ବିଜେଡି ଉପକୃତ ହେଲେ ଓଡ଼ିଶା ଉପେକ୍ଷିତ: କଂଗ୍ରେସ

ଭୁବନେଶ୍ବର, ୩୦ା୫(ବ୍ୟୁରୋ): ବିଜେଡି ୫ମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତିରେ ଶାସକ ଦଳ ଉପକୃତ ହୋଇଥିବା ବେଳେ ଓଡ଼ିଶା ଉପେକ୍ଷିତ ହୋଇଛି ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି। କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର ଆହୁରି କହିଛନ୍ତି, ଏହା ମଧ୍ୟରେ ପଞ୍ଚାୟତ, ପୌର ତଥା ଉପନିର୍ବାଚନରେ ବିଜୟ ଲାଭ କରିଥିବାରୁ ବିଜେଡି ଉଲ୍ଲସିତ ହେବା ସ୍ବାଭାବିକ। କିନ୍ତୁ ରାଜ୍ୟବାସୀ ଏବଂ ଓଡ଼ିଶାର ସ୍ଥିତି କ’ଣ ସେକଥା ସମସ୍ତେ ଦେଖୁଛନ୍ତି। ଇଣ୍ଡିଆ ଟୁଡ଼େ ଏବଂ ନିତି ଆୟୋଗର ସଦ୍ୟ ରିପୋର୍ଟ ଅନୁସାରେ ଓଡ଼ିଶା ଉଚ୍ଚ ପ୍ରଦର୍ଶନ କରିଥିବା ୧୭ ରାଜ୍ୟ ମଧ୍ୟରେ ୧୬ ନମ୍ବର ସ୍ଥାନରେ ରହିଛି। କୃଷି କ୍ଷେତ୍ରରେ ୨୦ ରାଜ୍ୟ ମଧ୍ୟରେ ୧୪, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୧୩, ଆଇନ ଶୃଙ୍ଖଳା କ୍ଷେତ୍ରରେ ୧୪, ଭିତ୍ତିଭୂମି ସରଞ୍ଚନା କ୍ଷେତ୍ରରେ ୧୦ ଏବଂ ସମଭିତ୍ତିକ ବିକାଶ କ୍ଷେତ୍ରରେ ୧୬ ନମ୍ବର ସ୍ଥାନରେ ରହିଥିବା ଦର୍ଶାଯାଇଛି। ଅନୁରୂପ ଭାବେ ନିତି ଆୟୋଗ ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ ଇନୋଭେଶନ ଇଣ୍ଡେକ୍ସରେ ଓଡ଼ିଶା ସ୍ଥାନ ୧୭ ରାଜ୍ୟ ମଧ୍ୟରୁ ୧୬ ଓ ସ୍ବାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୪ ନମ୍ବର ସ୍ଥାନରେ ଅଛି। ଏହା ହିଁ ସରକାରଙ୍କ ପାରଦର୍ଶିତା। ରାଜ୍ୟ ସରକାର ସମସ୍ତ ନିଅଣ୍ଟିଆ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବାର ପ୍ରତିଶ୍ରୁତି ୫ ବର୍ଷରେ ଦେଇଥିଲେ ମଧ୍ୟ ୧୮ ବର୍ଷ ବିତିଗଲା କିନ୍ତୁ ଆହୁରି ୩୨ ବ୍ଲକ ରହିଗଲା। ପ୍ରତିବର୍ଷ ୧ ଲକ୍ଷ ନିଯୁକ୍ତି ଦେବାକୁ କହି ୨୩ ବର୍ଷରେ ୨୩ ଲକ୍ଷ ନିଯୁକ୍ତି ପାଣିରେ ଗାର ହୋଇଛି। ମହିଳା ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ୨ୟ। ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶାରେ ଦୈନିକ ୯ଟି ବଳାତ୍କାର ଓ ଗଣବଳାତ୍କାର ମାମଲା ରୁଜୁ ହୋଇଥିବା ସ୍ଥଳେ ବର୍ଷକୁ ୯ ଜଣଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇନାହିଁ। ରାଜ୍ୟର କ୍ରାଇମ୍‌ବ୍ରାଞ୍ଚ କ୍ରାଇମ୍‌ ପ୍ରୋଟେକ୍‌ଶନ ବ୍ରାଞ୍ଚରେ ପରିଣତ ହୋଇଛି। ଡିସେମ୍ବର ୨୦ରେ ଗୋବିନ୍ଦ ସାହୁ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ୍‌ରେ ମୃତ୍ୟୁବରଣ କଲେ। ତା’ ହତ୍ୟା ନା ଆତ୍ମହତ୍ୟା କ୍ରାଇମ୍‌ବ୍ରାଞ୍ଚ ୫ ମାସ ମଧ୍ୟରେ ନିର୍ଣ୍ଣୟ କରିପାରିଲା ନାହିଁ। ନବ ଦାସ ହତ୍ୟାକାଣ୍ଡର ଚାର୍ଜଶିଟ୍‌ ପଢ଼ିଲେ ସ୍ବାଭାବିକ ଧାରଣା ହେବ ଯେ, ସରକାର ଅପରାଧୀଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେଉଛନ୍ତି। ତଥାପି ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ, କିନ୍ତୁ ସରକାର ଉଦାସୀନ ବୋଲି ଗଣେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri