ପିଏମ୍‌-ସ୍ବନିଧି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨୪ା୧ (ବନ୍ଦନା ସେଠୀ): ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୃଷି ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ପିଏମ-ସ୍ବନିଧି ଋଣ ଓ କ୍ରେଡିଟ୍‌ କାର୍ଡ ବଣ୍ଟନ କରିଥିଲେ। ଏଥିସହ ଯୋଜନା ମାଧ୍ୟମରେ ସ୍ବାବଲମ୍ବୀ ହୋଇଥିବା ଦୁଇଜଣ ମହିଳାଙ୍କ ସମେତ ମୋଟ ତିନିଜଣ ସଫଳ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୋଜନା ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ କହିଲେ, ଏହି ଯୋଜନାରେ ବିନା ବନ୍ଧକରେ ପ୍ରଥମେ ୧୫,୦୦୦ ଟଙ୍କା ଏବଂ ପରେ ଠିକ୍‌ ସମୟରେ ଋଣ ପରିଶୋଧ କଲେ ୨୫,୦୦୦ ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ମିଳିବାର ବ୍ୟବସ୍ଥା ରହିଛି। ନୂତନ ଭାବେ ଆରମ୍ଭ ହୋଇଥିବା କ୍ରେଡିଟ୍‌ କାର୍ଡ ଦ୍ୱାରା ବ୍ୟବସାୟୀମାନେ ନମନୀୟ ଋଣ ସୁବିଧା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୦,୧୨୮ ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି। ଏହାଦ୍ୱାରା ୧.୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇଛନ୍ତି। ଓଡ଼ିଶାରେ ଏହି ଯୋଜନାକୁ ଅନ୍ୟ ୮ଟି ସାମାଜିକ କଲ୍ୟାଣକାରୀ ଯୋଜନା ସହ ମିଶ୍ରଣ କରାଯାଇଛି। ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (୧୨,୩୯୧ ଜଣ), ଜୀବନ ଜ୍ୟୋତି ବୀମା ଯୋଜନା (୬,୪୨୧ ଜଣ), ଜନ-ଧନ ଯୋଜନା (୧,୩୮୭ ଜଣ) ସମେତ ‘ୱାନ ନେଶନ୍‌ ୱାନ୍‌ ରାଶନ କାର୍ଡ’, ଶ୍ରମ ଯୋଗୀ ମାନଧନ ଯୋଜନା ଏବଂ ପିଏମ୍‌ଏୱାଇର ଶତ ପ୍ରତିଶତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ରାସ୍ତାକଡ଼ ବିକ୍ରେତାମାନେ ସହରାଞ୍ଚଳ ଅର୍ଥନୀତିର ମେରୁଦଣ୍ଡ। ସେମାନେ ଶସ୍ତାରେ ସାମଗ୍ରୀ ଯୋଗାଇବା ସହ ବ୍ୟାପକ ଆତ୍ମନିଯୁକ୍ତି ସୃଷ୍ଟି କରୁଛନ୍ତି। ପିଏମ୍‌-ସ୍ବନିଧି ଯୋଜନା କେବଳ ସେମାନଙ୍କ ଜୀବିକା ନୁହେଁ, ବରଂ ସେମାନଙ୍କ ସମ୍ମାନ, ଆତ୍ମବିଶ୍ୱାସ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରୁଛି ବୋଲି ସେ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂ ଯୋଗଦେଇଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବାବେଳେ ସୁଡା ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ ସ୍ବାଗତ ଭାଷଣ ଏବଂ ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଆଁମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍: ସରକାର ଖୋଲିଲେ ଗୁପ୍ତ ଅପରେସନର ରହସ୍ୟ

ନୂଆଦିଲ୍ଲୀ, ୨୫ା୧: ଭାରତୀୟ ସେନା ପକ୍ଷରୁ ମିଆଁମାର ସୀମା ଭିତରେ ପଶି କରାଯାଇଥିବା ଏକ ଗୁପ୍ତ ଅପରେସନ କରାଯାଇଛି। ଏ ସମ୍ପର୍କରେ ପ୍ରଥମ କରି ଆନୁଷ୍ଠାନିକ ଘୋଷଣା…

ବାଂଲାଦେଶକୁ ‘ଧୋକା’ ଦେଲା ପାକିସ୍ତାନ, ଆଗକୁ ଠେଲିଦେଇ ନିଜେ…

ନୂଆଦିଲ୍ଲୀ, ୨୫ା୧: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ ଜଗତରେ ଏକ ବଡ଼ ଧରଣର ବିବାଦ ଦେଖାଦେଇଛି। ବାଂଲାଦେଶକୁ ସମର୍ଥନ କରି ବିଶ୍ୱକପ୍ ବୟକଟ୍ କରିବାକୁ ଧମକ…

ଧାନକିଣା ପ୍ରସଙ୍ଗ: ୨ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜୁ ଜନତା ଦଳ(ବିଜେଡି) ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ସହିତ ଆନ୍ଦୋଳନର ଚେତାବନୀ ଦେଇଛି। ଶଙ୍ଖ…

ଅଲ୍‌ବିଦା ଅଭିଜିତ୍‌: ଜାଣନ୍ତୁ କେମିତି ପାଇଥିଲେ ସଂଘର୍ଷରୁ ସଫଳତା

ଅଲ୍‌ବିଦା ଅଭିଜିତ୍‌। ଓଡ଼ିଆ ଚଳଚ୍ଚିତ୍ର ହେଉ କି ଆଲବମ୍‌ ଅବା ଷ୍ଟେଜ୍‌ ଶୋ’-ସେ ସତେଯେମିତି ତାଙ୍କର ଆଧିପତ୍ୟ ବିସ୍ତାର କରି ରହିଥିଲେ। ଗୀତ ଯେଉଁଭଳି ହେଉନା କାହିଁକି…

କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା

କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା…

ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ

କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା…

ଅଭିଷେକ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ୩-୦ରେ ଭାରତର ଆଗୁଆ ସିରିଜ୍‌ ବିଜୟୀ

ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌କୁ ଭାରତ ୮…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri