ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏଥର ସ୍ବାଧୀନତା ଦିବସରେ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ। ପରେଡ୍‌ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।