ଓଡ଼ିଶା ଦେଶର ଖଣି ରାଜଧାନୀ

ଭୁବନେଶ୍ୱର,୨୧।୧:  ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର କଥା ପଡ଼ିଲେ ଓଡ଼ିଶାର କଥା ଆଗ ଉଠିଥାଏ। କାରଣ ଓଡ଼ିଶା ଦେଶର ଖଣି ରାଜଧାନୀ ବୋଲି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି(ବିସିସିଆଇ)ର ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ମତପ୍ରକାଶ କରିଛନ୍ତି। ସେହିଭଳି ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୨ରେ ଶତପ୍ରତିଶତ କ୍ରୋମାଇଟ ଉତ୍ପାଦନ କରିଥିବା ବେଳେ ବକ୍ସସାଇଟ ୭୫%, ଆଇରନ ଓର୍‌ ୫୦% ଏବଂ କୋଇଲା ୨୫% ଉତ୍ପାଦନ କରିଛି। ଏପରିକି ୨୦୧୪-୧୫ରେ କେନ୍ଦ୍ର ସରକାର ଖଣିଜ ସମ୍ପଦର ସୁବିନିଯୋଗ ସହ ଏଥିରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଖଣିଜ ସାମଗ୍ରୀ ଉତ୍ତୋଳନଠାରୁ ନିଲାମୀ ପର୍ଯ୍ୟନ୍ତ ସବୁ ସ୍ତରରେ ନୂତନ ବ୍ୟବସ୍ଥା ଓ ନୀତିରେ ଯଥେଷ୍ଟ ପରିବର୍ତ୍ତନ କରିଛନ୍ତି। ଫଳରେ ସରକାର ୫୦୦୦ କୋଟି ଟଙ୍କାର ରାଜସ୍ବ ବଦଳରେ ବର୍ତ୍ତମାନ ୫୦,୦୦୦ କୋଟି ଟଙ୍କାର ରାଜସ୍ବ ଖଣି କ୍ଷେତ୍ରରୁ ସଂଗ୍ରହ କରୁଛନ୍ତି। ବିଶେଷକରି ସ୍ଥାନୀୟ ସରକାର ସିଂହଭାଗ ରାଜସ୍ବ ପାଉଛନ୍ତି। ଉକ୍ତ ରାଜସ୍ବ ସମ୍ପୃକ୍ତ ରାଜ୍ୟର ଶିକ୍ଷା, ସ୍ବାସ୍ଥା,ପରିବେଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ ହେଉଛି ବୋଲି ଭରଦ୍ୱାଜ ମତପ୍ରକାଶ କରିଥିଲେ। ସେହିପରି ଉକ୍ତ କର୍ମଶାଳାରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭର୍ଚୁଆଲରେ ଯୋଗଦେଇ ରାଜ୍ୟ ସରକାରଙ୍କ ଖଣି ବିଭାଗର ଆଭିମୁଖ୍ୟ ଓ ସରକାରଙ୍କ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ବିଗତ ଦିନର ସଫଳତା ଓ ଖଣିଜ ସାମଗ୍ରୀର ଉତ୍ପାଦନ ଏବଂ ଉତ୍ପାଦିତ ସାମଗ୍ରୀରୁ ସଂଗ୍ରହ ରାଜସ୍ବ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଅପରପକ୍ଷରେ ବିସିସିଆଇର ଅଧ୍ୟକ୍ଷ ତୁହିନୀ କୁମାର ମୁଖାର୍ଜୀ ସ୍ବାଗତ ଅଭିଭାଷଣ ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ଓ ବର୍ତ୍ତମାନର ଖଣି ନିଲାମୀ ଓ ଖଣିଜ ସମ୍ପଦ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଟାଟା ଷ୍ଟିଲ୍‌ ମାଇନିଂର ଏମ୍‌ଡି ପଙ୍କଜ ସତିଜା ପୂର୍ବର ଖଣି ଓ ଖଣିଜ ସମ୍ପଦର ବ୍ୟବସ୍ଥା ଏବଂ ବର୍ତ୍ତମାନର ବ୍ୟବସ୍ଥା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଓ ସହଯୋଗ ସମ୍ପର୍କରେ ମତପ୍ରକାଶ କରିଥିଲେ। ସେହିପରି ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଖଣି ବିଭାଗର ନୀତି ଓ ସୁବଧା ସହ ନାଲ୍‌କୋର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ଟାଟା ଷ୍ଟିଲ୍‌, ନାଲ୍‌କୋ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଆଦିତ୍ୟ ବିର୍ଲା, ସେଲ୍‌ ଏବଂ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ଭଳି ୧୦ରୁ ଅଧିକ ଘରୋଇ ସଂସ୍ଥା ଉକ୍ତ କର୍ମଶାଳାରେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ଅପରାହ୍ନରେ ୨ଟି ସେସନର ଆୟୋଜନ କରାଯାଇଥିଲା। ଉକ୍ତ ସେସନରେ ବହୁ ବିଶିଷ୍ଟ ଶିଳ୍ପପତି ଓ ଅଧିକାରୀମାନେ ଯୋଗ ଦେଇ ଖଣି ଓ ଶିଳ୍ପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri