Posted inଖେଳ

ଗୋଆକୁ ହରାଇ ଓଡ଼ିଶା ଗ୍ରୁପ୍‌ ଚାମ୍ପିୟନ

ସୁନ୍ଦରଗଡ,୨୨ା୧୧(ଜୟ ନାରାୟଣ ମେଣ୍ଡୁଳି): ଜିଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚମ୍ପିୟାନ ସିପ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇ.ନାରାୟଣ ପଟେଲ ମୁଖ୍ୟ ଅତିଥି,ସେଣ୍ଟ ଟେରେସା ଇଙ୍ଗଲିଶ  ସ୍କୁଲ ର ପ୍ରିସିନ୍ସପାଲ  ପି.ସେଲଭି ଓ ସୁନ୍ଦରଗଡ ସରକାରୀ କଲେଜ ପ୍ରିନ୍ସପାଲ ଡ.ଲଳିତ ରଞନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅରୁଣାଚଳ ପ୍ରଦେଶ ଓ ଗୁଜରାଟ ମଧ୍ୟରେ  ହୋଇଥିବା ପ୍ରଥମ ମ୍ୟାଚରେ ଅରୁଣାଚଳ ପ୍ରଦେଶ  ୩-୧ଗୋଲରେ ବିଜୟା ହୋଇଥିଲା। ଅରୁଣାଚଳ ପ୍ରଦେଶ ଦଳ ତରଫରୁ ୟୁମଲାମ ଲାମି ୨ଗୋଲ(୫୧ ଓ ୯୦ମିନିଟ) ,ରଶ୍ମି ମନ୍ୟୁ (୭୫ମିନିଟ) ଗୋଟିଏ ଗୋଲ ଦେଇଥିଲେ। ସେହିପରି  ଗୁଜରାଟ ତରଫରୁ ଭୂମିସା ଡ୍ରାଭିଡ୍‌ ଏକ ମାତ୍ର ଗୋଲ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଅପରାହ୍ନରେ ଓଡିଶା ଓ ଗୋଆ ମଧ୍ୟରେ ମ୍ୟାଚ ହୋଇଥିଲା। ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଓଡିଶା ୨-୦ ଗୋଲରେ ବିଜୟୀ ହୋଇ ଗ୍ରୁପ ଚାମ୍ପିୟନ ହୋଇଥିଲା। ଓଡିଶା ତରଫରୁ ଯଶୋଦା ମୁଣ୍ଡା(୨)ଓ ମାଳତୀ ମୁଣ୍ଡା(୧୨)ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସୁନ୍ଦରଗଡ ଜିଲା କ୍ରୀଡା ସସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି  ମେରୀଜନ ବାଗେ, ପୌଷଚନ୍ଦ୍ର ପଟେଲ, ବିମପ ବୋଷ, ଜୟଦେବ ପାତ୍ର,ରାଜେନ୍ଦ୍ର ପାଣ୍ଡେ,ନିତ୍ୟ କୁମାର ବଳ,ରୋମାଞ୍ଚ ଭୈଷାଲ,ବିଶ୍ବ ରଞନ ହୋତା,ସୁଶୀଲ ପଟେଲ, ରବି ମହାପାତ୍ର,ଆଶିଷ ଦେ, ବୀରମିତ୍ର କାଲୋ,ଶିଶିର ପଟେଲ, ଶ୍ୟାମନନ୍ଦନ ସହାୟ,ପ୍ରସାଦ ନାଏକ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ସୁନ୍ଦରଗଡ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଜାତୀୟ ଫୁଟବଲ ପ୍ରତିଯୋଗିତା ହୋଇଥିବାରୁ  ଫାଓ ସମ୍ପାଦକ ଆର୍ଶୀବାଦ ବେହେରା ଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲଙ୍କୁ ସୁନ୍ଦର ଗଡ ଜିଲା କ୍ରୀଡା ସସଦ ତରଫରୁ  କୃତଜ୍ଞତା ଜ୍ଞାପନ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri