ମଧୁରଜଳ ମାଛଚାଷରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ମାଛ ଉତ୍ପାଦନରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ମତ୍ସ୍ୟ ଚାଷର ଉନ୍ନତି ଓ ସମ୍ପ୍ରସାରଣ ସହ ମତ୍ସ୍ୟଜୀବୀଙ୍କ ଜୀବିକା ଓ ସାମାଜିକ ନିରାପତ୍ତା ଏବଂ ନୂତନ ନିଯୁକ୍ତି କ୍ଷେତ୍ରରେ ଏହି ନୀତି ସହାୟକ ହେବ ବୋଲି କୁହାଯାଇଥିଲା। ହେଲେ ଦୀର୍ଘ ୫ବର୍ଷ ପରେ ବି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ରାଜ୍ୟଗୁଡ଼ିକଠାରୁ ବହୁ ପଛରେ ପଡ଼ିଛି। ରାଜ୍ୟରେ ୪୮୦ କି.ମି. ସୁଦୀର୍ଘ ବେଳାଭୂମି ସହ ୬.୮୪ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଥିଲେ ମଧ୍ୟ ଆଶା ମୁତାବକ ମତ୍ସ୍ୟ ଉତ୍ପାଦନ ହୋଇପାରୁ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହୋଇଥିଲେ ସୁଦ୍ଧା ମଧୁର ଜଳ ମାଛ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭର କରୁଛି।
ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ବାର୍ଷିକ ପ୍ରାୟ ୬,୪୯,୫୫୦ ମେଟ୍ରିକ୍‌ ଟନ୍‌ ମାଛର ଆବଶ୍ୟକତା ରହିଛି। ତେବେ ବିଭିନ୍ନ ଉତ୍ସ ଯଥା ନଦୀ, ପୋଖରୀ, ସମୁଦ୍ର ଓ ହ୍ରଦରୁ ବାର୍ଷିକ ପ୍ରାୟ ୮,୧୬,୪୫୮ ମେଟ୍ରିକ୍‌ ଟନ୍‌ ମାଛ ରାଜ୍ୟରେ ଉତ୍ପାଦିତ ହେଉଛି। ଉତ୍ପାଦିତ ମାଛରୁ ୨,୧୩,୧୮୧ ମେଟ୍ରିକ୍‌ ଟନ୍‌ ମାଛ ବାହାର ରାଜ୍ୟ ଓ ବିଦେଶକୁ ମଧ୍ୟ ରତ୍ପାନି ହେଉଛି। ହେଲେ ଚାହିଦା ମୁତାବକ ମଧୁର ଜଳ ମାଛ ଉତ୍ପାଦନ ହୋଇପାରୁ ନ ଥିବାରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ବାର୍ଷିକ ପ୍ରାୟ ୪୬,୨୭୩ ମେଟ୍ରିକ୍‌ ଟନ୍‌ ମଧୁର ଜଳ ମାଛ ଆମଦାନୀ କରାଯାଉଛି। ରାଜ୍ୟରେ ମଧୁର ଜଳ ମାଛର ଚାହିଦା ବଢୁଥିବାବେଳେ ସେହି ପରିମାଣରେ ଉତ୍ପାଦନ ହୋଇପାରୁ ନାହିଁ। ୨୦୧୩-୧୪ରେ ୨,୬୩,୮୬୨ ମେଟ୍ରିକ୍‌ ଟନ୍‌ ମଧୁର ଜଳ ମାଛ ଉତ୍ପାଦନ ହେଉଥିବାବେଳେ ୨୦୧୮-୧୯ ବେଳକୁ ଏହା ବୃଦ୍ଧିପାଇ ୫,୦୬,୬୦୮ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି। ହେଲେ ଏହାପରେ ମଧ୍ୟ ରୋହି ଓ ଭାକୁର ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ୨୦୧୩-୧୪ରେ ପଡ଼ୋଶୀ ରାଜ୍ୟରୁ ୨୬,୫୦୧ ମେଟ୍ରିକ୍‌ ଟନ୍‌ ମାଛ ଆମଦାନୀ କରାଯାଇଥିବାବେଳେ ୨୦୧୪-୧୫ରେ ୩୮,୧୧୮, ୨୦୧୫-୧୬ରେ ୪୬,୨୭୫, ୨୦୧୬-୧୭ରେ ୩୫,୧୫୬, ୨୦୧୭-୧୮ରେ ୪୦,୭୪୨ ଏବଂ ୨୦୧୮-୧୯ରେ ୪୯,୬୦୭ ମେଟ୍ରିକ୍‌ ଟନ୍‌ ମାଛ ଅଣାଯାଇଥିଲା।
ରାଜ୍ୟରେ ମତ୍ସ୍ୟ ଚାଷ ଏବଂ ବ୍ୟବସାୟ କରି ପ୍ରାୟ ୪,୫୮୪ଜଣ ବ୍ୟକ୍ତି ୨୦୧୯-୨୦ଆର୍ଥିକବର୍ଷରେ ଆତ୍ମନିଯୁକ୍ତିର ସୁଯୋଗ ପାଇଛନ୍ତି। ଗୋପାଳନ, କୁକୁଡ଼ା, ମଇଁଷି, ଘୁଷୁରି, ଛେଳି, ମେଣ୍ଢା ପାଳନ କରି ଓ କୁକୁଡ଼ା ମାଂସ, ଅଣ୍ଡା ବିକ୍ରୟ କରି ୨୦୧୯-୨୦ବର୍ଷରେ ୧୩,୩୪୩ଜଣ ଆତ୍ମନିଯୁକ୍ତି ସୁଯୋଗ ପାଇଛନ୍ତି। ତେବେ ଅଧିକ ଆତ୍ମନିଯୁକ୍ତି ସୃଷ୍ଟିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହାର ସୁବିଧା ଚାଷୀମାନଙ୍କ ନିକଟରେ ପହଞ୍ଚତ୍ ପାରୁନି। ବିଶେଷକରି କନ୍ଧମାଳ, ରାୟଗଡ଼ା, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର, ବୌଦ୍ଧ, ଗଜପତି ଓ ବରଗଡ଼ ଭଳି ଜିଲା ମାଛଚାଷ କ୍ଷେତ୍ରରେ ବହୁ ପଛରେ ପଡ଼ିଛନ୍ତି। ନୀଳ ବିପ୍ଲବ ଯୋଜନା ଏହି ଜିଲାଗୁଡ଼ିକରେ ବିଶେଷଭାବେ କାର୍ଯ୍ୟକ୍ଷମ ହୋଇପାରିନି। ଯାଆଁଳ ଉତ୍ପାଦନ ଓ ମାଛ ଚାଷ ପାଇଁ ଆସୁଥିବା ଅନୁଦାନ ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଠିକ୍‌ ସମୟରେ ବ୍ୟାଙ୍କ୍‌ଗୁଡ଼ିକ ଋଣ ଦେଉନାହାନ୍ତି। ଯାଆଁଳ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ସ୍ଥାନୀୟ ବ୍ୟବସାୟୀମାନେ କମ୍‌ ଦରରେ ମାଛ କିଣି ତାହାକୁ ଚଢ଼ା ଦରରେ ବଜାରରେ ବିକ୍ରି କରୁଛନ୍ତି। ମାଛ ଉତ୍ପାଦନ ପରିସଂଖ୍ୟାନ ଠିକ୍‌ ନୁହେଁ। ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଅଣାଯାଉଥିବା ତଥ୍ୟ ଓ ବଜାରରେ ଉପଲବ୍ଧ ମାଛ ଭିତରେ ବଡ଼ ବ୍ୟବଧାନ ଅଛି ବୋଲି ପୁରୀ ଜିଲାର ଜଣେ ମାଛଚାଷୀ ଭାଗୀରଥି ଜେନା କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ମାତ୍ର ୧୫,୪୨୩ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୨୨୨.୭୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ତେବେ ୨୦୨୦-୨୧ ଆର୍ଥିକବର୍ଷରେ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ୧୦୮୩.୭୩ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଗୋପାଳନ, କୁକୁଡ଼ା ପାଳନ ଓ ଛେଳି, ମେଣ୍ଢା ପାଳନ ପାଇଁ ମାତ୍ର ୧୩୭୯ ହିତାଧିକାରୀଙ୍କୁ ଋଣ ଯୋଗାଇ ଦିଆଯାଇଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟର ମତ୍ସ୍ୟ ରପ୍ତାନି ଏବେ ୨ହଜାର କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ଏହାକୁ ୧୦ହଜାର କୋଟିରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକରେ ଜାଲ ଭିତରେ ମାଛ ଚାଷ ଏବଂ ବାୟୋଫ୍ଲକ୍‌ ମାଛ ଚାଷ ଦ୍ୱାରା ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟ ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ବାବଲମ୍ବୀ ହୋଇପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri