ପିଏମ୍‌ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ ସ୍ଥାନରେ ଥିବାବେଳେ ଚଳିତବର୍ଷ ବହୁ ପଛରେ ପଡ଼ିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର୍ସମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପରତା ଦେଖାଇବା ସହ ସରକାରୀ ଯୋଜନାର ସଫଳ ରୂପାୟନ କରିବା ଦିଗରେ କାର୍ଯ୍ୟ କରିବାକୁ ସଚିବ ତାଗିଦ୍‌ କରିଛନ୍ତି। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ। ମେଧାବୀ ଶିକ୍ଷିତ ଯୁବତୀଯୁବକମାନେ ନିଜସ୍ବ ଉଦ୍ୟମରେ ଷ୍ଟାଟ୍‌ଅପ୍‌ ପ୍ରସ୍ତୁତ କରି ଆଗକୁ ବଢ଼ିବା ଲାଗି ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ନିଜସ୍ବ ସମ୍ବଳ ବିନିଯୋଗ ମଧ୍ୟ କରୁଛନ୍ତି। ବ୍ୟାଙ୍କଗୁଡ଼ିକର ସହଯୋଗ ମିଳିଲେ ସେମାନେ ସଫଳତାର ଶିଖର ଛୁଇଁପାରିବେ। ଏ ଦିଗରେ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ସଚିବ ଆହ୍ବାନ ଦେଇଛନ୍ତି। ସମୀକ୍ଷା ବୈଠକରେ ରାଜ୍ୟର ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର ପ୍ରତିନିଧି ଯୋଗଦେଇ ପିଏମ୍‌ଇଜିପିରେ ନିଜସ୍ବ ସହଯୋଗ ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବ୍ୟାଙ୍କ ସହଯୋଗ ଲୋଡୁଥିବା ବାରିଫ୍ଲୋ ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଗ୍ରୋଜିପ୍‌, ଆଭେଟି ଲର୍ଣ୍ଣିଂ, ହସ୍ତିକା ଏବଂ ଏନ୍‌ଏମ୍‌ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ ଷ୍ଟାର୍ଟଅପ୍‌ ସମୂହ ସେମାନଙ୍କ କାର୍ଯ୍ୟଖସଡ଼ାର ବିବରଣୀ ଉପସ୍ଥାପନ କରିଥିଲେ। ସଚିବଙ୍କ ହସ୍ତକ୍ଷେପ ପରେ ୟୁକୋ ବ୍ୟାଙ୍କ ପକ୍ଷରୁ ‘ହସ୍ତିକା’ ଏବଂ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ‘ଗ୍ରୋଜିପ୍‌’କୁ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ସେହିପରି ଏନ୍‌.ଏମ୍‌. ମ୍ୟାନେଜ୍‌ମେଣ୍ଟକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗ କରିବା ଲାଗି ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଅନ୍ୟପଟେ ଯାଞ୍ଚ ପ୍ରକ୍ରିୟା ସମୟରେ ସାମାନ୍ୟ ତ୍ରୁଟିବିଚ୍ୟୁତି ଥିଲେ ମଧ୍ୟ ଦରଖାସ୍ତକୁ ବ୍ୟାଙ୍କସ୍ତରରେ ନାକଚ କରିଦିଆଯାଉଛି। ଏଭଳି ୬୭ ଦରଖାସ୍ତ ନାକଚ୍‌ ହୋଇଛି। ଅନ୍ୟ ୫୫ ଦରଖାସ୍ତ ବ୍ୟାଙ୍କସ୍ତରରେ ଅଟକି ରହିଛି, ଯାହାକୁ ନେଇ ସଚିବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ୨୫ ବ୍ୟାଙ୍କର ପ୍ରତିନିଧି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri