉଛି ତାଙ୍କ ଘର। ଘରକୁ ବଞ୍ଚାଇବାକୁ ହେବ। ଏବେ ନିମାପଡ଼ାରୁ ଲଢ଼ିଲେ କିଛି ଲାଭ ନାହିଁ। ଯେଉଁ ବିଜେଡିକୁ ହରାଇବା ପାଇଁ ପ୍ରୟାସ କରି ସଫଳ ହେଲୁ, ସେହି ଜଟଣୀବାସୀଙ୍କୁ  ଉପଯୁକ୍ତ ନ୍ୟାୟ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।  ହାର୍‌ ଜିତ୍‌ ଯାହା ହେଉ ନା କାହିଁକି ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି। କଂଗ୍ରେସ ଟିକେଟ ଦେଲେ ବି ନେବେନି। ଜଟଣୀବାସୀଙ୍କ ସହ କୌଣସି ଅନ୍ୟାୟ ହେଉ ବୋଲି ଚାହୁଁନି। ସାନଭାଇ ମନ୍ମଥଙ୍କ ବିଜେଡି ପ୍ରାର୍ଥତ୍ତ୍ୱକୁ ନେଇ ସିଦ୍ଧାର୍ଥ ସନ୍ତୁଷ୍ଟ ନାହାନ୍ତି। ବିଜେଡି ପାଖରେ ଯଥେଷ୍ଟ ଟଙ୍କା ଅଛି, ବହୁ ନେତା ଅଛନ୍ତି। ସେ ସମସ୍ତଙ୍କୁ ନେଇ ଜିତୁ। ସିଦ୍ଧାର୍ଥଙ୍କ ଏହି ବୟାନ ଜଟଣୀ ବିଧାନସଭା ରାଜନୀତି ଏପଟସେପଟ ହେବା ସମ୍ଭାବନା ରହିଛି। ଗତ ନିର୍ବାଚନରେ ସୁରଙ୍କଠାରୁ ମାତ୍ର ୭,୫୩୯ ଭୋଟ ବ୍ୟବଧାନରେ ବିଭୂତି ପରାଜିତ ହୋଇଥିଲେ। ପୂର୍ବରୁ ମନ୍ମଥଙ୍କୁ ଦଳ ଜଟଣୀ ବିଧାୟକ ଟିକେଟ ଦେବ ବୋଲି ଚର୍ଚ୍ଚା ହେବା ପରେ ବିଭୂତିଙ୍କ ପ୍ରାର୍ଥତ୍ତ୍ୱ ଦ୍ୱନ୍ଦ୍ୱରେ ରହିଥିଲା। ମନ୍ମଥଙ୍କୁ ଦଳ ଲୋକ ସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଭୂତି ଆଶ୍ୱସ୍ତି ଅନୁଭବ କରିଥିବା ବେଳେ ଏବେ ସିଦ୍ଧାର୍ଥଙ୍କ ବଡ଼ ଘୋଷଣାକୁ ନେଇ ବିଭୂତିଙ୍କ ସ୍ଥିତି ପୁଣି ଟଳମଳ ହେବା ଆଶଙ୍କା ରହିଛି। ସିଦ୍ଧାର୍ଥ ସ୍ବାଧୀନ ପ୍ରାର୍ଥୀ ହେଲେ ସୁରଙ୍କ ଭୋଟବ୍ୟାଙ୍କ ସିଦ୍ଧାର୍ଥଙ୍କ ସପକ୍ଷରେ ଯିବ। ବିଭୂତିଙ୍କ ବିଜୟ ମାର୍ଗରେ ସିଦ୍ଧାର୍ଥ କଣ୍ଟା ସାଜିପାରନ୍ତି ବୋଲି ଆଲୋଚନା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri