ପିଏମ୍‌ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ ସ୍ଥାନରେ ଥିବାବେଳେ ଚଳିତବର୍ଷ ବହୁ ପଛରେ ପଡ଼ିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର୍ସମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପରତା ଦେଖାଇବା ସହ ସରକାରୀ ଯୋଜନାର ସଫଳ ରୂପାୟନ କରିବା ଦିଗରେ କାର୍ଯ୍ୟ କରିବାକୁ ସଚିବ ତାଗିଦ୍‌ କରିଛନ୍ତି। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ। ମେଧାବୀ ଶିକ୍ଷିତ ଯୁବତୀଯୁବକମାନେ ନିଜସ୍ବ ଉଦ୍ୟମରେ ଷ୍ଟାଟ୍‌ଅପ୍‌ ପ୍ରସ୍ତୁତ କରି ଆଗକୁ ବଢ଼ିବା ଲାଗି ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ନିଜସ୍ବ ସମ୍ବଳ ବିନିଯୋଗ ମଧ୍ୟ କରୁଛନ୍ତି। ବ୍ୟାଙ୍କଗୁଡ଼ିକର ସହଯୋଗ ମିଳିଲେ ସେମାନେ ସଫଳତାର ଶିଖର ଛୁଇଁପାରିବେ। ଏ ଦିଗରେ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ସଚିବ ଆହ୍ବାନ ଦେଇଛନ୍ତି। ସମୀକ୍ଷା ବୈଠକରେ ରାଜ୍ୟର ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର ପ୍ରତିନିଧି ଯୋଗଦେଇ ପିଏମ୍‌ଇଜିପିରେ ନିଜସ୍ବ ସହଯୋଗ ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବ୍ୟାଙ୍କ ସହଯୋଗ ଲୋଡୁଥିବା ବାରିଫ୍ଲୋ ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଗ୍ରୋଜିପ୍‌, ଆଭେଟି ଲର୍ଣ୍ଣିଂ, ହସ୍ତିକା ଏବଂ ଏନ୍‌ଏମ୍‌ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ ଷ୍ଟାର୍ଟଅପ୍‌ ସମୂହ ସେମାନଙ୍କ କାର୍ଯ୍ୟଖସଡ଼ାର ବିବରଣୀ ଉପସ୍ଥାପନ କରିଥିଲେ। ସଚିବଙ୍କ ହସ୍ତକ୍ଷେପ ପରେ ୟୁକୋ ବ୍ୟାଙ୍କ ପକ୍ଷରୁ ‘ହସ୍ତିକା’ ଏବଂ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ‘ଗ୍ରୋଜିପ୍‌’କୁ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ସେହିପରି ଏନ୍‌.ଏମ୍‌. ମ୍ୟାନେଜ୍‌ମେଣ୍ଟକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗ କରିବା ଲାଗି ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଅନ୍ୟପଟେ ଯାଞ୍ଚ ପ୍ରକ୍ରିୟା ସମୟରେ ସାମାନ୍ୟ ତ୍ରୁଟିବିଚ୍ୟୁତି ଥିଲେ ମଧ୍ୟ ଦରଖାସ୍ତକୁ ବ୍ୟାଙ୍କସ୍ତରରେ ନାକଚ କରିଦିଆଯାଉଛି। ଏଭଳି ୬୭ ଦରଖାସ୍ତ ନାକଚ୍‌ ହୋଇଛି। ଅନ୍ୟ ୫୫ ଦରଖାସ୍ତ ବ୍ୟାଙ୍କସ୍ତରରେ ଅଟକି ରହିଛି, ଯାହାକୁ ନେଇ ସଚିବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ୨୫ ବ୍ୟାଙ୍କର ପ୍ରତିନିଧି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri