ବିଜେଡି ଉପକୃତ ହେଲେ ଓଡ଼ିଶା ଉପେକ୍ଷିତ: କଂଗ୍ରେସ

ଭୁବନେଶ୍ବର, ୩୦ା୫(ବ୍ୟୁରୋ): ବିଜେଡି ୫ମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତିରେ ଶାସକ ଦଳ ଉପକୃତ ହୋଇଥିବା ବେଳେ ଓଡ଼ିଶା ଉପେକ୍ଷିତ ହୋଇଛି ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି। କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର ଆହୁରି କହିଛନ୍ତି, ଏହା ମଧ୍ୟରେ ପଞ୍ଚାୟତ, ପୌର ତଥା ଉପନିର୍ବାଚନରେ ବିଜୟ ଲାଭ କରିଥିବାରୁ ବିଜେଡି ଉଲ୍ଲସିତ ହେବା ସ୍ବାଭାବିକ। କିନ୍ତୁ ରାଜ୍ୟବାସୀ ଏବଂ ଓଡ଼ିଶାର ସ୍ଥିତି କ’ଣ ସେକଥା ସମସ୍ତେ ଦେଖୁଛନ୍ତି। ଇଣ୍ଡିଆ ଟୁଡ଼େ ଏବଂ ନିତି ଆୟୋଗର ସଦ୍ୟ ରିପୋର୍ଟ ଅନୁସାରେ ଓଡ଼ିଶା ଉଚ୍ଚ ପ୍ରଦର୍ଶନ କରିଥିବା ୧୭ ରାଜ୍ୟ ମଧ୍ୟରେ ୧୬ ନମ୍ବର ସ୍ଥାନରେ ରହିଛି। କୃଷି କ୍ଷେତ୍ରରେ ୨୦ ରାଜ୍ୟ ମଧ୍ୟରେ ୧୪, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୧୩, ଆଇନ ଶୃଙ୍ଖଳା କ୍ଷେତ୍ରରେ ୧୪, ଭିତ୍ତିଭୂମି ସରଞ୍ଚନା କ୍ଷେତ୍ରରେ ୧୦ ଏବଂ ସମଭିତ୍ତିକ ବିକାଶ କ୍ଷେତ୍ରରେ ୧୬ ନମ୍ବର ସ୍ଥାନରେ ରହିଥିବା ଦର୍ଶାଯାଇଛି। ଅନୁରୂପ ଭାବେ ନିତି ଆୟୋଗ ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ ଇନୋଭେଶନ ଇଣ୍ଡେକ୍ସରେ ଓଡ଼ିଶା ସ୍ଥାନ ୧୭ ରାଜ୍ୟ ମଧ୍ୟରୁ ୧୬ ଓ ସ୍ବାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୪ ନମ୍ବର ସ୍ଥାନରେ ଅଛି। ଏହା ହିଁ ସରକାରଙ୍କ ପାରଦର୍ଶିତା। ରାଜ୍ୟ ସରକାର ସମସ୍ତ ନିଅଣ୍ଟିଆ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବାର ପ୍ରତିଶ୍ରୁତି ୫ ବର୍ଷରେ ଦେଇଥିଲେ ମଧ୍ୟ ୧୮ ବର୍ଷ ବିତିଗଲା କିନ୍ତୁ ଆହୁରି ୩୨ ବ୍ଲକ ରହିଗଲା। ପ୍ରତିବର୍ଷ ୧ ଲକ୍ଷ ନିଯୁକ୍ତି ଦେବାକୁ କହି ୨୩ ବର୍ଷରେ ୨୩ ଲକ୍ଷ ନିଯୁକ୍ତି ପାଣିରେ ଗାର ହୋଇଛି। ମହିଳା ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ୨ୟ। ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶାରେ ଦୈନିକ ୯ଟି ବଳାତ୍କାର ଓ ଗଣବଳାତ୍କାର ମାମଲା ରୁଜୁ ହୋଇଥିବା ସ୍ଥଳେ ବର୍ଷକୁ ୯ ଜଣଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇନାହିଁ। ରାଜ୍ୟର କ୍ରାଇମ୍‌ବ୍ରାଞ୍ଚ କ୍ରାଇମ୍‌ ପ୍ରୋଟେକ୍‌ଶନ ବ୍ରାଞ୍ଚରେ ପରିଣତ ହୋଇଛି। ଡିସେମ୍ବର ୨୦ରେ ଗୋବିନ୍ଦ ସାହୁ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ୍‌ରେ ମୃତ୍ୟୁବରଣ କଲେ। ତା’ ହତ୍ୟା ନା ଆତ୍ମହତ୍ୟା କ୍ରାଇମ୍‌ବ୍ରାଞ୍ଚ ୫ ମାସ ମଧ୍ୟରେ ନିର୍ଣ୍ଣୟ କରିପାରିଲା ନାହିଁ। ନବ ଦାସ ହତ୍ୟାକାଣ୍ଡର ଚାର୍ଜଶିଟ୍‌ ପଢ଼ିଲେ ସ୍ବାଭାବିକ ଧାରଣା ହେବ ଯେ, ସରକାର ଅପରାଧୀଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେଉଛନ୍ତି। ତଥାପି ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ, କିନ୍ତୁ ସରକାର ଉଦାସୀନ ବୋଲି ଗଣେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri