ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି: ତଥାଗତ

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ):  ଓଡ଼ିଶା ତଥା ଓଡ଼ିଆ ଭାଷା ଉପରେ ଅନେକବାର ଆକ୍ରମଣ ହେବା ସତ୍ତ୍ୱେ ଏହା ଆଜି ମଧ୍ୟ ମୁଣ୍ଡ ଟେକି ବଞ୍ଚତ୍ ରହିଛି। ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି। ଜାତୀୟ ଗଣମାଧ୍ୟମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଏହାର ସ୍ବତନ୍ତ୍ରତାକୁ ବୁଝିପାରନ୍ତି ନାହିଁ। ସେହି କାରଣରୁ ଅନେକ ସମୟରେ ରାଜ୍ୟ ସଭା ଓ ଲୋକ ସଭାରେ ଓଡ଼ିଆ ଏମ୍‌ପିମାନଙ୍କ କଥାକୁ ଜାତୀୟ ଗଣମାଧ୍ୟମରେ ଠିକ୍‌ ଭାବେ ସ୍ଥାନ ଦିଆଯାଏ ନାହିଁ। ବିଶେଷକରି ଜାତୀୟ ଗଣମାଧ୍ୟମ ଓଡ଼ିଆଙ୍କ ମାନସିକତାକୁ ସହଜରେ ବୁଝିବାରେ ଅସମର୍ଥ ହେଉଥିବାରୁ, ଓଡ଼ିଶା ସମ୍ପର୍କରେ ତଥା ଏଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଖୁବ୍‌ କମ୍‌ ରିପୋର୍ଟ କରିଥାନ୍ତି। ଆମକୁ ନ ବୁଝି ପାରିବା ଏହା ସେମାନଙ୍କର ଅକ୍ଷମତା। ତେବେ ଆମେ ସେମାନଙ୍କ ବୁଝିବାଠାରୁ ବହୁ ଉନ୍ନତ ବୋଲି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ କହିଛନ୍ତି। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ଏକ ଆଲୋଚନାରେ ଯୋଗଦେଇ ତଥାଗତ ଓଡ଼ିଶା ତଥା ଓଡ଼ିଆ ଭାଷାର ଗତିପଥ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଓଡ଼ିଆ କହୁଥିବା ଲୋକଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଛି। ଆମ ଲୋକଙ୍କୁ ମଧ୍ୟ ନିଜ ଭାଷା କହିବାକୁ ଲାଜ ଲାଗୁଛି। ତଥାପି ଆମ ଭାଷା ତାହାର ସ୍ବତନ୍ତ୍ରତା ବଜାୟ ରଖିଛି। ଏଥିପାଇଁ ସମସ୍ତ ଶ୍ରେୟ ଜଗନ୍ନାଥ ସଂସ୍କୃତିକୁ ଯିବ। ଏହା ସହିତ ତଥାଗତ ଓଡ଼ିଶାରେ ତଥା ଭାରତର ଇତିହାସକୁ ସଂରକ୍ଷିତ କରିବା ଦିଗରେ ନିରୁତ୍ସାହିତ ପଦକ୍ଷେପକୁ ସମାଲୋଚନା କରିଥିଲେ। ସେ କହିଥିଲେ, ବିଜେଡି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକ ଓ ଜାନକୀ ପଟ୍ଟନାୟକଙ୍କୁ ଛାଡ଼ି ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସର ଭିଡିଓ ଫିଲ୍ମକୁ ନଷ୍ଟ କରି କଲିକତାର ଏକ ସଂସ୍ଥାକୁ ଦେଇଥିଲେ। ସେହିପରି କେନ୍ଦ୍ରରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାସୀନ ହେବାପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିବରଣୀକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବ୍‌ସାଇଟ୍‌ରୁ ହଟାଇ ଦେଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏଭଳି କରିଥିବାରୁ ରାଜ୍ୟର ତଥା ଦେଶର ଇତିହାସ ଠିକ୍‌ ଢଙ୍ଗରେ ସଂରକ୍ଷିତ ହୋଇ ପାରିନାହିଁ ବୋଲି ତଥାଗତ କ୍ଷୋଭ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଯୋଗଦେଇ ଅତୀତରେ ଭାରତର ସାହିତି୍ୟକ କୃତି ଦେଶକୁ ବିଶ୍ୱରେ ପରିଚିତି ଦେଇଥିଲା ଓ ବିଶ୍ୱଗୁରୁ ଭାବେ ଗଢ଼ି ତୋଳି ଥିଲା। ସମ୍ପ୍ରତି ଭାରତୀୟ ସାହିତ୍ୟରେ ଯେଉଁ ସବୁ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଦେଉଛି ଏହା ମଧ୍ୟ ଦିନେ ଭାରତକୁ ପୁନର୍ବାର ବିଶ୍ୱ ଗୁରୁ ରୂପେ ପରିଚିତି ଆଣିଦେବ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେଇ, ସରକାରୀ ସେବା ପ୍ରକ୍ରିୟା ମନ୍ଥର ବୋଲି ପ୍ରତୀତ ହେଉଥିଲେ ହେଁ ଏହା ବୃହତ୍ତର ସ୍ବାର୍ଥ ସାଧନ ପାଇଁ ସର୍ବଦା ତତ୍ପର ବୋଲି କହିଥିଲେ। ସରକାରୀ ପ୍ରକ୍ରିୟା କ୍ଷୁଦ୍ର ପ୍ରୟାସ ପ୍ରତି ଗୁରୁତ୍ୱ ଦେଇ ନ ଥାଏ, ବରଂ ଯେଉଁ କାର୍ଯ୍ୟକ୍ରମ ସମାଜକୁ ବା ସମାଜର ଏକ ବଡ଼ ଅଂଶକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବ ସେଭଳି ପ୍ରୟାସ ପାଇଁ ସର୍ବଦା ତତ୍ପର ବୋଲି ମତ ଦେଇଥିଲେ। ସେହିପରି ମଣିପୁର ରାଜ୍ୟର ମହିଳା ଫୁଟବଲ ଖେଳାଳି ତଥା ପ୍ରଶିକ୍ଷିକା ପଦ୍ମଶ୍ରୀ ବେମବେମ୍‌ ଦେବୀ କହିଲେ ଯେ, ଆର୍ଥତ୍କ ସହାୟତା ମିଳିଲେ ଭାରତୀୟ ମହିଳା ଫୁଟବଲ୍‌ ଦଳ ଆଗାମୀ ଦଶବର୍ଷ ଭିତରେ ବିଶ୍ୱକପରେ ଭାଗ ନେବାପାଇଁ ସକ୍ଷମ ହୋଇପାରିବ। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ସାହିତ୍ୟ, କ୍ରୀଡ଼ା, ପ୍ରକାଶନ, ଅନୁବାଦ, କବିତା ପଠନ ଓ ମଞ୍ଚ ଅଭିନୟ ସମେତ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri