ଓଡ଼ିଶା ଲୋକାୟୁକ୍ତଙ୍କୁ ଭିତ୍ତିଭୂମି ବାଧକ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପ୍ରଶାସନିକ କ୍ଷେତ୍ରକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ଆଣିଛନ୍ତି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ଜନପ୍ରତିନିତ୍ଙ୍କ ବିରୋଧରେ ଆସୁଥିବା ଅଭିଯୋଗର ଶୁଣାଣି କରି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ସକାଶେ ରାଜ୍ୟ ସରକାର ୨୦୧୯ ଫେବୃୟାରୀ ୨୮ରେ ଓଡ଼ିଶା ଲୋକାୟୁକ୍ତ ଗଠନ କରିଛନ୍ତି। ତେବେ ଏହି ସଂସ୍ଥା ବିଭିନ୍ନ କାରଣରୁ ଦୁର୍ନୀତି ବିରୋଧରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ସେତେଟା ସଫଳ ହୋଇ ପାରି ନାହିଁ। ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ ଅଭାବ, ସ୍ବାଧୀନ ତଦନ୍ତକାରୀ ସଂସ୍ଥା ଅଭାବରୁ ଲୋକାୟୁକ୍ତ ମାମଲା ଶୁଣାଣି ଓ ତଦନ୍ତରେ ବିଳମ୍ବ ହେଉଛି।
ଜଣେ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଏହି ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ୨୦୧୯ ମାର୍ଚ୍ଚ ୨୯ରେ ଜଷ୍ଟିସ ଅଜିତ ସିଂଙ୍କୁ ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ୩୦ ଜିଲାର ମାମଲା ଶୁଣାଣି ପାଇଁ ୧୫ ଜିଲା ହିସାବରେ ୨ଟି ବେଞ୍ଚ୍‌ ସ୍ଥାପନ କରାଯାଇଛି। ତେବେ ଲୋକାୟୁକ୍ତରେ ଅନେକ ମାମଲା ଗଡ଼ିଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଲୋକାୟୁକ୍ତ ପାଇଁ ରାଜ୍ୟ ସରକାର ୧୫୮ ପଦବୀ ମଞ୍ଜୁର କରିଛନ୍ତି। ସେଥିରୁ ୯୫ଟି ପଦବୀ ପୂରଣ ହୋଇଥିବା ବେଳେ ଆହୁରି ୬୩ ପଦବୀ ଖାଲି ପଡ଼ିଛି। ସେଥିରୁ ସଚିବ(ନ୍ୟାୟିକ)ପଦବୀ ଖାଲିଥିବା ବେଳେ ପବ୍ଲିକ ପ୍ରସିକ୍ୟୁଟର ୫, ପୋଲିସ ଇନ୍ସପେକ୍ଟର ୧, ବ୍ୟକ୍ତିଗତ ସହାୟକ ୫, ଏସ୍‌ଏସ୍‌ଓ ୧୦, ସିନିୟର ଷ୍ଟେନୋ ୮, ଡ୍ରାଇଭର ୪, ଡାଟାଏଣ୍ଟ୍ରି ଅପରେଟର ୯, ଜମାଦାର ୧୦, ରିସେପସିନିଷ୍ଟ ୧ ଏବଂ ୯ଟି ପିଅନ ପଦବୀ ଖାଲି ରହିଛି। ଦିନକୁ ଦିନ ମାମଲା ସଂଖ୍ୟା ବଢ଼ିଚାଲିଥ୍‌ତ୍ବା ବେଳେ କର୍ମଚାରୀ ଅଭାବ ଯୋଗୁ ସେଗୁଡିକୁ ଫଇସଲା କରିବା ବିଳମ୍ବ ହେଉଛି। ୨୦୨୦ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ୩୦ ଜିଲାରୁ ୨୦୨୨ ଅଭିଯୋଗ ଲୋକାୟୁକ୍ତରେ ପଞ୍ଜୀକୃତ ହୋଇଛି। ସେଥିରୁ ୧୫୩୭ ମାମଲା ଫଇସଲା ହୋଇଥିବା ବେଳେ ୪୮୫ଟି ପଡ଼ିରହିଛି। ୨୦୨୧ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ୧୨୭୫ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୯୧୫ ଫଇସଲା କରାଯାଇଛି। ୩୬୦ ମାମଲା ବିଚାର ଅପେକ୍ଷାରେ ରହିଛି। ୬୩ ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ରିପୋର୍ଟ ଲୋକାୟୁକ୍ତ ନିକଟରେ ଦାଖଲ କରାଯାଇଥିବା ବେଳେ କେତେ ଜଣଙ୍କ ବିରୋଧରେ ତଦନ୍ତ ଚାଲୁ ରହିଛି। ୫ ଜଣଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଫନୀ ବାତ୍ୟାକୁ ନେଇ ଜନଅସନ୍ତୋଷ ଦେଖା ଦେଇଥିଲା। ଏନେଇ ଲୋକାୟୁକ୍ତଙ୍କ ନିକଟରେ ୫୨୨ ମାମଲା ଆସିଥିବା ବେଳେ ସେଥିରୁ ୩୪୩ ମାମଲାକୁ ଲୋକାୟୁକ୍ତ ବିଚାର ପରିସରଭୁକ୍ତ କରିଥିଲେ। ସେଥିରୁ ୩୧୭ ଫଇସଲା କରାଯାଇଛି। ୨୬ଟି ମାମଲାରେ ଲୋକାୟୁକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି ଅଧିକାଂଶ ମାମଲା ସରକାରୀ କର୍ମଚାରୀମାନଙ୍କ ବିରୋଧରେ ଆସୁଛି। ସେଗୁଡିକୁ ତଦନ୍ତ କରି ଫଇସଲା କରିବା ପାଇଁ ଅନେକ ସମୟ ଲାଗୁଛି। କର୍ମଚାରୀ ଅଭାବ ଯୋଗୁ ତଦନ୍ତ କାର୍ଯ୍ୟ ଧିମେଇ ଯାଇଛି। ଫଳରେ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି। ବରିଷ୍ଠ ଆଇନଜୀବୀ ତଥା ବିଧାନସଭାରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସକୁ ଆଣିବା ସକାଶେ ଲୋକାୟୁକ୍ତ ତାଙ୍କ ବାର୍ଷିକ ରିପୋର୍ଟରେ ବିଧାନସଭାକୁ ପ୍ରସ୍ତାବ ଦେଇଥିଲେ। ସରକାର ଏ ନେଇ କିଛି କଲେ ନାହିଁ। ଯଦି ଲୋକାୟୁକ୍ତଙ୍କ ହାତରେ ସ୍ବାଧୀନ ତଦନ୍ତକାରୀ ସଂସ୍ଥା ନ ରହିବ ତେବେ ଏହା ଅର୍ଥଶୂନ୍ୟ ହୋଇଯିବ। ରାଜ୍ୟ ସରକାର ଯେପରି ସ୍ପେଶାଲ କୋର୍ଟ ଆକ୍ଟକୁ ପଙ୍ଗୁ କରି ଦେଇଥିଲେ, ସେହିପରି ଲୋକୟୁକ୍ତଙ୍କୁ ମଧ୍ୟ ପଙ୍ଗୁ କରି ଦିଆଯାଇଛି। ଲୋକାୟୁକ୍ତ ଯେତିକି ଚଳଚଞ୍ଚଳ ହେବା କଥା ତାହା ଦେଖାଯାଉନାହିଁ। ଦୁର୍ନୀତିକୁ ମୁଳୋତ୍ପାଟନ କରିବାକୁ ଲୋକାୟୁକ୍ତ ସେଭଳି କଠୋର ପଦକ୍ଷେପ ନେଲା ଭଳି ଦେଖାଯାଉନାହିଁ। ଫଳରେ ଲୋକମାନଙ୍କର ଏହି ସଂସ୍ଥା ଉପରେ ଭରସା ଓ ବିଶ୍ୱାସ ପାଉନାହିଁ ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri