ପ୍ରେମିକା ମା’ଙ୍କଠାରୁ ମାଡ଼ ଖାଇବା ପରଠାରୁ ନିଖୋଜ ଥିଲେ ନାବାଳକ, ଗଛରୁ ଝୁଲନ୍ତା ମୃତଦେହ ଠାବ, ଘରଲୋକେ…

ଥୁଆମୂଳ ରାମପୁର,୨୬।୭(ଦୁର୍ଗା କୀର୍ତ୍ତି): ପ୍ରେମିକାଙ୍କ ସହ ଗପୁଥିଲେ। ହଠାତ ସେଠାରେ ତାଙ୍କ ମା’ ପହଞ୍ଚିବା ପରେ ନାବାଳକଙ୍କୁ ମାରପିଟ ସହ ଗାଳିଗୁଲଜ କରିଥିଲେ। ଏହାପରଠାରୁ ନାବାଳକଜଣଙ୍କ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଥାନାରେ ଆଶ୍ରା ନେବା ପରେ ଶନିବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଆତ୍ମହତ୍ୟା ବୋଲି ମନେ ହେଉଥିଲେ ହେଁ ପରିବାରଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ।

ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ବିରିକୋଟ ଗ୍ରାମର ପୁରୀ ସାହୁଙ୍କ ପୁଅ ନରେଶ ସାହୁ (୧୫) ପାଖ ଗାଁର ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ଗତ ବୁଧବାର ଦୁହେଁ କଥା ହେବା ସମୟରେ ଝିଅଙ୍କ ମା’ ଦେଖି ନରେଶଙ୍କୁ ଗାଳିଗୁଲଜ ସହ ମାରପିଟ ମଧ୍ୟ କରିଥିଲେ। ମା’ଙ୍କ ରାଗ ଦେଖି ଝିଅ ସେଠାରୁ ପଳାଇ ଯାଇ ଅନ୍ୟ ଜଣେ ବନ୍ଧୁଙ୍କ ଫୋନ୍‌ରୁ ନରେଶଙ୍କ ବିଷୟରେ ପଚାରୁଥିଲେ। ହେଲେ ସେ ଘରକୁ ଫେରି ନ ଥିବାରୁ ନାବାଳକଙ୍କ ପରିବାରଲୋକଙ୍କୁ ଯାହା ଘଟିଥିଲା ତାହା କହିଥିଲେ। ଏହାକୁ ନେଇ ନରେଶଙ୍କ ବାପା ଏପରିକି ଆଖପାଖ ବନ୍ଧୁବାନ୍ଧବଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ନରେଶଙ୍କ ସନ୍ଧାନ ମିଳିପାରି ନ ଥିଲା। ଶେଷରେ ସେ ଝିଅଙ୍କ ପରିବାରକୁ ଦାୟୀ କରି ଥୁଆମୂଳ ରାମପୁର ପୋଲିସରେ  ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା କେସ ନମ୍ବର ୯୮/୨୫ ରେ ରୁଜୁ ତଦନ୍ତ ଜାରି ରଖିଥିଲା।

ଶନିବାର ନିଖୋଜ ଥିବା ନରେଶଙ୍କ ମୃତଦେହ ବିରିକୋଟ – ବଲଙ୍ଗି ମଝି ରାସ୍ତା ନିକଟ ଜୁଆଡ ଖୋଲା ନାମକ ପାହାଡରେ ଥିବା ଏକ ବାହାଡା ଗଛରୁ ନିଜେ ପିନ୍ଧିଥିବା ଏକ ଧଳା ସାର୍ଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବିରିକୋଟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବାରୁ ପରିବାରଲୋକେ ଥୁଆମୂଳ ରାମପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଏସ୍‌ଆଇ ରଶ୍ମିରଞ୍ଜନ ବାଗ ଏବଂ ଏଏସ୍‌ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀଙ୍କ ସମେତ ମାଜିଷ୍ଟେଟ ସନାତନ ମହାରଣା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସନ୍ଧ୍ୟା ହୋଇଥିବା ବେଳେ ପରିବାରଲୋକେ ହତ୍ୟା ଅଭିଯୋଗ ଆଣି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ। ଏଥିଯୋଗୁ ଖବର ଲେଖାଯିବା ଯାଏ ମୃତଦେହ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri