Posted inଖେଳ

ଓଡ଼ିଶା ଭାରତୀୟ ରଗ୍‌ବୀ ଦଳର ପ୍ରାୟୋଜକ

ଭୁବନେଶ୍ୱର,୧୪।୧୦(ସ୍ପୋଟର୍‌ସ ବ୍ୟୁରୋ): ହକି ପରେ ଏବେ ରଗ୍‌ବୀ। ଓଡ଼ିଶା ସରକାର ୨୦୦୮ ମସିହାରେ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ବେଳେ ଏବେ ଆଗାମୀ ୩ ବର୍ଷ ପାଇଁ ରଗ୍‌ବୀ ଇଣ୍ଡିଆର ପ୍ରାୟୋଜକ ହୋଇଛି। ଏ ନେଇ ଓଡ଼ିଶା ସରକାର ଓ ଇଣ୍ଡିଆନ ରଗ୍‌ବୀ ଫୁଟ୍‌ବଲ ୟୁନିୟନ (ଆଇଆରଏଫ୍‌ୟୁ) ମଙ୍ଗଳବାର ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଫଳରେ ରାଜ୍ୟରେ ୨୦୨୩ ପର୍ଯ୍ୟନ୍ତ ରଗ୍‌ବୀ ଖେଳାଳିଙ୍କ ଲାଗି ହାଇ ପରଫର୍ମାନ୍ସ ଟ୍ରେନିଂ ଓ କଣ୍ଡିସନିଂ ଭିତ୍ତିଭୂମି ସ୍ଥାପନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ।
ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର. ଭିନିଲ କ୍ରିଷ୍ଣା ଓ ଆଇଆରଏଫ୍‌ୟୁ ଅଧ୍ୟକ୍ଷ ମାନେକ ଅନ୍‌ଓ୍ବାଲା ଦୁଇ ପକ୍ଷରୁ ପ୍ରତିନିଧିତ୍ୱ କରି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ଆଇଆରଏଫ୍‌ୟୁ ମୁଖ୍ୟ କାର୍ଯ୍ୟନିର୍ବାହୀ ନାସିର ହୁସେନ, ବଲିଉଡ୍‌ ଅଭିନେତା ତଥା ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ରାହୁଲ ବୋଷ, ଆଇଆର୍‌ଏଫ୍‌ୟୁ ବୋର୍ଡ ସଦସ୍ୟ ତଥା ଓଡ଼ିଶା ରଗ୍‌ବୀ ମୁଖ୍ୟ ଓ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର କ୍ରୀଡ଼ା ଓ ଯୁବ ସେବା ବିଭାଗର ବରିଷ୍ଠ ଅଧିକାରୀ ୟୁ.କେ. ମହାନ୍ତି ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟ ରଗ୍‌ବୀ ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ ପ୍ରାୟୋଜକ ହିସାବରେ ଓଡ଼ିଶା ଟ୍ରେନିଂ, କଣ୍ଡିଶନିଂ ଓ ପ୍ରୋତ୍ସାହନ ପାଇଁ ସୁବିଧା ସୁଯୋଗ ଯୋଗାଇଦେବ। ଏହା ଆମ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି। ଗତକିଛି ବର୍ଷ ମଧ୍ୟରେ ରଗ୍‌ବୀର ଲୋକପ୍ରିୟତା ବଢିଛି ଓ ଏଥିରେ ଅଂଶଗ୍ରହଣ କରିବା ଦଳଗୁଡିକର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ରଗ୍‌ବୀ ଇଣ୍ଡିଆର ପ୍ରୟାସ ଯୋଗୁ ଯୁବ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବାକୁ ମନ ବଳାଉଛନ୍ତି। ଏହି ଚୁକ୍ତି ଦ୍ୱାରା ରାଜ୍ୟ ଓ ସାରା ଦେଶରେ ରଗ୍‌ବୀର ଯଥେଷ୍ଟ ପ୍ରଚାର ଓ ପ୍ରସାର ହେବ। କେବଳ ସେତିକି ନୁହେଁ ଭାରତୀୟ ଜାତୀୟ ରଗ୍‌ବୀ ଦଳଗୁଡିକ ପାଇଁ ହାଇ ପରଫର୍ମାନ୍ସ ଟ୍ରେନିଂର ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ଓଡ଼ିଶା ମଧ୍ୟ କେତେଜଣ ଜାତୀୟସ୍ତରର ରଗ୍‌ବୀ ଖେଳାଳି ସୃଷ୍ଟି କରିଛି। ଏବେ ତୃଣମୂଳସ୍ତରରୁ ରଗ୍‌ବୀ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ କରାଯାଇପାରିବ। ଏହି ଖେଳାଳିମାନେ ଅନ୍ତର୍ଜାତୀୟସ୍ତରରେ ନିଜର ପ୍ରଦର୍ଶନ ଦ୍ୱାରା ଦେଶକୁ ଗୌରାବାନ୍ବିତ କରିବେ ବୋଲି ସେ କହିଛନ୍ତି।
ରଗ୍‌ବୀ ଇଣ୍ଡିଆ ତରଫରୁ ଅଧ୍ୟକ୍ଷ ଅନ୍‌ଓ୍ବାଲା ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରାକାରଙ୍କ ସମର୍ଥନ ନିଶ୍ଚିତ ଭାବେ ଆମ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। ଏହି ଚୁକ୍ତି ଓ ସହଭାଗିତା ଦ୍ୱାରା ରଗ୍‌ବୀର ଉନ୍ନତି ହୋଇପାରିବ। କ୍ରୀଡ଼ାକୁ ଓଡ଼ିଶା ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଭିନ୍ନ କ୍ରୀଡ଼ା ପାଇଁ ଓଡ଼ିଶା ଏକ ସ୍ପୋଟର୍‌ସ ହବ୍‌ରେ ପରିଣତ ହୋଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ାର ହାଇ ପରଫର୍ମାନ୍ସ ଟ୍ରେନିଂ ସେଣ୍ଟର ଓଡ଼ିଶା ସରକାର ସ୍ଥାପନ କରିଛନ୍ତି ଓ ଏହା ଦ୍ୱାରା ଖେଳାଳିମାନେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ଭାରତୀୟ ରଗ୍‌ବୀ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ରାହୁଲ କହିଛନ୍ତି। ପ୍ରାୟୋଜକ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଓ ମହିଳା ରଗ୍‌ବୀ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ଓ ସେବା ପାଇଁ ପାଉଣା ପାଇବେ। ଏହା ଦ୍ୱାରା ରଗ୍‌ବୀ ଦେଶରେ ଏକ ପେସାଦାର ଖେଳରେ ପରିଣତ ହେବ। କେବଳ ରଗ୍‌ବୀ ନୁହେଁ ଅନ୍ୟ କ୍ରୀଡ଼ାଗୁଡିର ଉନ୍ନତି ପାଇଁ ଓଡ଼ିଶା ସରକାର ବହୁତ କିଛି କରିଛନ୍ତି ଓ ଏ ନେଇ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶା ସରକାର ଏଥିପାଇଁ ପ୍ରଶଂସାର ହକ୍‌ଦାର ବୋଲି ସେ କହିଛନ୍ତି।
ଗତକିଛି ବର୍ଷ ମଧ୍ୟରେ ଓଡ଼ିଶା ସାରା ଦେଶରେ କ୍ରୀଡ଼ାର ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ପ୍ରୟାସ ଜାରି ରଖିଛି। ଓଡ଼ିଶା ଏକପ୍ରକାର ଦେଶର ଅଘୋଷିତ କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ତେଣୁ ଏଥିପାଇଁ ରଗ୍‌ବୀ ଇଣ୍ଡିଆ ଓଡ଼ିଶାର ଏକ ବ୍ରାଣ୍ଡ ଇମେଜ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ୨୦୧୮ରେ ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ହକି ଦଳର ପ୍ରାୟୋଜକ ହିସାବରେ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କେବଳ ସେତିକି ନୁହେଁ, ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟିମ୍‌ ଓଡ଼ିଶା ଏଫ୍‌ସିକୁ ମଧ୍ୟ ସମର୍ଥନ କରିଥିଲା। ଏହାପରେ ଜାତୀୟ ରଗ୍‌ବୀ ଦଳର ପ୍ରାୟୋଜକ ହୋଇ ଓଡ଼ିଶା ଜାତୀୟ କ୍ରୀଡ଼ାରେ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri