ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ: ମନମୋହନ କହିଲେ…

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ତାଲିକାରେ ଓଡ଼ିଶାର କାହାରି ନଁା ନାହିଁ। ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ନେତୃବୃନ୍ଦ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨ କିମ୍ବା ୩ ଜଣଙ୍କ ନାମ ଘୋଷଣା କରାଯାଇପାରେ ବୋଲି କହୁଥିଲେ। ସେମିତି କିଛି ହେଲାନାହିଁ। ଶେଷରେ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ମନମୋହନ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆସନ୍ତା ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ଏହାପରେ ପ୍ରାର୍ଥୀ ତାଲିକା ଆସିବ।

ତେବେ କିଛିଦିନ ହେଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଜୁଏଲ ଓରାମ ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଦଳ ଆଗୁଆ ଘୋଷଣା କରିଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେପରି କିଛି ନ ହେବାକୁ ନେଇ ମଧ୍ୟ ଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri