ଭୁବନେଶ୍ୱର ରିଜିଅନ୍‌ରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ ହାର ୯୧.୪୬% ରହିଛି। ଏହି ରିଜିଅନ୍‌ରେ ମୋଟ ୭୧,୪୨୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୬୨,୯୩୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ରିଜିଅନ୍‌ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ ଅନ୍ତର୍ଭୁକ୍ତ ରହିଛି। ପାସ୍‌ ହାର ୯୦.୪୨% ସହ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ଥିବାବେଳେ ୮୯.୦୨%ରେ ଓଡ଼ିଶା ଦ୍ୱିତୀୟ ଓ ୮୪.୫୯%ରେ ଛିତଶଗଡ଼ ତୃତୀୟରେ ରହିଛି। ଓଡ଼ିଶାରେ ମୋଟ ୧୮,୪୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬,୪୫୭ଜଣ ପାସ୍‌ କରିଛନ୍ତି। ଜାତୀୟ ଭଳି ଓଡ଼ିଶାରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ୭,୫୧୬ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୬,୯୦୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୧.୯୨% ରହିଛି। ୧୦,୯୭୦ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୫୪୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‌ହାର ୮୭.୦୪% ରହିଛି।

କ୍ୟୁପିଆଇ ହାରରେ ଏଲ୍‌.ଆର୍‌. ଡିଏଭି ପ୍ରଥମ

କ୍ୟୁପିଆଇ ହାରରେ କଟକ ଜିଲାରେ ପ୍ରଥମ ହୋଇଛି ଗଣ୍ଡରପୁରସ୍ଥିତ ଏଲ.ଆର୍‌. ଡିଏଭି ସ୍କୁଲ। ଚଳିତବର୍ଷ ସମସ୍ତ ୧୩୩ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ଜଣ ୯୫%ରୁ ଏବଂ ୫୬ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। କ୍ୟୁପିଆଇ ହାର ହେଉଛି ୮୬.୩୯ ପ୍ରତିଶତ। ପ୍ରିୟାଂଶା ନାୟକ ୯୭% ମାର୍କ ରଖି ସ୍କୁଲର ଟପ୍ପର ହୋଇଛନ୍ତି।

 

ଓଡିଏମ୍‌ ସ୍କୁଲର ସଫଳତା
ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଭୁବନେଶ୍ୱରସ୍ଥିତ ଓଡିଏମ୍‌ ସ୍କୁଲର ବିଜ୍ଞାନ ବିଭାଗରେ ସୁଶ୍ରୀ ଆଦ୍ୟାଶା ଜେନା ୯୭.୬% ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବାବେଳେ ସୁଶ୍ରୀ ସ୍ବାତି ନାଥ, ଶ୍ରୀମାନ ପ୍ରିୟାଂଶୁ ପ୍ରଣୟ ଓ ଶ୍ରୀମାନ ସୌଗତ ଶତପଥୀ ୯୭% ନମ୍ବର ରଖି ବିଦ୍ୟାଳୟରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୭୦ଜଣ (ବିଦ୍ୟାଳୟର ୧୭%) ୯୫%ରୁ ଅଧିକ ନମ୍ବର ରଖି ପାସ କରିଛନ୍ତି। ବାଣିଜ୍ୟ ବିଭାଗରେ ସୁଶ୍ରୀ ସଞ୍ଜନା ପରିଜା ୯୩.୪% ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ବୟଂ ସତ୍ୟେନ୍ଦୁଙ୍କ ସହ ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମଦର୍ସ ପବ୍ଲିକ୍‌ ସ୍କୁଲ
ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲର ବିଜ୍ଞାନ ବିଭାଗରେ ଅତିସ୍ମା ଐଶ୍ୱର୍ଯ୍ୟା ୯୭.୬% ନମ୍ବର ରଖି ସ୍କୁଲ୍‌ ଟପ୍ପର ହୋଇଛନ୍ତି। ଏହି ବିଭାଗରେ ୫୨.୪% ପିଲା ୯୦% ଉପରେ ନମ୍ବର ରଖିଛନ୍ତି। ବାଣିଜ୍ୟ ବିଭାଗରେ ପ୍ରିୟାଂଶୀ ଅଗ୍ରଓ୍ବାଲ ୯୭.୬% ନମ୍ବର ରଖି ଟପ୍ପର ହୋଇଥିବାବେଳେ ୪୨% ପିଲା ୯୦% ଉପରେ ରଖିଛନ୍ତି। ହ୍ୟୁମାନିଟିଜ୍‌ ବିଭାଗରେ ଅଭିଜିତ୍‌ ପଣ୍ଡା ୯୭.୮% ରଖି ପ୍ରଥମ ହୋଇଥିବାବେଳେ ୩୧%ଛାତ୍ରୀଛାତ୍ର ୯୦% ଉପରେ ମାର୍କ ରଖିଛନ୍ତି।
ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ
ସେହିଭଳି ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ସମସ୍ତ ଛାତ୍ରୀଛାତ୍ର ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୧.୧ ପ୍ରତିଶତ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ ରଖିଛନ୍ତି। ଛାତ୍ରୀ ସଂସ୍କୃତି ପଟ୍ଟନାୟକ ହ୍ୟୁମାନିଟିଜ୍‌ ବିଭାଗରେ ୯୯.୪% ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ସେ ରାଜ୍ୟ ଟପ୍ପର ସହ ରିଜିଅନ୍‌ ଟପ୍ପର ହୋଇଥିବା ଆଶା କରାଯାଉଛି। ସେ ସମାଜ ବିଜ୍ଞାନ ଓ ଗଣିତରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ବାଣିଜ୍ୟ ବିଭାଗରେ ରିଚା ରୟ ଚୌଧୂରୀ ୯୮.୬% ମାର୍କ ରଖି ସ୍କୁଲର ଦ୍ୱିତୀୟ ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ଆଶୁତୋଷ ପାଣିଗ୍ରାହୀ ୯୮.୪% ମାର୍କ ରଖି ସ୍କୁଲର ତୃତୀୟ ଟପ୍ପର ହୋଇଛନ୍ତି। ସ୍କୁଲର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଏହି ସଫଳତାରେ ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ଫଳାଫଳ ଜାଣିବା ପରେ ଅତି ଖୁସି ହୋଇପଡିଥିଲି। ମୋର ୯୯.୪% ନମ୍ବର ରହିଛି। ଏହି ସଫଳତା ପାଇଁ ମୋର ସମସ୍ତ ଶିକ୍ଷକ ଓ ପରିବାରଲୋକଙ୍କୁ ଶ୍ରେୟ ଦେବି। ଭବିଷ୍ୟତରେ ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତ ପଢ଼ିବାକୁ ଇଚ୍ଛା ଅଛି। ଏଥିସହିତ ଇଣ୍ଡିଆନ୍‌ ଇକୋନୋମିକ୍‌ ସର୍ଭିସରେ ଯୋଗଦେବା ପାଇଁ ଚାହେଁ।
– ସଂସ୍କୃତି ପଟ୍ଟନାୟକ, ଭୁବନେଶ୍ୱର
୯୭.୬% ନମ୍ବର ରହିଥିଲେ ମଧ୍ୟ ଫିଜିକ୍ସରେ ଟିକେ ନମ୍ବର କମିଯାଇଛି। ତେବେ ଓଭର ଅଲ୍‌ ମୋର ଭଲ ନମ୍ବର ରହିଛି। ମୋ ସଫଳତା ପାଇଁ ମା’, ବାପାଙ୍କଠାରୁ ଆରମ୍ଭ କରି ସ୍କୁଲର ସମସ୍ତ ଶିକ୍ଷକଙ୍କ ଶ୍ରେୟ ରହିଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି।
– ଅତିସ୍ମା ଐଶ୍ୱର୍ଯ୍ୟା, ଭୁବନେଶ୍ୱର
ଏଥର ରେଜଲ୍ଟକୁ ନେଇ ମୁଁ ଖୁସି ଅଛି। ମୋର ୯୬.୬% ନମ୍ବର ରହିଛି। ଫିଜିକ୍ସରେ ଟିକେ ନମ୍ବର କମିଯାଇଛି। କିନ୍ତୁ ଭାଇବାରେ ଆଶାଠାରୁ ଅଧିକ ନମ୍ବର ରହିଛି। ବର୍ତ୍ତମାନ ମୁଁ ଜେଇଇ, ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି।
– କେ. ଏସ୍‌. ଚେତନ, ଭୁବନେଶ୍ୱର
ମୋର ୯୬.୨% ନମ୍ବର ରହିଛି। ତେବେ ଆକାଉଣ୍ଟାନ୍ସିରେ ଆଶାନୁଯାୟୀ ନମ୍ବର ରହି ନାହିଁ। ତଥାପି ମୋ ନମ୍ବରରେ ମୁଁ ଖୁସି ରହିଛି। ମୁଁ ଭବିଷ୍ୟତରେ ଶିଳ୍ପପତି ବା ସିଏ ହେବା ପାଇଁ ଲକ୍ଷ୍ୟ ରଖିଛି।
– ସିଦ୍ଧାନ୍ତ ଦାସ, ଭୁବନେଶ୍ୱର
ଏଥର ବହୁତ ଭଲ ମୂଲ୍ୟାୟନ ହୋଇଛି। ମୋର ଆଶାଠାରୁ ଅଧିକ ନମ୍ବର ରହିଛି। ୯୬% ନମ୍ବରରେ ମୁଁ ଖୁସି ଅଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଗକୁ ପ୍ରଶାସନିକ ସେବା କ୍ଷେତ୍ରରେ ଯିବା ପାଇଁ ଳକ୍ଷ୍ୟ ରଖିଛି।
– ଶ୍ରଦ୍ଧାଞ୍ଜଳି ମହାପାତ୍ର, ଭୁବନେଶ୍ୱର
ମୋର ୯୪.୪% ରହିଛି। ଯେତିକି ଆଶା କରିଥିଲି ସେତିକି ନମ୍ବର ରହିଛି। ମା’, ବାପା ଓ ସ୍କୁଲର ସମସ୍ତ ଶିକ୍ଷକଙ୍କ ନିରନ୍ତର ଚେଷ୍ଟା ଓ ମୋ ପରିଶ୍ରମ ମୋତେ ଏହି ସଫଳତା ଦେଇଛି। ଏବେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଗକୁ ମେଡିକାଲ ଲାଇନ୍‌ରେ ଯିବା ପାଇଁ ଲକ୍ଷ୍ୟ ରହିଛି।
– ପୂଜା ପ୍ରତ୍ୟାଶା କୁଅଁର, ଭୁବନେଶ୍ୱର
ନିଜ ସମୟକୁ ଅପଚୟ କରିବା ପାଇଁ କେବେ ଚେଷ୍ଟା କରି ନ ଥିଲି। କିପରି ପାଠ ପ୍ରତି ଅଧିକ ନଜର ରହିବ ସେଥିପାଇଁ ଚେଷ୍ଟା ଥିଲା। ତେଣୁ ସୋସିଆଲ ମିଡ଼ିଆଠାରୁ ଦୂରେଇ ରହୁଥିଲି। ଏହି ସଫଳତାର ଶ୍ରେୟ ମୋ ପରିବାରବର୍ଗ ଓ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦେବି। ଇଞ୍ଜିନିୟରିଂ ପଢ଼ିବାକୁ ଲକ୍ଷ୍ୟ ରଖିଛି।
– ପ୍ରିୟାଂଶା ନାୟକ, ଚୌଦ୍ୱାର
ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏଣୁ ଉଚ୍ଚଶିକ୍ଷା ହାସଲ ସହ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରିବି। ଏହି ସଫଳତାର ଶ୍ରେୟ ନିଜ ଅଭିଭାବକ ଓ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦେବି।
– ସଲୋନୀ ଅଗ୍ରଓ୍ବାଲ, କଟକ
ଏବେ ବାଣିଜ୍ୟରେ ସ୍ନାତକ ପ୍ରତି ବିଶେଷ ଦୃଷ୍ଟି ଦେବି। ପରୀକ୍ଷା ପୂର୍ବରୁ ଭଲ ଭାବେ ସିଲାବସ୍‌ ଶେଷ କରିଥିଲି। ଶିକ୍ଷୟିତ୍ରୀ, ଶିକ୍ଷକ ପଢ଼ାରେ ବହୁତ ସହଯୋଗ କରିଥିଲେ।
– କେଶବ ଚୌଧୁରୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri