ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର,୧୯ା୮:ଅଲ୍‌ଟିମେଟ ଖୋଖୋ ଲିଗ୍‌ରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଓଡ଼ିଶା ଜଗରନଟ୍ସ। ଶୁକ୍ରବାର ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରାଜସ୍ଥାନ ଓ୍ବାରିୟର୍ସ ବିପକ୍ଷରେ ମ୍ୟାଚ୍‌ ରହିଥିବା ବେଳେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଦଳ ପ୍ରୟାସ କରିବ। ମଙ୍ଗଳବାର ଗୁଜରାଟ ଜାୟାଣ୍ଟ୍ସ ବିପକ୍ଷରେ ଅଗ୍ରଣୀ ରହିଥିଲେ ମଧ୍ୟ ଦଳ ଅନ୍ତିମ କ୍ଷଣରେ ପରାଜିତ ହୋଇଥିଲା। ପରାଜୟକୁ ପଛରେ ପକାଇ ପୁଣି ଥରେ ଜଗରନଟ୍ସ ବିଜୟ ଧାରାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କୋଚ୍‌ ଅଶ୍ୱିନୀ କୁମାର ଶର୍ମା। ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହିତ ଓଡ଼ିଶା ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ରହିଛି। ଅଦ୍ୟାବଧି ରାଜସ୍ଥାନ ଦୁଇଟି ମୁକାବିଲା ଖେଳି ସାରିଥିବା ବେଳେ ପ୍ରଥମ ବିଜୟ ସନ୍ଧାନରେ ରହିଛି। ରାଜସ୍ଥାନ ଦୁଇଟି ଯାକ ମୁକାବିଲା ହାରିଥିବାରୁ ଏହା ଆମକୁ ମନସ୍ତାତ୍ତ୍ୱିକ ଅଗ୍ରଣୀ ପ୍ରଦାନ କରିବ ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଟୁର୍ନାମେଣ୍ଟରେ ରାଜସ୍ଥାନ ନିଜର ପଏଣ୍ଟ ଖାତା ଖୋଲିବାକୁ ଜୋରଦାର ପ୍ରୟାସ କରିବ। ମଜହର ଜମାଦାରଙ୍କ ରାଜସ୍ଥାନ ଏଯାଏ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ ହେଁ ଅଧିନାୟକଙ୍କ ପ୍ରଦର୍ଶନ କିନ୍ତୁ ବେଶ୍‌ ଚମତ୍କାର ରହିଛି। ସେ ଦୁଇଟି ମ୍ୟାଚରୁ ୨୯ ଆଟାକ ପଏଣ୍ଟ ସଂଗ୍ରହ କରିଛନ୍ତି।
ସେହିପରି ଶୁକ୍ରବାରର ଦ୍ୱିତୀୟ ମୁକାବିଲା ମୁମ୍ବାଇ ଖିଲାଡି ଓ ଚେନ୍ନାଇ କ୍ୱିକ୍‌ ଗନ୍‌ ମଧ୍ୟରେ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଏ ବିଜୟ ସହିତ ପଏଣ୍ଟ ଟେବଲର ୪ ଓ ୫ ନମ୍ବର ସ୍ଥାନରେ ରହିଛନ୍ତି। ଗୁଜରାଟ ଜାୟାଣ୍ଟ୍ସ ୩ଟି ମ୍ୟାଚରୁ ସମାନ ସଂଖ୍ୟକ ବିଜୟ ସହିତ ପଏଣ୍ଟ ଟେବଲର ପ୍ରଥମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଜଗରନଟ୍ସ ପ୍ରଥମ ମୁକାବିଲାରେ ଚେନ୍ନାଇ କ୍ୱିକ୍‌ ଗନ୍ସକୁ ୫୧-୪୩ରେ ପରାସ୍ତ କରିଥିବା ବେଳେ ଗୁଜରାଟ ବିପକ୍ଷ ମ୍ୟାଚରେ ୫୪-୪୯ରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri