ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା

ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସହ କଥା ହୋଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ବିଧିବଦ୍ଧ ଭାବେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ସାମିଲ ହୋଇଥିଲେ। ହେଲେ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା କର୍ମୀଙ୍କ ମଧ୍ୟରେ ତାଙ୍କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଫଳରେ ଭାଜପା ଭିତରୁ ତାଙ୍କୁ ବିରୋଧ ହେଉଥିବା ଓ ଆଗକୁ ଦଳ ଅଖାଡ଼ୁଆ ସ୍ଥିତିରେ ପଡ଼ିପାରେ ବୋଲି ଆଲୋଚନା ହେଲାଣି।

ପ୍ରଶାନ୍ତ ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଳିଗୁଲଜ, ଆକ୍ରମଣ କରିବା ସହ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନ ପ୍ରଚାର ବେଳେ ଭାଜପା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ବାଣପୁର ପଲଟନ ପଡ଼ିଆରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣା ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏପରିକି ବିଜେଡି ମଧ୍ୟ ସେହି ସମୟରେ ଏହାକୁ ନିନ୍ଦା କରିଥିଲା। ପ୍ରଶାନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରରେ ଭାଜପା ତୁମ୍ବିତୋଫାନ କରିବା ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ବହୁ ସଂଖ୍ୟାରେ ଘେରାଉ ମଧ୍ୟ କରିଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକଟରେ ପ୍ରଶାନ୍ତ ଲଢ଼ି ବିଜୟ ଲାଭ କରିବା ଠାରୁ ପରବର୍ତ୍ତୀ ସମୟରେ ଏକାଧିକ ଘଟଣାରେ ଭାଜପା କର୍ମୀ ଏବଂ ପ୍ରଶାନ୍ତ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ସର୍ବଭାରତୀୟସ୍ତରରେ ନିନ୍ଦିତ ହେଲା ବୋଲି ଭାଜପାର ନେତୃବୃନ୍ଦ ଗଣମାଧ୍ୟମ ଆଗରେ ଭାଷଣ ଦେଉଥିଲେ। ପ୍ରଶାନ୍ତ ଭାଜପାରେ ସାମିଲ ହେବା ପରେ ଚିଲିକା ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଏହାକୁ ସହଜରେ ହଜମ କରିପାରୁନାହାନ୍ତି। ଏପରିକି ଏକାଧିକ କର୍ମୀ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ସହ ଯୋଗାଯୋଗରେ ରହିଥିବା ଏବଂ ଖୁବ୍‌ଶୀଘ୍ର ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଲାଣି ।

ପ୍ରକାଶ ଯେ, ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କୁ ଏକ ବର୍ଷ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ ଓ ସଭାସମିତି ଉପରେ କଟକଣା ଜାରି କରିଥିଲେ। ଯଦିଓ ଏହି ଆଦେଶନାମାକୁ ଏକ ବର୍ଷ ପୂରିଲାଣି, ପ୍ରଶାନ୍ତ ଏଯାବତ୍‌ ଚିଲିକା ଅଞ୍ଚଳରେ ବଡ଼ ସମାବେଶ, ଶୋଭାଯାତ୍ରା କରି ନ ଥିଲେ। ଏବେ ଭାଜପାରେ ମିଶିବା ପରେ ଖୋର୍ଦ୍ଧା ଏବଂ ଚିଲିକାରେ ଏକ ବଡ଼ ସମାବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ସେ ଏକପ୍ରକାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦଳରେ ଏକ ଗୋଷ୍ଠୀ ପ୍ରଶାନ୍ତଙ୍କ ନେତୃତ୍ୱକୁ ମାନିନେଇ ପାରୁନାହାନ୍ତି। ଫଳରେ ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

ପ୍ରଶାନ୍ତ ଜିଲା ପରିଷଦ ଚେୟାରମ୍ୟାନ ପରେ ଯୋଜନା କମିଟି ସଭାପତି, ୨୦୧୪ରେ ବେଗୁନିଆ ବିଧାୟକ ହୋଇଥିବା ବେଳେ ୨୦୧୯ରୁ ଚିଲିକା ବିଧାୟକ ଅଛନ୍ତି। ଫଳରେ ଚିଲିକା ସମେତ ଖୋର୍ଦ୍ଧା ଓ ବେଗୁନିଆରେ ତାଙ୍କର ଲୋକପ୍ରିୟତା ରହିଛି। ସବୁଠି ପ୍ରଶାନ୍ତଙ୍କ ଦଖଲ ରହିଥିଲେ ମଧ୍ୟ ତାଙ୍କ ମନମୁଖି କାର୍ଯ୍ୟ ଭାଜପାର କେତେଜଣ କର୍ମୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏ ଦିଗରେ କିଛି ଉନ୍ନତି ନ ଘଟିଲେ, ସେ ଭାଜପା ପାଇଁ ଅଡ଼ୁଆ ହେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri