କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ

ଭୁବନେଶ୍ୱର,୧୭ା୮(ବ୍ୟୁରୋ)-କୋଭିଡ-୧୯ ପରୀକ୍ଷାରେ ଓଡିଶା ଚତୁର୍ଥ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଦିନକୁ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଅଗଷ୍ଟ ୧୬ ତାରିଖରେ ଓଡିଶାରେ ୫୦ ହଜାର ୪୨୧ ଟେଷ୍ଟ କରାଯାଇଥିଲା। ଓଡିଶାରେ ପ୍ରତି ନିୟୁତ କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ ରହିଛି। ପ୍ରତି ନିୟୁତରେ ଦୈନିକ ଓଡିଶାରେ ୧୦୯୬ ଟେଷ୍ଟ କରାଯାଉଥିବା ବେଳେ ଦେଶରେ ୫୪୨ କରାଯାଉଛି। ଗୁଜୁରାଟ, କେରଳ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶଠାରୁ ଓଡିଶା ଆଗରେ ରହିଛି। ଆସନ୍ତା ସପ୍ତାହଗୁଡିକରେ କୋଭିଡ ଟେଷ୍ଟ ଦ୍ୱିଗୁଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।