ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର୍‌ ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟରେ ୮୫.୬୭ ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ ଲକ୍ଷ (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି। ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଜଳ ଜୀବନ ମିଶନ ଅଧୀନରେ ଗ୍ରାମା ଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଗତବର୍ଷ ଓଡ଼ିଶା ପାଇଁ ଏହା ୮୧୨. ୧୫ କୋଟି ଟଙ୍କା ଥିଲା। ଜନସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟ୍ୟାପ ଯୋଗେ ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯାଇ ଦେଶରେ ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ ୨୦୦୦ ପରୀକ୍ଷାଗାର ସ୍ଥାପନ କରାଯାଇଛି। ଜନସାଧାରଣ ଯେତେବେଳେ ଚାହିଁବେ ସେଠାରୁ ଜଳନମୁନା ନେଇ ସ୍ପଳ୍ପ ଦେୟରେ ନମୁନା ପରୀକ୍ଷା କରିପାରିବେ। ଓଡିଶାରେ ଏହିପରି ୭୭ଟି ପରୀକ୍ଷାଗାର ରହିଛି।