ପ୍ରେମିକା ମା’ଙ୍କଠାରୁ ମାଡ଼ ଖାଇବା ପରଠାରୁ ନିଖୋଜ ଥିଲେ ନାବାଳକ, ଗଛରୁ ଝୁଲନ୍ତା ମୃତଦେହ ଠାବ, ଘରଲୋକେ…

ଥୁଆମୂଳ ରାମପୁର,୨୬।୭(ଦୁର୍ଗା କୀର୍ତ୍ତି): ପ୍ରେମିକାଙ୍କ ସହ ଗପୁଥିଲେ। ହଠାତ ସେଠାରେ ତାଙ୍କ ମା’ ପହଞ୍ଚିବା ପରେ ନାବାଳକଙ୍କୁ ମାରପିଟ ସହ ଗାଳିଗୁଲଜ କରିଥିଲେ। ଏହାପରଠାରୁ ନାବାଳକଜଣଙ୍କ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଥାନାରେ ଆଶ୍ରା ନେବା ପରେ ଶନିବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଆତ୍ମହତ୍ୟା ବୋଲି ମନେ ହେଉଥିଲେ ହେଁ ପରିବାରଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ।

ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ବିରିକୋଟ ଗ୍ରାମର ପୁରୀ ସାହୁଙ୍କ ପୁଅ ନରେଶ ସାହୁ (୧୫) ପାଖ ଗାଁର ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ଗତ ବୁଧବାର ଦୁହେଁ କଥା ହେବା ସମୟରେ ଝିଅଙ୍କ ମା’ ଦେଖି ନରେଶଙ୍କୁ ଗାଳିଗୁଲଜ ସହ ମାରପିଟ ମଧ୍ୟ କରିଥିଲେ। ମା’ଙ୍କ ରାଗ ଦେଖି ଝିଅ ସେଠାରୁ ପଳାଇ ଯାଇ ଅନ୍ୟ ଜଣେ ବନ୍ଧୁଙ୍କ ଫୋନ୍‌ରୁ ନରେଶଙ୍କ ବିଷୟରେ ପଚାରୁଥିଲେ। ହେଲେ ସେ ଘରକୁ ଫେରି ନ ଥିବାରୁ ନାବାଳକଙ୍କ ପରିବାରଲୋକଙ୍କୁ ଯାହା ଘଟିଥିଲା ତାହା କହିଥିଲେ। ଏହାକୁ ନେଇ ନରେଶଙ୍କ ବାପା ଏପରିକି ଆଖପାଖ ବନ୍ଧୁବାନ୍ଧବଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ନରେଶଙ୍କ ସନ୍ଧାନ ମିଳିପାରି ନ ଥିଲା। ଶେଷରେ ସେ ଝିଅଙ୍କ ପରିବାରକୁ ଦାୟୀ କରି ଥୁଆମୂଳ ରାମପୁର ପୋଲିସରେ  ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା କେସ ନମ୍ବର ୯୮/୨୫ ରେ ରୁଜୁ ତଦନ୍ତ ଜାରି ରଖିଥିଲା।

ଶନିବାର ନିଖୋଜ ଥିବା ନରେଶଙ୍କ ମୃତଦେହ ବିରିକୋଟ – ବଲଙ୍ଗି ମଝି ରାସ୍ତା ନିକଟ ଜୁଆଡ ଖୋଲା ନାମକ ପାହାଡରେ ଥିବା ଏକ ବାହାଡା ଗଛରୁ ନିଜେ ପିନ୍ଧିଥିବା ଏକ ଧଳା ସାର୍ଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବିରିକୋଟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବାରୁ ପରିବାରଲୋକେ ଥୁଆମୂଳ ରାମପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଏସ୍‌ଆଇ ରଶ୍ମିରଞ୍ଜନ ବାଗ ଏବଂ ଏଏସ୍‌ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀଙ୍କ ସମେତ ମାଜିଷ୍ଟେଟ ସନାତନ ମହାରଣା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସନ୍ଧ୍ୟା ହୋଇଥିବା ବେଳେ ପରିବାରଲୋକେ ହତ୍ୟା ଅଭିଯୋଗ ଆଣି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ। ଏଥିଯୋଗୁ ଖବର ଲେଖାଯିବା ଯାଏ ମୃତଦେହ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri