ଏସ୍‌ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍‌ଡିଜିରେ ଅଧିକ ୧୦ ପଏଣ୍ଟ ପାଇ ଏହି ସ୍ଥାନ ହାସଲ କରିଛି। ୨୦୧୮-୧୯ ନୀତି ଆୟୋଗର ଏହି ସୂଚୀରେ ଓଡ଼ିଶା ୫୧ ପଏଣ୍ଟ ହାସଲ କରିଥିବା ବେଳେ ୨୦୨୦-୨୧ରେ ଓଡ଼ିଶାକୁ ୬୧ ପଏଣ୍ଟ ମିଳିଛି।
ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ‘ସଷ୍ଟେନେବଲ୍‌ ଡେଭେଲପମେଣ୍ଟ ଗୋଲ୍‌’ ସୂଚୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ଶେଷରେ ନୀତି ଆୟୋଗ ଉପଦେଷ୍ଟା ସଂୟୁକ୍ତା ସମାଦ୍ଦାର ଏସ୍‌ଡିଜି ଇଣ୍ଡିଆ ଡ୍ୟାସ୍‌ବୋର୍ଡ ଉପସ୍ଥାପନ କରିଥିଲେ। ଏସ୍‌ଡିଜି-୧୩ ଓ ଏସ୍‌ଡିଜି-୧୪ରେ ଓଡ଼ିଶା ୧ ନମ୍ବର ସ୍ଥାନ ହାସଲ କରିଛି। ଏସ୍‌ଡିଜି-୧୩ରେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ ଉପରେ ନେଇଥିବା ପଦକ୍ଷେପ ଏବଂ ଏସ୍‌ଡିଜି-୧୪ରେ ସାମୁଦ୍ରିକ ସମ୍ବଳର ନିରନ୍ତର ବ୍ୟବହାର ଯୋଗୁ ପ୍ରଥମ ସ୍ଥାନ ମିଳିଛି। ଏଥିସହିତ ଓଡ଼ିଶା ଏସ୍‌ଡିଜିର ୯ଟି ଲକ୍ଷ୍ୟ ହାସଲ କରିବାରେ ଆଗୁଆ ରାଜ୍ୟ ହୋଇ ପାରିଛି। ସ୍ବଚ୍ଛ ପାନୀୟଜଳ, ପରିମଳ, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି, ଦୀର୍ଘ ସ୍ଥାୟୀ ଇକୋ ବ୍ୟବସ୍ଥାର ସୁରକ୍ଷା ଓ ବିକାଶ ଇତ୍ୟାଦି କ୍ଷେତ୍ର ଆଧାରରେ ଓଡ଼ିଶାକୁ ୧ ନମ୍ବର ମାନ୍ୟତା ମଳିଛି।
ତେବେ ୨୦୨୦ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ଅନ୍ୟାନ୍ୟ କ୍ଷେତ୍ରକୁ ଉପଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ସଷ୍ଟେନେବଲ୍‌ ଡେଭେଲପମେଣ୍ଟ ଗୋଲ୍‌-୨୦୩୦ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ୭ଟି ୱାର୍କିଂ ଗ୍ରୁପ୍‌ ଗଠନ କରାଯିବ। ଏଥିସହିତ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇଣ୍ଡେକ୍ସରେ ରାଜ୍ୟର ଯୋଜନାକୁ ସାମିଲ କରାଯାଇ ନାହିଁ। ଏସ୍‌ଡିଜି ଲକ୍ଷ୍ୟ ହାସଲ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଏକ ବିଏମ୍‌ୟୁ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଉନ୍ନୟନ କମିଶନର କହିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri