ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚରେ ଓଡ଼ିଶା ପଛରେ

ଖଣି ଖନନ ଜନିତ ପ୍ରଦୂଷଣରେ ପେଷି ହୋଇଯାଉଛନ୍ତି ସ୍ଥାନୀୟ ବାସିନ୍ଦା। ଧ୍ୱଂସପାଉଛି ସେଠାକାର ଜୈବ ବିବିଧତା। ଏହାର ସଂରକ୍ଷଣ ସାଙ୍ଗକୁ ଖଣିଜ ଅଞ୍ଚଳର ଲୋକଙ୍କ ଜୀବନମାନରେ ଉନ୍ନତି ଲାଗି ଗଠିତ ହୋଇଛି ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି। କେବଳ ସେତିକି ନୁହେଁ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓଏମ୍‌ବିଏଡିସି) ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଉଭୟ ପାଣ୍ଠିରେ ଗଚ୍ଛିତ ରହିଛି ବିପୁଳ ପରିମାଣ ଟଙ୍କା। ହେଲେ ସେସବୁ ପ୍ରଭାବିତ ଲୋକ ଓ ଅଞ୍ଚଳର କଲ୍ୟାଣରେ ଲଗାଯାଇପାରୁନାହିଁ। ପ୍ରଶାସନିକ ଅପାରଗତା ଯୋଗୁ ଜନସାଧାରଣଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଉପରୋକ୍ତ ପାଣ୍ଠି ଖର୍ଚ୍ଚକୁ ଦେଖିଲେ ମନେହେଉଛି ଯେଭଳି ସରକାରୀ କଳ ରୋଗକୁ ଅପେକ୍ଷା କରିଛି, ଯେଉଁଥିରେ କି ଲୋକେ ପୀଡ଼ିତ ହୋଇ ପ୍ରାଣ ହରାଇଦେଉଛନ୍ତି।

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ରାଜ୍ୟର ଖଣିଗୁଡ଼ିକରୁ ଡିଏମ୍‌ଏଫ୍‌ ପାଣ୍ଠିକୁ ବହୁ କୋଟି ଟଙ୍କା ଆସୁଛି। ସେହି ଅର୍ଥକୁ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର କରାଯାଉଛି। କିନ୍ତୁ ତାହାର ୫୦% ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ସେହିଭଳି ଖଣି ଅଞ୍ଚଳର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଡିଏମ୍‌ଏଫ୍‌ ପାଣ୍ଠି ଅର୍ଥ ଖର୍ଚ୍ଚ ହେବାପାଇଁ ନିୟମ ରହିଥିବାବେଳେ ଏହା ଅନ୍ୟ ସ୍ଥାନରେ ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଆସୁଛି। ଏପରି କି ଗତ ବିଧାନସଭା ଶୀତ ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠି ଅର୍ଥକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା। ସେହିଭଳି ପାଣ୍ଠି ଖର୍ଚ୍ଚ ପାଇଁ ଟ୍ରଷ୍ଟ ବୋର୍ଡ ଗଠନ ନ କରି କୋଟିକୋଟି ଟଙ୍କା କେମିତି ଏବଂ କେଉଁ ଆଧାରରେ ଖର୍ଚ୍ଚ କରାଯାଉଛି ସେନେଇ ବିରୋଧୀ ପ୍ରଶ୍ନ କରିଥିଲେ। ବାରମ୍ବାର ତାଗିଦ୍‌ ପରେ ବି ଜିଲାପାଳମାନେ ପାଣ୍ଠି ବିନିଯୋଗ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡିଏମ୍‌ଏଫ୍‌ ପାଣ୍ଠିକୁ ଗତ ଅକ୍ଟୋବର ଶେଷ ସୁଦ୍ଧା ୧୧,୩୨୬.୫୭ କୋଟି ଟଙ୍କା ଆସିଛି। ତେବେ ସେଥିରୁ ରାଜ୍ୟ ସରକାର ମାତ୍ର ୪,୭୦୪.୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଡିଏମ୍‌ଏଫ୍‌କୁ ଆସିଥିବା ମୋଟ ଅର୍ଥରୁ ମାତ୍ର ୪୧% ସରକାର ବିଭିନ୍ନ ପ୍ରକଳ୍ପ ବାବଦରେ ବ୍ୟୟ କରିଛନ୍ତି। ବଳକା ୫୯% ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି। ଖଣି ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ଜିଲାଗୁଡ଼ିକର ଖଣି ଅଞ୍ଚଳ ଅନ୍ତର୍ଗତ ୧୦କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଡିଏମ୍‌ଏଫ୍‌ରୁ ଅର୍ଥ ବ୍ୟୟ ହୋଇଛି। ସେଗୁଡ଼ିକ ମଧ୍ୟରେ କଳାହାଣ୍ଡି ଓ ମାଲକାନଗିରି ଜିଲାରେ ସର୍ବାଧିକ ଶତ ପ୍ରତିଶତ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ହୋଇଥିବାବେଳେ ମୟୂରଭଞ୍ଜରେ ୯୧%, ବରଗଡ଼ରେ ୮୮.୪୧%, କୋରାପୁଟରେ ୮୫%, ଅନୁଗୋଳରେ ୮୧.୩୦%, ଝାରସୁଗୁଡ଼ାରେ ୭୭.୬୨%, ସୁନ୍ଦରଗଡ଼ରେ ୬୩.୧୪%, କେନ୍ଦୁଝରରେ ୬୩.୮୦%, ଯାଜପୁରରେ ୫୫.୧୫% ଏବଂ ସମ୍ବଲପୁରରେ ୩୪.୪୫% ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ହୋଇଥିବା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଖଣିଜ ବହୁଳ ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶରେ ସବୁଠାରୁ ଅଧିକ ଡିଏମଏଫ୍‌ ପାଣ୍ଠି ସଂଗ୍ରହ କରୁଥିବାବେଳେ ଓଡ଼ିଶା ତଳକୁ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରହିଛନ୍ତି। ହେଲେ ଖର୍ଚ୍ଚର ଧାରାକୁ ଦୃଷ୍ଟିରେ ରଖିଲେ ଛତିଶଗଡ଼ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସର୍ବାଧିକ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ କରି ଆଗରେ ରହିଛି। ଏହା ତଳକୁ ଓଡ଼ିଶା ଏବଂ ଝାଡ଼ଖଣ୍ଡ ରହିଛନ୍ତି। ୨୦୧୯ ମସିହା ଭଳି ୨୦୨୦ ମସିହାରେ ମଧ୍ୟ ଓଡ଼ିଶା ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚରେ ପଛରେ ପଡ଼ିଛି। ଖଣିଜ ଅଧିନିୟମ ମୁତାବକ ଡିଏମଏଫ୍‌ ପାଣ୍ଠିର ୪୦% ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ବ୍ୟବହାର ହେବାର ବ୍ୟବସ୍ଥା ଥିବାବେଳେ ୬୦% ଅର୍ଥ ପ୍ରମୁଖ କ୍ଷେତ୍ର ପାଇଁ ସଂରକ୍ଷିତ ରହିଥାଏ। ଅର୍ଥାତ୍‌ ପାଣ୍ଠିର ୬୦% କେବଳ ଖଣି ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁଜ୍ୟ ଏବଂ ବଳକା ରାଜ୍ୟର ହିତ ପାଇଁ ଲାଗିଥାଏ। ହେଲେ ଓଡ଼ିଶା ସରକାର ପ୍ରମୁଖ କ୍ଷେତ୍ର ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ଏପରିକି ଅବ୍ୟବହୃତ ଡିଏମ୍‌ଏଫ୍‌ ପାଣ୍ଠିକୁ କୋଭିଡ୍‌ ବିରୋଧୀ ଲଢେଇରେ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ ମଧ୍ୟ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟ ସରକାର ଏବାବଦରେ କୌଣସି ପଦକ୍ଷେପ ନେଇ ନ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ୨୦୧୪ ଡିସେମ୍ବର ୨ରେ ଗଠିତ ହୋଇଥିବା ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ(ଓଏମ୍‌ବିଏଡିସି)କୁ ଜରିମାନା ସଂଗ୍ରହ ବାବଦ ୧୬,୨୯୯.୬୨ କୋଟି ଟଙ୍କା ଆସିଛି। ଖଣି ଜରିମାନା ବାବଦରେ ଯାଜପୁର ଜିଲାରୁ ସର୍ବାଧିକ ୭୯୬.୯୭ କୋଟି, କେନ୍ଦୁଝର ଜିଲାରୁ ୧୧୮୧୬.୦୮ କୋଟି, ମୟୂରଭଞ୍ଜରୁ ୧୬୮.୨୫ କୋଟି, ରାୟଗଡ଼ାରୁ ୩.୯୧ କୋଟି ଓ ସୁନ୍ଦରଗଡ଼ ଜିଲାରୁ ୩୫୧୪.୪୦ କୋଟି ଟଙ୍କାକୁ ମିଶାଇ ମୋଟ ୧୬,୨୯୯.୬୨ କୋଟି ଜରିମାନା ସଂଗ୍ରହ କରାଯାଇଛି। ତେବେ ସେଥିମଧ୍ୟରୁ ମାତ୍ର ୧୧,୪୩୭.୯୯ କୋଟି ଟଙ୍କା ଅର୍ଥାତ୍‌ ୭୦% ଖର୍ଚ୍ଚ ହୋଇପାରିଛି। ଏଥିରୁ ପାନୀୟ ଜଳ ଯୋଗାଣ ବାବଦରେ ସର୍ବାଧିକ ୫,୫୦୪.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ୧,୯୫୧.୯୫ କୋଟି, ଲୋକଙ୍କ ଜୀବିକା ବିକାଶ ଲାଗି ୨୨୫.୬୫ କୋଟି, ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ୫୨୧.୯୭ କୋଟି, ଖଣିଜ ଅଞ୍ଚଳରେ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ଲାଗି ମାତ୍ର ୧୬.୬୫ କୋଟି, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ପ୍ରକଳ୍ପ ଲାଗି ୫୯୯.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏହି ଅର୍ଥକୁ ଅଗ୍ରାଧିକାର ଭିତ୍ତିରେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରକଳ୍ପରେ ବ୍ୟୟ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି।
ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଡିଏମ୍‌ଏଫ୍‌ ଖଣି ବିଭାଗ ଅଧୀନରେ ଥିବା ବେଳେ ଓଡ଼ିଶା ସରକାର ତାହାକୁ ଯୋଜନା ଓ ସଂଯୋଜନା ବିଭାଗ ଅଧୀନରେ ରଖିଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ହେଲେ ଡିଏମ୍‌ଏଫ୍‌ ଦ୍ୱାରା ସମ୍ପାଦିତ କାର୍ଯ୍ୟଗୁଡ଼ିକ ଉନ୍ନୟନମୂଳକ ଏବଂ ଯୋଜନା ସମ୍ପର୍କିତ ହୋଇଥିବାରୁ ସରକାରୀସ୍ତରରେ ନିୟମ ପ୍ରଣୟନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଯୋଜନା ଓ ସଂଯୋଜନା ବିଭାଗ ଦ୍ୱାରା ସମ୍ପାଦିତ ହେବ ଏବଂ ନିୟମ ପ୍ରଣୟନ କାର୍ଯ୍ୟ ପୂର୍ବଭଳି ଖଣି ଓ ଇସ୍ପାତ ବିଭାଗ ଅଧୀନରେ ରହିବ ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଡିଏମ୍‌ଏଫ୍‌କୁ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରିବା ପାଇଁ କୌଣସି ଯୋଜନା ନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri