Posted inଜାତୀୟ

ଅଟୋବାଲା ଖୋଲିଲେ ଗ୍ୟାଙ୍ଗ୍‌ଷ୍ଟାର ବିକାଶ ଦୁବେଙ୍କ ନୂଆ ରାଜ୍‌

ଉଜୈନ,୧୪।୭: ଗତ ଶୁକ୍ରବାର ଦିନ କାନପୁରରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଉଜୈନରେ ଦୁଇ ତିନି ଦିନ ରହିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ବିକାଶଙ୍କୁ ଉଜୈନର ମହାକାଳ ମନ୍ଦିରକୁ ନେଇ ଯାଇଥିବା ଅଟୋ ଡ୍ରାଇଭର ବଣ୍ଟି ପୋଲିସକୁ ଏନେଇ ତଥ୍ୟ ପ୍ରଦାନ କରିଛନ୍ତି। ପୋଲିସ ବଣ୍ଟିଙ୍କୁ ପ୍ରାୟ ୨୪ ଘଣ୍ଟା ଧରି ପଚରାଉଚରା ପରେ ପୋଲିସ ଛାଡି ଦେଇଥିଲା। ବିକାଶ ଦୁବେ ଏନକାଉଣ୍ଟର ଗୋଟିଏ ଦିନ ପୂର୍ବରୁ ମହାକାଳ ମନ୍ଦିର କମ୍ପ୍ଲେକ୍ସରୁ ଗିରଫ କରାଯାଇଥିଲା। ବିକାଶ ସକାଳ ୩.୫୫ରେ ରାଜସ୍ଥାନରୁ ଆସିଥିବା ବାବୁ ଟ୍ରାଭେଲ୍ସ ବସରୁ ଓହ୍ଲାଇ ବିକାଶ ଦୁବେ ବଣ୍ଟିଙ୍କ ଅଟୋରେ ମନ୍ଦିର ଯାଇଥିଲେ। ଭଡା ଆକରରେ ସେ ତାଙ୍କୁ ୫୦ ଟଙ୍କା ଦେଇଥିଲେ। ଉଜୈନରେ ବିକାଶ ୨-୪ଦିନ ରହିବାର ପ୍ଲାନ କରୁତତ୍ବା ମଧ୍ୟ ଅଟୋ ଡ୍ରାଇଭରଙ୍କୁ କହିଥିଲେ। ସେଠାକାର ହୋଟେଲ ବ୍ୟବସ୍ଥା ଏବଂ ପରିଚୟ ପତ୍ର ବିଷୟରେ ପଚାରିଥିଲେ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କାନପୁରରେ ୮ ପୋଲିସକର୍ମୀଙ୍କୁ ହତ୍ୟା କରିବା ପରେ ଉଜୈନ ଖସି ପଳାଇଥିଲେ ବିକାଶ ଦୁବେ। ସେଠାରୁ ପୋଲିସ ତାଙ୍କୁ ଗିରଫ କରି କାନପୁର ଆଣୁଥିବାବେଳେ ବାଟରେ ଏନକାଉଣ୍ଟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ...

କଶ୍ମୀରୀ ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌, ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଲୋକେ…

ଶ୍ରୀନଗର, ୫।୬ : କଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି...

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି...

ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୨: ୫ ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଙ୍ଗ...

ଡିଏମ୍‌କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ

ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍‌କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ...

ରାଜସ୍ଥାନ ଯିବାକୁ ହେଲେ ଦରକାର ନେଗେଟିଭ ରିପୋର୍ଟ

ଜୟପୁର,୨୧।୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି...

ଭୋପାଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଇନ୍ଦୋର ଦୁର୍ଘଟଣାକୁ ନଜରରେ ରଖି ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୧।୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ଭାଜପା ପକ୍ଷରୁ ରୋଡ ଶୋ’...

୮ ଲଶ୍କର ସହଯୋଗୀ ଗିରଫ

ଶ୍ରୀନଗର,୧୧ା୯ (ପି.ଟି./ଆଇଏଏନ୍‌ଏସ୍‌): ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ୮ ସହଯୋଗୀ ମଙ୍ଗଳବାର କଶ୍ମୀରରୁ ଗିରଫ ହୋଇଛନ୍ତି। ସେମାନେ ବାରାମୁଲା ଜିଲାର ସୋପୋରରେ ଆତଙ୍କବାଦୀଙ୍କ ଛତ୍ରଛାୟା...

Advertisement
Archives

Model This Week