କେସିଙ୍ଗା,୨୮ା୪ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳ ରୁପ୍ରା ଗ୍ରାମର ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରର ବରିଷ୍ଠ ପ୍ରଶିକ୍ଷକ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ନେତୃତ୍ୱରେ ୧୪ ଜଣିଆ କ୍ରୀଡାବିତ୍ ସୋମବାର କେସିଙ୍ଗାରୁ ଟ୍ରେନ୍ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତେ ଭାରତୀୟ ପର୍ବତାରୋହଣ ସଂସ୍ଥାନ ନୂଆଦିଲ୍ଲୀ ପରିସରରେ ସ୍ପୋର୍ଟ କ୍ଲାଇମ୍ବିଂ ଲେଭେଲ ୧ ପ୍ରଶିକ୍ଷଣ ନେବେ। ଏହି ଗ୍ରୁପରେ କର୍ଲାମୁଣ୍ଡା ବ୍ଲକ ଡୁଙ୍ଗୁରୀଗୁଡାର ବିକାଶ ଗହୀର, ରିଷିଡାର ତନୁଶ୍ରୀ ସାହୁ, ନର୍ଲା ବ୍ଲକ ରାଣୀପଟାର ନୀହାରିକା ବୁଧିଆ, ଅସୁରଗଡ଼ର ପ୍ରିୟଙ୍କା ପୁଟେଲ, ବାଲିପଡାର ଅଜୟ ମାଝୀ, ରୁପ୍ରାର ରାଜ ମାଝୀ, ଲାଞ୍ଜିଗଡ ବ୍ଲକ ସିରିଗାଁର ପ୍ରତିମା ପାତ୍ର, ମ. ମରାମପୁର ବ୍ଲକ ଝାଲିଆଗୁବାର ପୂଜା ଭୋଇ, ନୁନପୁରର ସସ୍ମିତା ରଣା, କବିଚନ୍ଦ୍ରପୁରର ରଞ୍ଜୁ ରଣା, ଡୁମେରଗୁଡାର ସରିତା ଦୀପ, ମୋହନଗିରିର ଜନନୀ ବିଷି, କେସିଙ୍ଗାର ହରିଶ ବଗର୍ତ୍ତୀ, ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ଦ୍ବିତୀୟବର୍ଷ ବିଜ୍ଞାନ ଛାତ୍ର ପ୍ରଜ୍ଞାନନ୍ଦ ଛତର ସାମିଲ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଗ୍ରୁପ ଭାବରେ ସଫଳତାର ସହିତ ପ୍ରଶିକ୍ଷଣ ନେଇ କଳାହାଣ୍ଡି ଜିଲା ସ୍ପୋର୍ଟ କ୍ଲାଇମ୍ବିଂ କ୍ଷେତ୍ରରେ ଗୌରବ ଅର୍ଜନ କରିବ ବୋଲି ଭୋଇ ପ୍ରକାଶ କରିଛନ୍ତି।