ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (ଅସମାପିକା ସାହୁ): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ମଙ୍ଗଳବାର ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ମେଳା ପରିସରରେ ଓଡ଼ିଶା ପାଭିଲିୟନକୁ ଓଡ଼ିଶା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ବାଣିଜ୍ୟ ମନ୍ତ୍ରାଳୟ ଅଧୀନସ୍ଥ ଆଇଟିପିଓ ପକ୍ଷରୁ ଦିଲ୍ଲୀରେ ପ୍ରତିବର୍ଷ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆୟୋଜିତ ହେଉଛି। ଚଳିତ ବର୍ଷ ମେଳାର ଥିମ୍‌ ‘ବସୁଧୈବ କୁଟୁମ୍ବକମ୍‌: ୟୁନାଇଟେଡ୍‌ ବାଇ ଟ୍ରେଡ୍‌’ ରହିଥିବାବେଳେ ଓଡ଼ିଶା ପାଭିଲିୟନ୍‌ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈଭବକୁ ନେଇ ଅଂଶଗ୍ରହଣ କରିଛି। ପ୍ରାଚୀନ କାଳରୁ ଓଡ଼ିଶା ନିଜର ମହାନ୍‌ ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଉତ୍କଳର ସାଂସ୍କୃତିକ ବିଭବକୁ ବିଭିନ୍ନ ଦେଶକୁ ପ୍ରସାରିତ କରିଥିଲା। ଏହି ମେଳାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଜୀବନ୍ତ ଝଲକ ପ୍ରଦର୍ଶିତ ହୋଇଛି।

ଓଡ଼ିଶା ପାଭିଲିୟନ୍‌ରେ ରାଜ୍ୟର ୭ଟି ବିଭାଗର ୨୪ଟି ଷ୍ଟଲ୍‌ ରହିଛି। ମିଲେଟ୍‌ ଉତ୍ପାଦ ଓ କୋରାପୁଟର କଫିରେ ମହକୁଥିବା ପାଭିଲିୟନକୁ ସୁନ୍ଦରତା ପ୍ରଦାନ କରୁଛି କୋଟପାଡ୍‌ ଶାଢ଼ି ଓ ଟସର ସିଲ୍‌କ ଶାଢ଼ି। କାଠ ତଥା ପ୍ରସ୍ତର ତିଆରି ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସ ତିଆରି ସାଜସଜ୍ଜା, ଚାନ୍ଦୁଆ, ତାରକସି ତଥା ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀରେ ଓଡ଼ିଶା ପାଭିଲିୟନ୍‌ ଝଲସୁଛି। ଏହାଛଡ଼ା ଆଦିମ ଜନଜାତି ଗୋଷ୍ଠୀର ଦୁଇଟି ଦଳ ଦ୍ବାରା ହସ୍ତଶିଳ୍ପର ନୈପୁଣ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ପାଲଟିଛି। ପାଭିଲିୟନ ମଧ୍ୟଭାଗରେ ପ୍ରଦର୍ଶିତ ହୋଇଛି ଏକ ବିଶାଳ ବୋଇତ।

ଏଥିରେ ବାନ୍ଧ ଶିଳ୍ପ, ପଥର ମୂର୍ତ୍ତି କାରିଗରି, ପଟ୍ଟଚିତ୍ର ଅଙ୍କନ, ବର୍ଜ୍ୟ କାଗଜରୁ ସାଜସଜ୍ଜା ସାମଗ୍ରୀ ଆଦି ପ୍ରସ୍ତୁତିରଲାଇଭ୍‌ ଡେମୋ ପ୍ରଦର୍ଶନ କରାଯାଇଛି। ପାଭିଲିୟନ୍‌ର ବାହାର ପଟ ପ୍ରବେଶ ଦ୍ବାରରେ ସ୍ଥାନିତ ହୋଇଛି ଦୁଇଟି କୋଣାର୍କ ଚକ୍ର। ଓଡ଼ିଶାର ମହାନ୍‌ ଐତିହ୍ୟ ଓ ସଂସ୍କୃତିର ପ୍ରତିଛବିକୁ ପ୍ରଦର୍ଶିତ କରୁଥିବା ଏହି କୋଣାର୍କ ଚକ୍ର ଦ୍ବୟ ମେଳାକୁ ଆଗମନ କରୁଥିବା ଦେଶ ବିଦେଶର ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରୁଛି। ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଆୟୁକ୍ତ ରବିକାନ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓରମାସ୍‌ ସିଇଓ ଗୁହା ପୁନମ୍‌ ତାପସ୍‌ କୁମାର, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟଙ୍କ ସମେତ ଓଡ଼ିଶା ସରକାରଙ୍କ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଭଉଣୀ ଭାଇମାନେ ଓଡ଼ିଶା ପାଭିଲିୟନ୍‌ ଆସିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri