ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା !

ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏମ୍‌ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏମ୍‌ପି ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ସହ ରାଲିରେ ଶଙ୍ଖ ଭବନ ଆସି ସେ ବିଜେଡିରେ ମିଶିଛନ୍ତି।

ବିଜେଡିରେ ଯୋଗଦେବା ନେଇ ମନ୍ମଥ କହିଛନ୍ତି, ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ଏଣୁ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିବି। ବାପା ସୁର ରାଉତରାୟ ଏବଂ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ସାମିଲ ହେବେ ତାଙ୍କ ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିବା ପରେ ଏବେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଥମେ ସେ ପୁଅ କଂଗ୍ରେସରୁ ଲଢ଼ିବ ବୋଲି କହୁଥିବା ବେଳେ ଏବେ ମନ୍ମଥ ବିଜେଡିରେ ଯୋଗଦେଇ ଚର୍ଚ୍ଚାକୁ ବିରାମ ଦେଇଛନ୍ତି। ତେବେ ବିଧାୟକ ହେଲେ ଜଟଣୀ ଏବଂ ଏମ୍‌ପି ପ୍ରାର୍ଥୀ ହେଲେ ତାଙ୍କୁ ଭୁବନେଶ୍ୱରରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁଙ୍କ ଦକ୍ଷତା ମାପିବେ ସରକାର: ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଭୁବନେଶ୍ୱର,୨୦।୧ (ରବିନାରାୟଣ ଜେନା):ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିବ ତାକୁ ନେଇ ଗତ ୧୮ମାସ ମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା...

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌...

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri