ରାଜ୍ୟରେ ଦିନକରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୫।୯ (ବ୍ୟୁରୋ): ଓଡ଼ିଶାରେ ଶୁକ୍ରବାର ୪ ହଜାର ୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗୋଟିଏ ଦିନରେ ରାଜ୍ୟରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଏହା ରେକର୍ଡ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାପଛକୁ କଟକ ୪୯୬, ପୁରୀ ୧୮୩, ନୂଆପଡ଼ା ୧୭୯, ବରଗଡ଼ ୧୭୪, ଝାରସୁଗୁଡ଼ା ୧୬୭, ଯାଜପୁର ୧୫୯, ଅନୁଗୋଳ ୧୪୪, ବାଲେଶ୍ୱର ୧୪୨, ରାୟଗଡ଼ା ୧୩୮, ସୁନ୍ଦରଗଡ଼ ୧୨୮, କନ୍ଧମାଳ ୧୨୬, ଜଗତ୍‌ସିଂହପୁର ୧୧୫, ନବରଙ୍ଗପୁର ୧୧୫, ସମ୍ବଲପୁର ୧୧୪, ମୟୂରଭଞ୍ଜ ୧୦୯, ବୌଦ୍ଧ ୧୦୧, କେନ୍ଦ୍ରାପଡ଼ା ୧୦୦, ଭଦ୍ରକ ୮୯, କୋରାପୁଟ ୮୮, କେନ୍ଦୁଝର ୭୩, ଢେଙ୍କାନାଳ ୫୭, ସୋନପୁର ୫୬, ଗଞ୍ଜାମ ୪୯, ବଲାଙ୍ଗୀର ୪୭, ନୟାଗଡ଼ ୪୪, କଳାହାଣ୍ଡି ୪୩, ମାଲକାନଗିରି ୪୦, ଗଜପତି ୩୨ ଓ ଦେବଗଡ଼ରୁ ୧୦ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ଓଡ଼ିଶାରେ ଶୁକ୍ରବାର ସୁଦ୍ଧା ମୋଟ୍‌ ଏକ ଲକ୍ଷ ୬୫ ହଜାର ୪୩୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି।