ମହିଳା ପୋଲିସ କର୍ମଚାରୀ, ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର,୮।୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କର୍ତ୍ତବ୍ୟ ପରାୟଣତା, ନିଷ୍ଠା ଏବଂ ନେତୃତ୍ୱ ଯୋଗୁ ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ସେମାନଙ୍କର ଏହି ଅବଦାନ ସମାଜକୁ ଏକ ନୂତନ ଦିଗକୁ ନେଇପାରିବ ବୋଲି ଡିଜିପି କହିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏସ୍‌ପି/ଏସ୍‌ଡିପିଓ/ଆଇଆଇସି/ଏସ୍‌ଆଇ/କନଷ୍ଟେବଳ ଏବଂ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଡିଜିପି ପ୍ରଶଂସା କରିବା ସହ ସେମାନଙ୍କ ଅବଦାନ ସମଗ୍ର ପୋଲିସ ବିଭାଗକୁ ରୁଦ୍ଧିମନ୍ତ କରିପାରିଥିବା ଡିଜିପି ପ୍ରକାଶ କରିଛନ୍ତି ।