ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି: ତଥାଗତ

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ):  ଓଡ଼ିଶା ତଥା ଓଡ଼ିଆ ଭାଷା ଉପରେ ଅନେକବାର ଆକ୍ରମଣ ହେବା ସତ୍ତ୍ୱେ ଏହା ଆଜି ମଧ୍ୟ ମୁଣ୍ଡ ଟେକି ବଞ୍ଚତ୍ ରହିଛି। ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି। ଜାତୀୟ ଗଣମାଧ୍ୟମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଏହାର ସ୍ବତନ୍ତ୍ରତାକୁ ବୁଝିପାରନ୍ତି ନାହିଁ। ସେହି କାରଣରୁ ଅନେକ ସମୟରେ ରାଜ୍ୟ ସଭା ଓ ଲୋକ ସଭାରେ ଓଡ଼ିଆ ଏମ୍‌ପିମାନଙ୍କ କଥାକୁ ଜାତୀୟ ଗଣମାଧ୍ୟମରେ ଠିକ୍‌ ଭାବେ ସ୍ଥାନ ଦିଆଯାଏ ନାହିଁ। ବିଶେଷକରି ଜାତୀୟ ଗଣମାଧ୍ୟମ ଓଡ଼ିଆଙ୍କ ମାନସିକତାକୁ ସହଜରେ ବୁଝିବାରେ ଅସମର୍ଥ ହେଉଥିବାରୁ, ଓଡ଼ିଶା ସମ୍ପର୍କରେ ତଥା ଏଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଖୁବ୍‌ କମ୍‌ ରିପୋର୍ଟ କରିଥାନ୍ତି। ଆମକୁ ନ ବୁଝି ପାରିବା ଏହା ସେମାନଙ୍କର ଅକ୍ଷମତା। ତେବେ ଆମେ ସେମାନଙ୍କ ବୁଝିବାଠାରୁ ବହୁ ଉନ୍ନତ ବୋଲି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ କହିଛନ୍ତି। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ଏକ ଆଲୋଚନାରେ ଯୋଗଦେଇ ତଥାଗତ ଓଡ଼ିଶା ତଥା ଓଡ଼ିଆ ଭାଷାର ଗତିପଥ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଓଡ଼ିଆ କହୁଥିବା ଲୋକଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଛି। ଆମ ଲୋକଙ୍କୁ ମଧ୍ୟ ନିଜ ଭାଷା କହିବାକୁ ଲାଜ ଲାଗୁଛି। ତଥାପି ଆମ ଭାଷା ତାହାର ସ୍ବତନ୍ତ୍ରତା ବଜାୟ ରଖିଛି। ଏଥିପାଇଁ ସମସ୍ତ ଶ୍ରେୟ ଜଗନ୍ନାଥ ସଂସ୍କୃତିକୁ ଯିବ। ଏହା ସହିତ ତଥାଗତ ଓଡ଼ିଶାରେ ତଥା ଭାରତର ଇତିହାସକୁ ସଂରକ୍ଷିତ କରିବା ଦିଗରେ ନିରୁତ୍ସାହିତ ପଦକ୍ଷେପକୁ ସମାଲୋଚନା କରିଥିଲେ। ସେ କହିଥିଲେ, ବିଜେଡି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକ ଓ ଜାନକୀ ପଟ୍ଟନାୟକଙ୍କୁ ଛାଡ଼ି ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସର ଭିଡିଓ ଫିଲ୍ମକୁ ନଷ୍ଟ କରି କଲିକତାର ଏକ ସଂସ୍ଥାକୁ ଦେଇଥିଲେ। ସେହିପରି କେନ୍ଦ୍ରରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାସୀନ ହେବାପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିବରଣୀକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବ୍‌ସାଇଟ୍‌ରୁ ହଟାଇ ଦେଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏଭଳି କରିଥିବାରୁ ରାଜ୍ୟର ତଥା ଦେଶର ଇତିହାସ ଠିକ୍‌ ଢଙ୍ଗରେ ସଂରକ୍ଷିତ ହୋଇ ପାରିନାହିଁ ବୋଲି ତଥାଗତ କ୍ଷୋଭ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଯୋଗଦେଇ ଅତୀତରେ ଭାରତର ସାହିତି୍ୟକ କୃତି ଦେଶକୁ ବିଶ୍ୱରେ ପରିଚିତି ଦେଇଥିଲା ଓ ବିଶ୍ୱଗୁରୁ ଭାବେ ଗଢ଼ି ତୋଳି ଥିଲା। ସମ୍ପ୍ରତି ଭାରତୀୟ ସାହିତ୍ୟରେ ଯେଉଁ ସବୁ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଦେଉଛି ଏହା ମଧ୍ୟ ଦିନେ ଭାରତକୁ ପୁନର୍ବାର ବିଶ୍ୱ ଗୁରୁ ରୂପେ ପରିଚିତି ଆଣିଦେବ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେଇ, ସରକାରୀ ସେବା ପ୍ରକ୍ରିୟା ମନ୍ଥର ବୋଲି ପ୍ରତୀତ ହେଉଥିଲେ ହେଁ ଏହା ବୃହତ୍ତର ସ୍ବାର୍ଥ ସାଧନ ପାଇଁ ସର୍ବଦା ତତ୍ପର ବୋଲି କହିଥିଲେ। ସରକାରୀ ପ୍ରକ୍ରିୟା କ୍ଷୁଦ୍ର ପ୍ରୟାସ ପ୍ରତି ଗୁରୁତ୍ୱ ଦେଇ ନ ଥାଏ, ବରଂ ଯେଉଁ କାର୍ଯ୍ୟକ୍ରମ ସମାଜକୁ ବା ସମାଜର ଏକ ବଡ଼ ଅଂଶକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବ ସେଭଳି ପ୍ରୟାସ ପାଇଁ ସର୍ବଦା ତତ୍ପର ବୋଲି ମତ ଦେଇଥିଲେ। ସେହିପରି ମଣିପୁର ରାଜ୍ୟର ମହିଳା ଫୁଟବଲ ଖେଳାଳି ତଥା ପ୍ରଶିକ୍ଷିକା ପଦ୍ମଶ୍ରୀ ବେମବେମ୍‌ ଦେବୀ କହିଲେ ଯେ, ଆର୍ଥତ୍କ ସହାୟତା ମିଳିଲେ ଭାରତୀୟ ମହିଳା ଫୁଟବଲ୍‌ ଦଳ ଆଗାମୀ ଦଶବର୍ଷ ଭିତରେ ବିଶ୍ୱକପରେ ଭାଗ ନେବାପାଇଁ ସକ୍ଷମ ହୋଇପାରିବ। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ସାହିତ୍ୟ, କ୍ରୀଡ଼ା, ପ୍ରକାଶନ, ଅନୁବାଦ, କବିତା ପଠନ ଓ ମଞ୍ଚ ଅଭିନୟ ସମେତ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri