ଭୁବନେଶ୍ୱର ରିଜିଅନ୍‌ରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ ହାର ୯୧.୪୬% ରହିଛି। ଏହି ରିଜିଅନ୍‌ରେ ମୋଟ ୭୧,୪୨୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୬୨,୯୩୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ରିଜିଅନ୍‌ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ ଅନ୍ତର୍ଭୁକ୍ତ ରହିଛି। ପାସ୍‌ ହାର ୯୦.୪୨% ସହ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ଥିବାବେଳେ ୮୯.୦୨%ରେ ଓଡ଼ିଶା ଦ୍ୱିତୀୟ ଓ ୮୪.୫୯%ରେ ଛିତଶଗଡ଼ ତୃତୀୟରେ ରହିଛି। ଓଡ଼ିଶାରେ ମୋଟ ୧୮,୪୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬,୪୫୭ଜଣ ପାସ୍‌ କରିଛନ୍ତି। ଜାତୀୟ ଭଳି ଓଡ଼ିଶାରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ୭,୫୧୬ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୬,୯୦୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୧.୯୨% ରହିଛି। ୧୦,୯୭୦ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୫୪୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ହାର ୮୭.୦୪% ରହିଛି।

କ୍ୟୁପିଆଇ ହାରରେ ଏଲ୍‌.ଆର୍‌. ଡିଏଭି ପ୍ରଥମ

କ୍ୟୁପିଆଇ ହାରରେ କଟକ ଜିଲାରେ ପ୍ରଥମ ହୋଇଛି ଗଣ୍ଡରପୁରସ୍ଥିତ ଏଲ.ଆର୍‌. ଡିଏଭି ସ୍କୁଲ। ଚଳିତବର୍ଷ ସମସ୍ତ ୧୩୩ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ଜଣ ୯୫%ରୁ ଏବଂ ୫୬ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। କ୍ୟୁପିଆଇ ହାର ହେଉଛି ୮୬.୩୯ ପ୍ରତିଶତ। ପ୍ରିୟାଂଶା ନାୟକ ୯୭% ମାର୍କ ରଖି ସ୍କୁଲର ଟପ୍ପର ହୋଇଛନ୍ତି।

 

ଓଡିଏମ୍‌ ସ୍କୁଲର ସଫଳତା
ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଭୁବନେଶ୍ୱରସ୍ଥିତ ଓଡିଏମ୍‌ ସ୍କୁଲର ବିଜ୍ଞାନ ବିଭାଗରେ ସୁଶ୍ରୀ ଆଦ୍ୟାଶା ଜେନା ୯୭.୬% ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବାବେଳେ ସୁଶ୍ରୀ ସ୍ବାତି ନାଥ, ଶ୍ରୀମାନ ପ୍ରିୟାଂଶୁ ପ୍ରଣୟ ଓ ଶ୍ରୀମାନ ସୌଗତ ଶତପଥୀ ୯୭% ନମ୍ବର ରଖି ବିଦ୍ୟାଳୟରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୭୦ଜଣ (ବିଦ୍ୟାଳୟର ୧୭%) ୯୫%ରୁ ଅଧିକ ନମ୍ବର ରଖି ପାସ କରିଛନ୍ତି। ବାଣିଜ୍ୟ ବିଭାଗରେ ସୁଶ୍ରୀ ସଞ୍ଜନା ପରିଜା ୯୩.୪% ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ବୟଂ ସତ୍ୟେନ୍ଦୁଙ୍କ ସହ ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମଦର୍ସ ପବ୍ଲିକ୍‌ ସ୍କୁଲ
ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲର ବିଜ୍ଞାନ ବିଭାଗରେ ଅତିସ୍ମା ଐଶ୍ୱର୍ଯ୍ୟା ୯୭.୬% ନମ୍ବର ରଖି ସ୍କୁଲ୍‌ ଟପ୍ପର ହୋଇଛନ୍ତି। ଏହି ବିଭାଗରେ ୫୨.୪% ପିଲା ୯୦% ଉପରେ ନମ୍ବର ରଖିଛନ୍ତି। ବାଣିଜ୍ୟ ବିଭାଗରେ ପ୍ରିୟାଂଶୀ ଅଗ୍ରଓ୍ବାଲ ୯୭.୬% ନମ୍ବର ରଖି ଟପ୍ପର ହୋଇଥିବାବେଳେ ୪୨% ପିଲା ୯୦% ଉପରେ ରଖିଛନ୍ତି। ହ୍ୟୁମାନିଟିଜ୍‌ ବିଭାଗରେ ଅଭିଜିତ୍‌ ପଣ୍ଡା ୯୭.୮% ରଖି ପ୍ରଥମ ହୋଇଥିବାବେଳେ ୩୧%ଛାତ୍ରୀଛାତ୍ର ୯୦% ଉପରେ ମାର୍କ ରଖିଛନ୍ତି।
ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ
ସେହିଭଳି ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ସମସ୍ତ ଛାତ୍ରୀଛାତ୍ର ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୧.୧ ପ୍ରତିଶତ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ ରଖିଛନ୍ତି। ଛାତ୍ରୀ ସଂସ୍କୃତି ପଟ୍ଟନାୟକ ହ୍ୟୁମାନିଟିଜ୍‌ ବିଭାଗରେ ୯୯.୪% ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ସେ ରାଜ୍ୟ ଟପ୍ପର ସହ ରିଜିଅନ୍‌ ଟପ୍ପର ହୋଇଥିବା ଆଶା କରାଯାଉଛି। ସେ ସମାଜ ବିଜ୍ଞାନ ଓ ଗଣିତରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ବାଣିଜ୍ୟ ବିଭାଗରେ ରିଚା ରୟ ଚୌଧୂରୀ ୯୮.୬% ମାର୍କ ରଖି ସ୍କୁଲର ଦ୍ୱିତୀୟ ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ଆଶୁତୋଷ ପାଣିଗ୍ରାହୀ ୯୮.୪% ମାର୍କ ରଖି ସ୍କୁଲର ତୃତୀୟ ଟପ୍ପର ହୋଇଛନ୍ତି। ସ୍କୁଲର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଏହି ସଫଳତାରେ ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ଫଳାଫଳ ଜାଣିବା ପରେ ଅତି ଖୁସି ହୋଇପଡିଥିଲି। ମୋର ୯୯.୪% ନମ୍ବର ରହିଛି। ଏହି ସଫଳତା ପାଇଁ ମୋର ସମସ୍ତ ଶିକ୍ଷକ ଓ ପରିବାରଲୋକଙ୍କୁ ଶ୍ରେୟ ଦେବି। ଭବିଷ୍ୟତରେ ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତ ପଢ଼ିବାକୁ ଇଚ୍ଛା ଅଛି। ଏଥିସହିତ ଇଣ୍ଡିଆନ୍‌ ଇକୋନୋମିକ୍‌ ସର୍ଭିସରେ ଯୋଗଦେବା ପାଇଁ ଚାହେଁ।
– ସଂସ୍କୃତି ପଟ୍ଟନାୟକ, ଭୁବନେଶ୍ୱର
୯୭.୬% ନମ୍ବର ରହିଥିଲେ ମଧ୍ୟ ଫିଜିକ୍ସରେ ଟିକେ ନମ୍ବର କମିଯାଇଛି। ତେବେ ଓଭର ଅଲ୍‌ ମୋର ଭଲ ନମ୍ବର ରହିଛି। ମୋ ସଫଳତା ପାଇଁ ମା’, ବାପାଙ୍କଠାରୁ ଆରମ୍ଭ କରି ସ୍କୁଲର ସମସ୍ତ ଶିକ୍ଷକଙ୍କ ଶ୍ରେୟ ରହିଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି।
– ଅତିସ୍ମା ଐଶ୍ୱର୍ଯ୍ୟା, ଭୁବନେଶ୍ୱର
ଏଥର ରେଜଲ୍ଟକୁ ନେଇ ମୁଁ ଖୁସି ଅଛି। ମୋର ୯୬.୬% ନମ୍ବର ରହିଛି। ଫିଜିକ୍ସରେ ଟିକେ ନମ୍ବର କମିଯାଇଛି। କିନ୍ତୁ ଭାଇବାରେ ଆଶାଠାରୁ ଅଧିକ ନମ୍ବର ରହିଛି। ବର୍ତ୍ତମାନ ମୁଁ ଜେଇଇ, ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି।
– କେ. ଏସ୍‌. ଚେତନ, ଭୁବନେଶ୍ୱର
ମୋର ୯୬.୨% ନମ୍ବର ରହିଛି। ତେବେ ଆକାଉଣ୍ଟାନ୍ସିରେ ଆଶାନୁଯାୟୀ ନମ୍ବର ରହି ନାହିଁ। ତଥାପି ମୋ ନମ୍ବରରେ ମୁଁ ଖୁସି ରହିଛି। ମୁଁ ଭବିଷ୍ୟତରେ ଶିଳ୍ପପତି ବା ସିଏ ହେବା ପାଇଁ ଲକ୍ଷ୍ୟ ରଖିଛି।
– ସିଦ୍ଧାନ୍ତ ଦାସ, ଭୁବନେଶ୍ୱର
ଏଥର ବହୁତ ଭଲ ମୂଲ୍ୟାୟନ ହୋଇଛି। ମୋର ଆଶାଠାରୁ ଅଧିକ ନମ୍ବର ରହିଛି। ୯୬% ନମ୍ବରରେ ମୁଁ ଖୁସି ଅଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଗକୁ ପ୍ରଶାସନିକ ସେବା କ୍ଷେତ୍ରରେ ଯିବା ପାଇଁ ଳକ୍ଷ୍ୟ ରଖିଛି।
– ଶ୍ରଦ୍ଧାଞ୍ଜଳି ମହାପାତ୍ର, ଭୁବନେଶ୍ୱର
ମୋର ୯୪.୪% ରହିଛି। ଯେତିକି ଆଶା କରିଥିଲି ସେତିକି ନମ୍ବର ରହିଛି। ମା’, ବାପା ଓ ସ୍କୁଲର ସମସ୍ତ ଶିକ୍ଷକଙ୍କ ନିରନ୍ତର ଚେଷ୍ଟା ଓ ମୋ ପରିଶ୍ରମ ମୋତେ ଏହି ସଫଳତା ଦେଇଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଗକୁ ମେଡିକାଲ ଲାଇନ୍‌ରେ ଯିବା ପାଇଁ ଲକ୍ଷ୍ୟ ରହିଛି।
– ପୂଜା ପ୍ରତ୍ୟାଶା କୁଅଁର, ଭୁବନେଶ୍ୱର
ନିଜ ସମୟକୁ ଅପଚୟ କରିବା ପାଇଁ କେବେ ଚେଷ୍ଟା କରି ନ ଥିଲି। କିପରି ପାଠ ପ୍ରତି ଅଧିକ ନଜର ରହିବ ସେଥିପାଇଁ ଚେଷ୍ଟା ଥିଲା। ତେଣୁ ସୋସିଆଲ ମିଡ଼ିଆଠାରୁ ଦୂରେଇ ରହୁଥିଲି। ଏହି ସଫଳତାର ଶ୍ରେୟ ମୋ ପରିବାରବର୍ଗ ଓ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦେବି। ଇଞ୍ଜିନିୟରିଂ ପଢ଼ିବାକୁ ଲକ୍ଷ୍ୟ ରଖିଛି।
– ପ୍ରିୟାଂଶା ନାୟକ, ଚୌଦ୍ୱାର
ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏଣୁ ଉଚ୍ଚଶିକ୍ଷା ହାସଲ ସହ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରିବି। ଏହି ସଫଳତାର ଶ୍ରେୟ ନିଜ ଅଭିଭାବକ ଓ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦେବି।
– ସଲୋନୀ ଅଗ୍ରଓ୍ବାଲ, କଟକ
ଏବେ ବାଣିଜ୍ୟରେ ସ୍ନାତକ ପ୍ରତି ବିଶେଷ ଦୃଷ୍ଟି ଦେବି। ପରୀକ୍ଷା ପୂର୍ବରୁ ଭଲ ଭାବେ ସିଲାବସ୍‌ ଶେଷ କରିଥିଲି। ଶିକ୍ଷୟିତ୍ରୀ, ଶିକ୍ଷକ ପଢ଼ାରେ ବହୁତ ସହଯୋଗ କରିଥିଲେ।
– କେଶବ ଚୌଧୁରୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri