ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍ କରିବାକୁ ପିପିପିଏସି ନିକଟରେ ପ୍ରସ୍ତାବ ରହିଥିଲା। ତେବେ ନିୟମାନୁସାରେ ୨୪ ଘଣ୍ଟାରେ ୧୦ ହଜାର ଗାଡ଼ି ଚଳାଚଳ କରୁଥିଲେ ୪ ଲେନ୍ ହୋଇପାରିବ। ଏନେଇ କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ ଭୁବନେଶ୍ୱର ଏମ୍ପି। କେଉଁ ଆଧାରରେ ଆବେଦନକୁ ନାମଞ୍ଜୁର କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।