ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି

କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍‌): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ ମିଳୁଛି। ତେବେ ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀକୁ ୨୦୦୯ରୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ନୃସିଂହ ଚରଣ ସାହୁ ପୁନଶ୍ଚ ପ୍ରାର୍ଥୀ ହୋଇ ୪ର୍ଥ ଥର ପାଇଁ ଏଠାରୁ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ନୃସିଂହଙ୍କ ଗତିରୋଧ କରିବା ଲାଗି ଭାଜପା ଅଣ୍ଟା ଭିଡ଼ିଛି। ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଭାଜପାକୁ ସୁହାଇବ ବୋଲି ଏହାର ନେତା ଓ କର୍ମୀ କହୁଛନ୍ତି। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ହୋଇଥିବା ବିଜେଡିର କନ୍ଦଳ ବର୍ତ୍ତମାନ ଏକ ବିସ୍ଫୋରକ ରୂପ ନେଇଛି। ଦଳର ଯୁବନେତା କାର୍ତ୍ତିକ ସାହୁ ବହିଷ୍କୃତ ହେବାପରେ, ଏବେ ସଦଳବଳେ ଭାଜପା ଶିବିରରେ ଆଶ୍ରୟ ନେଇଛନ୍ତି। ଯେହେତୁ ବିଜେଡିରୁ କାର୍ତ୍ତିକଙ୍କ ପ୍ରାର୍ଥୀ ହେବା ନେଇ ସାଧାରଣରେ ଅଧିକ ଚର୍ଚ୍ଚା ହେଉଥିଲା, ସେ ଦଳ ପରିବର୍ତ୍ତନ କରିବା ପରେ ଭାଜପା ସୁବିଧାଜନକ ସ୍ଥିତିରେ ରହିବ ବୋଲି ଆଲୋଚନା ହେଉଛି। ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଭାଜପାର ଟିକେଟ ବିଭୂତି ପ୍ରଧାନଙ୍କୁ ମିଳିବା ନେଇ ଅଧିକ ଆଶା ଥିବାବେଳେ ଭାଜପାରେ କାର୍ତ୍ତିକଙ୍କ ପ୍ରବେଶ ବିଭୁତିଙ୍କୁ ଅଧିକ ଲାଭଜନକ ସ୍ଥିତିରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି।

ଢେଙ୍କାନାଳ ଲୋକ ସଭା ଆସନ ଅନ୍ତର୍ଗତ ପରଜଙ୍ଗ ନିର୍ବାଚନମଣ୍ଡଳୀ ୨୦୦୯ ମସିହାରେ କଙ୍କଡ଼ାହାଡ଼ ବ୍ଲକର ୨୧ ଓ ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତ ସହିତ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତକୁ ନେଇ ଗଠନ ହୋଇଥିଲା। ଏହି ଆସନଟି ଆରମ୍ଭରୁ ବିଜେଡି ହାତରେ ରହି ଆସିଛି l ୨୦୦୯ ମସିହାରେ କଂଗ୍ରେସ ଛାଡ଼ି ଶଙ୍ଖ ଧରିଥିବା ଡାକ୍ତର ନୃସିଂହ ସାହୁ ଲଗାତର ୩ଥର ଏଠାରୁ ବିଜେଡି ବିଧାୟକ ଭାବରେ ଜିତି ଆସିଛନ୍ତି। ସବୁଥର ନୃସିଂହଙ୍କୁ କଡ଼ା ଟକ୍କର ଦେଇ ଆସିଛନ୍ତି ଭାଜପାର ବିଭୂତି। ପାଲଲହଡ଼ାରୁ ଥରେ ଏବଂ ପରଜଙ୍ଗରୁ ୩ଥରକୁ ମିଶାଇ ଲଗାତର ୪ଥର ଭାଜପାର ବିଧାୟକ ପ୍ରାର୍ଥୀ ବିଭୂତି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଡାକ୍ତର ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାର ମାନି ନାହାନ୍ତି ଏବଂ ଦଳ ମଧ୍ୟ ତାଙ୍କ ଉପରୁ ଆସ୍ଥା ହରାଇ ନାହିଁ। ତେବେ ପରଜଙ୍ଗର ୩ଟି ନିର୍ବାଚନ ପରିଣାମ ଉପରେ ଦୃଷ୍ଟି ପକାଇଲେ, କ୍ରମାନ୍ବୟରେ ବିଭୂତିଙ୍କ ପରାଜୟ ଭୋଟ ବ୍ୟବଧାନ କମ୍‌ ହୋଇଥିବା ଦେଖାଯାଇଛି। ୨୦୦୯ରେ ବ୍ୟବଧାନ ୫,୧୮୮ ଥିବାବେଳେ ୨୦୧୪ରେ ୩,୦୫୨ ଏବଂ ୨୦୧୯ରେ ବ୍ୟବଧାନ ୭୪୦ ରହିଥିଲା। ଏହି ଅନୁପାତ ଉପରେ ସମୀକ୍ଷା କଲେ ଆସନ୍ତା ୨୦୨୪ ନିର୍ବାଚନରେ ବିଭୂତିଙ୍କ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଭଣଜା ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ବିଭୂତିଙ୍କୁ ଭୋଟରଙ୍କ ସମର୍ଥନ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri